Videos
|
Odisha

ରାଜ୍ୟରେ ଶୀତ ଲହରି ଜାରି ରହିଥିବା ଆରମ୍ଭ ହୋଇଛି ଝିପଝିପ ବର୍ଷା

Jitendra Dash
Browse all articles by Jitendra Dash
·2 years ago·1 min read
ରାଜ୍ୟରେ ଶୀତ ଲହରି ଜାରି ରହିଥିବା ଆରମ୍ଭ ହୋଇଛି ଝିପଝିପ ବର୍ଷା

ଅର୍ଗସ ବ୍ୟୁରୋ : କୋହଲା ପାଗକୁ ଝିପିଝିପି ବର୍ଷା । ରାଜ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଛି ଝିପଝିପ ବର୍ଷା । ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଲାଗିରହିଛି ବର୍ଷା । 

ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ତାରିଖ ଯାଏଁ ରହୁଥିବାରୁ, ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ରୁ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା । ଯାହା ଜନଜୀବନକୁ କିଛି ମାତ୍ରାରେ ପ୍ରଭାବିତ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଘନ କୁହୁଡ଼ିର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ, ଢେଙ୍କାନାଳ ,ବାଲେଶ୍ଵର, ଭଦ୍ରକ,ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁର ରେ ଘନ କୁହୁଡି ନେଇ ୟୋଲୋ ୱାର୍ଣ୍ଣି ଜାରି କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Weather update odisha today | Argus News