ଟିଟିଲାଗଡ଼ ଜେଲ୍ରୁ ୨ କଏଦୀ ଫେରାର ହୋଇଥିବା ବେଳେ ଜଣକୁ ଗିରଫ କଲା ପୋଲିସ

ଅର୍ଗସ ବ୍ୟୁରୋ : ଟିଟିଲାଗଡ଼ ଜେଲରୁ ୨ ବିଚାରାଧିନ କଏଦୀ ଫେରାର । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପ-କାରାଗାରରୁ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନାଁ ସୁମିତ ବିହାରୀ । ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ଟିଟିଲାଗଡ ପୋଲିସ ଗିରଫ ସୁମିତ ବିହାରୀଙ୍କୁ ଉପ-କାରାଗାରକୁ ନେଇ ସିନ୍ ରିକ୍ରେସନ କରାଇବା ସହିତ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍ପି ଆର. ଖିଲାରି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତ ୯ ତାରିଖରେ ସୁମିତ ବିହାରୀ ଓ ଶୋଭାବନ ରଣା ଜେଲ୍ରୁ ଫେରାର ହୋଇଯାଇଥିଲେ । ଏନେଇ ଜେଲ୍ କର୍ତ୍ତୃପକ୍ଷ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ ଖୋଦ୍ ଜେଲ ଡିଆଇଜି କୁଳମଣି ବେହେରା କରିବା ପରେ ଦୁଇ ଜଣ ଗାର୍ଡଙ୍କୁ ନିଲମ୍ବନ କରାଯାଇଥିଲା । ଅନ୍ୟତମ ଫେରାର ବିଚାରାଧୀନ କଏଦୀଙ୍କ ନାଁ ଶୋଭାବନ ରଣା। ତାଙ୍କୁ ଧରିବାକୁ ଉଦ୍ୟମ କରୁଛି ଟିଟିଲାଗଡ଼ ପୋଲିସ ।