Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?

Odisha

କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?

Jitendra Dash
Browse all articles by Jitendra Dash
·2 years ago·1 min read
କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚାର ସରିଛି । ସମସ୍ତ ରାଜନୈତିକ ଦଳ ଶନିବାର ଠାରୁ ପ୍ରଚାର ବନ୍ଦ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏ ଦିଗରେ କଟକଣା କଡ଼ାକଡ଼ି କରାଯାଇଛି । ଆଜି ସକାଳୁ ଡିସ୍ପୋଜାଲ ସେଣ୍ଟରରୁ ବୁଥ ଅଭିମୁଖେ ପୋଲିଂ ଅଧିକାରୀ ବାହାରିବା ଆରମ୍ଭ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏନେଇ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ୨୫୭ଟି ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ୨୫୮ଟି ପୋଲିଂ ବୁଥ କରାଯାଇଛି । ସେହିଭଳି ଉଭୟ ନିର୍ବାଚନ ମଣ୍ଡଳୀର ୪୦ଟି ଲେଖାଏ ସଖୀ ବୁଥରେ ସମସ୍ତ ମହିଳା ଅଧିକାରୀ ଓ କର୍ମଚାରୀ ରହିବେ । ଉଭୟ ନିର୍ବାଚନ ମଣ୍ଡଳୀରେ ୨ଟି ଲେଖାଏଁ ବୁଥ ଦିବ୍ୟାଙ୍ଗ ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who will the voters of Jharsuguda vote for? | Argus News