West Bengal / ବାଲେଶ୍ୱର ଘଟଣାରେ ତମ୍ବିତୁଫାନ କରୁଥିଲେ, ଏବେ ଚୁପ୍ କାହିଁକି ନବୀନ ?

Key Points
ଜଣଙ୍କ ପରେ ଜଣେ ବିଜେଡି ନେତା ବି ମୁହଁ ଖୋଲିଥିଲେ ।
କିନ୍ତୁ ଏବେ ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଚୁପ ବସିଛନ୍ତି ବିଜେଡିର ବଡ଼ ବଡ଼ ନେତାମାନେ ।
ଏପରି ନୀରବତା ପଛର କାରଣ କଣ ହୋଇପାରେ ଏବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା ।
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ କାହିଁକି ଚୁପ ନବୀନ ? ଏପର୍ଯ୍ୟନ୍ତ ନବୀନ ପଦୁଟିଏ ବି କହିନାହାନ୍ତି । କୁଆଡ଼େ ଗଲେ ବିଜେଡିର କୁହାଳିଆ ନେତାମାନେ । କାହିଁକି ନୀରବ ଅଛନ୍ତି । ଘଟଣା ଘଟିଛି ପଶ୍ଚିମବଙ୍ଗରେ । ଜଣେ ଓଡ଼ିଆ ଝିଅଙ୍କ ସହିତ ହୋଇଛି ଏହି ଗଣଦୁଷ୍କର୍ମ । ଯେତେବେଳେ ସୌମ୍ୟାଶ୍ରୀଙ୍କ ଘଟଣା ସାମନାକୁ ଆସିଥିଲା ସେତେବେଳେ ବିରୋଧି ଦଳ ନେତା ନବୀନ ତମ୍ବିତୋଫାନ କରିଥିଲେ ।
ଜଣଙ୍କ ପରେ ଜଣେ ବିଜେଡି ନେତା ବି ମୁହଁ ଖୋଲିଥିଲେ । କିନ୍ତୁ ଏବେ ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଚୁପ ବସିଛନ୍ତି ବିଜେଡିର ବଡ଼ ବଡ଼ ନେତାମାନେ । ଏପରି ନୀରବତା ପଛର କାରଣ କଣ ହୋଇପାରେ ଏବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା ।
ଅନ୍ୟପଟେ ଏହି ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ୍ସରେ ପୋଷ୍ଟ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ଯନ୍ତ୍ରଣାଦାୟକ । ପୀଡ଼ିତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛି । ଏପରି ଲଜ୍ଜାଜନକ ଘଟଣା ଏବଂ ମହିଳା ବିରୋଧୀ ଅପରାଧର ସମାଜରେ କୌଣସି ସ୍ଥାନ ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାର ନିରପେକ୍ଷ ତଦନ୍ତ କରନ୍ତୁ । ଶୀଘ୍ର କାର୍ଯ୍ୟାନୁଷ୍ଠାନ ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯାଉ ।
ଏହା ସହ ପଢ଼ନ୍ତୁ:- ବାଇକରେ ଯାଉଥିବା ବେଳେ ଟାର୍ଗେଟ କରି ଦଳିଦେଲା ହାତୀ
📱 Get Argus News App
✨ସେହିଭଳି ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନିନ୍ଦା କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ସେ କହିଛନ୍ତି, 'ଆଇନର ଉର୍ଦ୍ଧ୍ବରେ କେହି ବି ନୁହଁନ୍ତି । ଦୋଷୀକୁ ଦଣ୍ଡ ମିଳିବା ଦରକାର । ଘଟଣାରେ ପଶ୍ଚିମବଙ୍ଗ ମହିଳା କମିଶନଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲୁ । ହେଲେ ସେ ବ୍ୟସ୍ତ ଥିବା କଥା କହି କୌଣସି ରେସ୍ପଣ୍ଡ କରିନାହାନ୍ତି । ପଶ୍ଚିମବଙ୍ଗ ମହିଳା କମିଶନଙ୍କୁ ମେଲ୍ କରାଯାଇଛି । ପୀଡିତାଙ୍କ ବାପାଙ୍କ ସହ କଥା ହୋଇଛୁ । ବାଲେଶ୍ୱର ଏଡିଏମଙ୍କ ନେତୃତ୍ୱରେ ଏକ ଟିମ୍ ଦୁର୍ଗାପୁର ପଠାଯାଇଛି । ଓଡ଼ିଶା ସରକାର ସମସ୍ତ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି' ।
ଏହା ସହ ପଢ଼ନ୍ତୁ:- ଯାତାୟତ ଠପ୍ ! ବଢ଼ୁଛି ତେଲ ପିଆଜ ଦର...
ତେବେ ଘଟଣାର ୩୬ ଘଣ୍ଟା ପରେ ଏହି ଘଟଣାରେ ମାତ୍ର ୩ ଜଣ ଗିରଫ ହୋଇଛନ୍ତି । ଆଉ ୨ ଜଣ ଏବେବି ଫେରାର ଅଛନ୍ତି । ପଶ୍ଚିମବଙ୍ଗ ସରକାରର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା । ରାଜ୍ୟ ମହିଳା କମିଶନଙ୍କ ଏକ ସ୍ୱତନ୍ତ୍ର ଟିମ ପଶ୍ଚିମବଙ୍ଗ ଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମହିଳା କମିଶନ ।
Related Topics
Explore more stories