Lingaraja Temple / ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କୁ କାହିଁକି ଉପବାସରେ ରଖୁଛନ୍ତି ସେବାୟତ ? କାହିଁକି ହେଉନି ଆକ୍ସନ୍ ?
·6 months ago·2 min read

Key Points
ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦି ହେଉଥିବା ବେଳେ ବିଭ୍ରାଟ ହେଉଛି ନୀତିକାନ୍ତି । ତେବେ ପ୍ରଶ୍ନ ଲିଙ୍ଗରାଜ ଉପବାସରେ ଥିବା ବେଳେ ପ୍ରଶାସନ କାହିଁକି ଚୁପ୍ ?
ଭୁବନେଶ୍ଵର: କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ସୁଆର ନିଯୋଗ ମଧ୍ୟରେ ବିବାଦ । ଫଳରେ ମକର ସଂକ୍ରାନ୍ତିରେ ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତିକାନ୍ତି । ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଆଉ କେତେଦିନ ଚାଲିବ ଭକ୍ତଙ୍କ ଭାବାବେଗ ସହ ଖେଳ ?
ମକର ସଂକ୍ରାନ୍ତିରେ ବନ୍ଦ ରହିଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ପୁଣି ଉପାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ। ବଡୁ ଓ ସୁଆର ନିଯୋଗ ବିବାଦ ତେଜୁଥିବା ବେଳେ ଏଥିରେ ପ୍ରଭାବିତ ହୋଇଛି ନୀତିକାନ୍ତି ।
ସେବାୟତଙ୍କ ବିବାଦ ଯୋଗୁ ମଙ୍ଗଳବାରଠୁ ନୀତିକାନ୍ତି ବନ୍ଦ ରହିଥିଲା । ମଙ୍ଗଳବାର କ୍ଷୀର ଆଉଟା ନୀତିକୁ ନେଇ ହୋଇଥିଲା ବିବାଦ । ବିବାଦ ହେତୁ ସନ୍ଧ୍ୟା ଧୂପ ପରଠୁ ଆଉ ନୀତିକାନ୍ତି ହୋଇନଥିଲା ।
ଏଥିସହ ପଢ଼ନ୍ତୁ: ବାଇକ୍ରେ ଯାଉଥିବା ବେଳେ ଗୁଡ଼ି ସୂତା ଲାଗି କଟିଗଲା ତଣ୍ଟି, ରାସ୍ତାରେ ଚାଲିଗଲା ଜୀବନ
ସେବାୟତ ବିବାଦ ପାଇଁ ବାରମ୍ବାର ଲିଙ୍ଗରାଜଙ୍କ ନୀତିକାନ୍ତି ପ୍ରଭାବିତ ହେଉଛି । ଗତବର୍ଷ ଶ୍ରୀଲିଙ୍ଗରାଜଙ୍କ କ୍ଷୀର ଆଉଟା ପାଇଁ ବଡୁ ଓ ସୁଆର ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲ୍ଲାପାଳଙ୍କ ତରଫରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା ।
ତଥାପି ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ହେଉଛି । ଯାହାକୁ ନେଇ ଭକ୍ତ ମହଲରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦି ହେଉଥିବା ବେଳେ ବିଭ୍ରାଟ ହେଉଛି ନୀତିକାନ୍ତି । ତେବେ ପ୍ରଶ୍ନ ଲିଙ୍ଗରାଜ ଉପବାସରେ ଥିବା ବେଳେ ପ୍ରଶାସନ କାହିଁକି ଚୁପ୍ ? ଲିଙ୍ଗରାଜଙ୍କୁ ଉପବାସରେ ରଖୁଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ? ଏମିତି ଆଉ କେତେଦିନ ଚାଲିବ ଭକ୍ତଙ୍କ ଭାବାବେଗ ସହ ଖେଳ ?
ଏଥିସହ ପଢ଼ନ୍ତୁ: ସ୍ତ୍ରୀଙ୍କୁ ଭରଣପୋଷଣ ପାଇଁ ରୋଜଗାରର ୨୫ ପ୍ରତିଶତ ଟଙ୍କା ଦେବେ ସ୍ଵାମୀ: ହାଇକୋର୍ଟ
ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପରେ କାନ୍ଦି କାନ୍ଦି କୋହଭରା କଣ୍ଠରେପ୍ରତିକ୍ରିୟା ରଖିଛନ୍ତି ଶ୍ରଦ୍ଧାଳୁ । କହିଛନ୍ତି, "ମହାପ୍ରଭୁ ଲିଙ୍ଗରାଜଙ୍କୁ ଏଭଳି ଉପବାସ ରଖା ନଯାଉ । ଯେଉଁଦିନ ମହାପ୍ରଭୁ ଲିଙ୍ଗରାଜ ତ୍ରିନେତ୍ର ଖୋଲିବେ, ସେହିଦିନ ସମସ୍ତେ ଭସ୍ମ ହେଇଯିବେ । ଯାହାଙ୍କ ପାଇଁ ସବୁ ପାଇଛ, ତାଙ୍କୁ ଉପବାସ ରଖିଲେ ଧର୍ମ ସହିବନି ।"
ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦକୁ ନେଇ ମନ୍ଦିର ଆଗରେ ଧାରଣା ଦେଇଛି ସେବା ପ୍ରତିନିଧି ଦଳ । ନୀତିକାନ୍ତି ବନ୍ଦ ନକରି ତୁରନ୍ତ ଆରମ୍ଭ କରିବାକୁ ସେବା ପ୍ରତିନିଧି ଦଳ ଦାବି କରିଛନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ପାଇଁ ସ୍ଵତନ୍ତ୍ର ଆଇନ୍ ଆଣିବାକୁ ଦାବି କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories