Odisha Police Reforms / କାହିଁକି ଜଣକ ପରେ ଜଣେ ଅଫିସର ଜୀବନ ହାରୁଛନ୍ତି ? ମହିଳା SIଙ୍କ ମୃତ୍ୟୁ ପରେ ତତ୍ପର ପୋଲିସ
·31 mins ago·3 min read

Key Points
ଏସଆଇ ପ୍ରଭାସିନୀ ସାହୁଙ୍କ ଆତ୍ମହତ୍ୟା ଘଟଣା
ତତ୍ପର ହେଲା ରାଜ୍ୟ ପୋଲିସ୍ ବିଭାଗ
ବଦଳିବ ୧୬୫ବର୍ଷ ପୁରୁଣା ନିୟମ
ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ଵ
ତତ୍ପର ହେଲା ରାଜ୍ୟ ପୋଲିସ୍ ବିଭାଗ
ବଦଳିବ ୧୬୫ବର୍ଷ ପୁରୁଣା ନିୟମ
ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ଵ
ଭୁବନେଶ୍ଵର: ଏସଆଇ ପ୍ରଭାସିନୀ ସାହୁଙ୍କ ଆତ୍ମହତ୍ୟା ପରେ ଏବେ ପୋଲିସ୍ ବିଭାଗ ତତ୍ପର ହୋଇ ଉଠିଛି। କର୍ମଚାରୀଙ୍କ ଚାପ କମାଇବା ପାଇଁ ଆରମ୍ଭ ହୋଇଛି ଯୋଜନା । ଗୋଟିଏ ପଟେ ଅଫିସରଙ୍କ ମୃତ୍ୟୁ ଘଟଣାରେ ଡିଜିପିଙ୍କ ତନାଘନା ଓ ମହିଳା ପୋଲିସଙ୍କ ପାଇଁ ବଡ଼ ଆଶ୍ୱସ୍ତିର ଘୋଷଣା କରିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ । ଅନ୍ୟପଟେ ୧୬୫ ବର୍ଷ ପୁରୁଣା ବ୍ରିଟିଶ ଅମଳର ପୋଲିସ ଆଇନକୁ ବଦଳାଇବା ପାଇଁ ରାଜ୍ୟ ଆଇନ କମିଶନଙ୍କ ବଡ଼ ସୁପାରିଶ । ପୋଲିସ ଡ୍ୟୁଟି ଚାପ, ମହିଳା କର୍ମଚାରୀଙ୍କ ସୁରକ୍ଷା ଏବଂ ନୂଆ ପୋଲିସ ଆଇନର ରୂପରେଖ। ଏ ସବୁକୁ ନେଇ ଏବେ ସାରା ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା ।
- କାହିଁକି ଜଣକ ପରେ ଜଣେ ଅଫିସର ଜୀବନ ହାରୁଛନ୍ତି ?
- ମହିଳା ପୋଲିସ ଅଫିସରଙ୍କୁ ଆଶ୍ଵସ୍ତି
- ୧୬୫ ବର୍ଷ ପୁରୁଣା ପୋଲିସ ଆଇନରେ ଆସିବ ସଂସ୍କାର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୩ ବର୍ଷରୁ କମ୍ ବୟସର ଶିଶୁ ଥିବା କର୍ମଚାରୀଙ୍କୁ ରାତି ଡ୍ୟୁଟିରୁ ଛାଡ଼; ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ
ଅନ୍ୟପଟେ ବରିଷ୍ଠ ଆଇନଜୀବୀ ତଥା ଆଇନ କମିଶନ ସଦସ୍ୟ ସୌରଚନ୍ଦ୍ର ମହାପାତ୍ରଙ୍କ ମତରେ, ରାଜ୍ୟରେ ୭୦୬ ଥାନା ଓ ଖାଲି ପଡ଼ିଥିବା ପଦବୀ ମଧ୍ୟରେ ୫୦ ହଜାର ଜନସଂଖ୍ୟାରେ ଗୋଟିଏ ଥାନା ଏବଂ ପ୍ରତ୍ୟେକ ଥାନାରେ ଆଇନଶୃଙ୍ଖଳା ଓ ତଦନ୍ତ ପାଇଁ ଦୁଇଜଣ ଲେଖାଏଁ ଆଇଆଇସି ରହିବା ଜରୁରୀ । ଜଣକ ପରେ ଜଣେ ପୋଲିସ କର୍ମଚାରୀଙ୍କ ଜୀବନ ହାନି ଏବଂ ବଢ଼ୁଥିବା କାର୍ଯ୍ୟଚାପ ଭିତରେ ଡିଜିପିଙ୍କ ସତର୍କ ପଦକ୍ଷେପ ଓ ଆଇନ କମିଶନଙ୍କ ସଂସ୍କାର ସୁପାରିଶ ଏକ ନୂଆ ଆଶା ସୃଷ୍ଟି କରିଛି । ତେବେ ଏହି ସୁପାରିଶ ଓ ନିର୍ଦ୍ଦେଶନାମା କେତେ ଶୀଘ୍ର କାର୍ଯ୍ୟକାରୀ ହେଉଛି ଏବଂ ପୋଲିସ ବ୍ୟବସ୍ଥାରେ କେତେ ବଡ଼ ପରିବର୍ତ୍ତନ ଆଣୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।