ସ୍ତ୍ରୀ କୁ ଗ୍ୟାସ ରେ ପୋଡ଼ି ମରିବା ଘଟଣା , ବର୍ଷେ ପରେ ଗିରଫ ଅଭିଯୁକ୍ତ ସ୍ବାମୀ
·2 years ago·1 min read

ଅର୍ଗସ ବ୍ୟୁରୋ : ରୋଷେଇ ଘରେ ସ୍ତ୍ରୀ କୁ ଗ୍ୟାସ ରେ ପୋଡ଼ି ମରିବା ଘଟଣା । ବର୍ଷେ ପରେ ସ୍ବାମୀ କୁଳମଣି ପାଇକରାୟକୁ ଗରିଫ କଲା ଭରତପୁର ପୋଲିସ । ସ୍ତ୍ରୀକୁ ହତ୍ୟା ଉଦ୍ୟମ ପରେ ଗୁଜୁରାଟ ରେ ଲୁଚିଥିବା ଅଭିଯୁକ୍ତ ସ୍ବାମୀ । ୨୦୨୨ ରେ କୁଳମଣି ପାଇକରାୟ ,ପ୍ରଭାତି ପାଇକରାୟକୁ ପ୍ରେମ ବିବାହ କରିଥିଲେ । କୁଳମଣୀ ସବୁଦିନ ମଦ୍ୟପାନ କରି ଘରକୁ ଆସୁଥିବାରୁ ସ୍ଵାମୀ ସ୍ତ୍ରୀ ଭିତରେ ଝଗଡ଼ା ହେଉଥିଲା ।
ଅଧିକ ପଢନ୍ତୁ ଓଡିଶା ଖବର
କୁଳମଣୀ ସ୍ତ୍ରୀ ପ୍ରଭାତି ଙ୍କୁ ରାସ୍ତାରୁ ହଟାଇବା ପାଇଁ ରୋଷେଇ ଘରେ ଗ୍ୟାସ ବାହାର କରି ନିଆ ଲଗେଇ ଦେଇଥିଲେ । ପ୍ରଭାତିଙ୍କ ଶରୀର ୭୦ ପ୍ରତିଶତ ଜଳିଯାଇଥିଲ , ଦୀର୍ଘଦିନ ଚିକିତ୍ସା ପରେ ପ୍ରଭାତି ସୁସ୍ଥ ହେଇଥିଲେ । ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ବର୍ଷେ ପରେ ଅଭିଯୁକ୍ତ ସ୍ବାମୀ କୁ ରାଜ୍ୟ ବାହାରୁ ଗିରଫ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: