ଘନ କୁହୁଡ଼ି ବଳୟରେ ଟ୍ବିନ୍ ସିଟି; ଦୃଶ୍ୟମାନ ହେଉନି ୫୦ମିଟର ରାସ୍ତା
·2 years ago

ଅର୍ଗସ ବ୍ୟୁରୋ : ଟ୍ବିନ୍ସିଟିରେ ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ । ରାଜରାସ୍ତାରେ ଯାତାୟତ ବାଧାପ୍ରାପ୍ତ । ୫୦ ମିଟର ଦୂରକୁ ଦେଉନାହିଁ ଦୃଶ୍ୟମାନ । ଏତିକି ବେଳେ ଗାଡ଼ି ମୋଟର ଯାତାୟତରେ ଅସୁବିଧା ଦେଖାଦେଇଛି । ଅନ୍ୟପଟେ ଏଣିକି ରାତିର ତାପମାତ୍ରା ହ୍ରାସ ପାଇବ । ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରି କମିବାକୁ ଥିବାରୁ ଶୀତର ପ୍ରକୋପ ପୁଣିଥରେ ବୃଦ୍ଧି ପାଇବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଉପକୂଳ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣିଥରେ ୧୫ ଡିଗ୍ରି ଭିତରେ ରହିବାକୁ ଥିବା ବେଳେ ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଭିତରକୁ ଚାଲି ଆସିବ । ଶୀତ ବଢ଼ିବା ସତ୍ତ୍ବେ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
