|
logo
Live

Argus News - କମୁଛି ଶୀତ, ବଢୁଛି ଦିନର ତାପମାତ୍ରା

Odisha

କମୁଛି ଶୀତ, ବଢୁଛି ଦିନର ତାପମାତ୍ରା

Jitendra Dash
Browse all articles by Jitendra Dash
·2 years ago
କମୁଛି ଶୀତ, ବଢୁଛି ଦିନର ତାପମାତ୍ରା

ଅର୍ଗସ ବ୍ୟୁରୋ : ଏବେ ରାଜ୍ୟରେ କମୁଛି ଶୀତ, ଧିରେ ଧିରେ ବଢୁଛି ତାତି । ଏବଂ ଦିନର ତାପମାତ୍ରା କ୍ରମଶଃ ବଢିବାରେ ଲାଗିଛି । ଗତକାଲି ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିବା ବେଳେ ୫ ସହରରେ ତାପମାତ୍ରା ୩୪ ଟପିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାକୁ କଲବଲ କରୁଛି କୁହୁଡ଼ି । ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦେଖାଦେବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କଲବଲ କରିବ କୁହୁଡ଼ି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କମୁଛି ଶୀତ, ବଢୁଛି ଦିନର ତାପମାତ୍ରା | Argus News