Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Grievance / ସ୍ଵାମୀଙ୍କ ମୃତ୍ୟୁର ୨ ବର୍ଷ ପରେ ବି ମିଳୁନି ସହାୟତା; ଅଭିଯୋଗ ଶୁଣାଣି ଶିବିରରେ ପେଟ୍ରୋଲ୍ ଢାଳି ହେଲେ ମହିଳା

Sushanta Sahoo
Browse all articles by Sushanta Sahoo
·7 months ago·2 min read
ସ୍ଵାମୀଙ୍କ ମୃତ୍ୟୁର ୨ ବର୍ଷ ପରେ ବି ମିଳୁନି ସହାୟତା; ଅଭିଯୋଗ ଶୁଣାଣି ଶିବିରରେ ପେଟ୍ରୋଲ୍ ଢାଳି ହେଲେ ମହିଳା
Widow in Banki Tries Self-Immolation

Key Points

ହଠାତ୍ ହାତରେ ଧରିଥିବା ପେଟ୍ରୋଲ୍‌କୁ ନିଜ ଉପରେ ଢ଼ାଳି ହୋଇଗଲେ ମହିଳା ଜଣଙ୍କ । ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମହିଳାଙ୍କ ଠାରୁ ପେଟ୍ରୋଲ୍ ଛଡ଼ାଇ ନେବା ସହ ତାଙ୍କୁ ଉଦ୍ଧାର କରିଛନ୍ତି ।
ବାଙ୍କୀ (କଟକ): ସାଙ୍ଗରେ ୬ ବର୍ଷର ପୁଅ । ହାତରେ ମେଞ୍ଚାଏ କାଗଜପତ୍ର । ମହିଳାଙ୍କ ଆଖିରୁ ଝରି ପଡ଼ୁଛି ଧାର ଧାର ଲୁହ । ଅଭିଯୋଗ ବିଡିଓଙ୍କ ଠାରୁ ନେଇ ତହସିଲଦାର ସମସ୍ତଙ୍କୁ ଭେଟିଛି । ୨ ବର୍ଷ ହେଲା ସ୍ଵାମୀଙ୍କ ମୃତ୍ୟୁ ପରେ ସରକାରୀ କାର୍ଯ୍ୟାଳୟକୁ ସହାୟତା ପାଇଁ ଦୌଡ଼ୁଛି । ହେଲେ କେହି ଶୁଣୁନାହାନ୍ତି ।

ଯାହାକୁ ନେଇ ମହିଳା ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଡିସେମ୍ବର ୧ ତାରିଖ ସୋମବାର କଟକ ଜିଲ୍ଲାର ବାଙ୍କୀ ପଞ୍ଚାୟତ ସମିତିରେ ଚାଲିଥିଲା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର । ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇବାକୁ ଅନ୍ୟମାନଙ୍କ ପରି ଆସିଥିଲେ ସସ୍ମିତା ମାଝୀ ।

ଏଥିସହ ପଢ଼ନ୍ତୁ: ମହିଳା ହଷ୍ଟେଲ୍‌ରେ ପଶି ଦାଆରେ କାଟିଦେଲା ସ୍ତ୍ରୀର ତଣ୍ଟି; ପୁଣି ସେଲ୍ଫିକୁ ଷ୍ଟାଟସ୍ ରଖି ଦୁନିଆକୁ ଦେଖାଇଲା...

ସସ୍ମିତାଙ୍କ ପାଳି ଆସିବା ପରେ ସେ ଅଭିଯୋଗ ଜଣାଇବାକୁ ଜିଲ୍ଲାପାଳଙ୍କ ପାଖକୁ ଗଲେ । ଆଉ ହଠାତ୍ ହାତରେ ଧରିଥିବା ପେଟ୍ରୋଲ୍‌କୁ ନିଜ ଉପରେ ଢ଼ାଳି ହୋଇଗଲେ । ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମହିଳାଙ୍କ ଠାରୁ ପେଟ୍ରୋଲ୍ ଛଡ଼ାଇ ନେବା ସହ ତାଙ୍କୁ ଉଦ୍ଧାର କରିଥିଲେ ।


ସୁରକ୍ଷା କର୍ମୀଙ୍କ ତ୍ଵରିତ୍ଵ ପଦକ୍ଷେପ ଯୋଗୁଁ କିଛି ଅଘଟଣ ଘଟିନାହିଁ । ଜିଲ୍ଲାପାଳ ସସ୍ମିତାଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ପାଇଁ କିଛି ସମୟ ଧରି ଜିଲ୍ଲପାଳଙ୍କ ଅଭିଯୋଗ ଶୁଣାଣିରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ଏଥିସହ ପଢ଼ନ୍ତୁ: ଉତ୍ସବ ପାଳନରେ ଅପରାଧକୁ କରାଯିବନି ବରଦାସ୍ତ; ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ

ମହିଳାଙ୍କ ଅଭିଯୋଗ ଅନୁସାରେ, "ତାଙ୍କ ସ୍ଵାମୀଙ୍କ ମୃତ୍ଯୁ ୨ ବର୍ଷ ହେଲାଣି । ସେବେଠୁ ସେ ତାଙ୍କ ଛୋଟ ପୁଅକୁ ନେଇ ବିଡିଓ, ତହସିଲଦାର, ରାଜସ୍ଵ ନିରୀକ୍ଷକ, ଉପଜିଲ୍ଲାପାଳଙ୍କୁ ଦେଖା କରି ଦରଖାସ୍ତ ଦେଇଛି । ହେଲେ ମୋର କାଗଜପତ୍ର ଠିକ୍ ଥାଇ ମୋ ପରିବାରକୁ ସହାୟତା ଦିଆଯାଇ ନାହିଁ । ବାରମ୍ବାର ଛୋଟ ଛୁଆକୁ ନେଇ ଦୌଡ଼ୁଥିଲେ ବି କେହି ଶୁଣୁନଥିଲେ ଫଳରେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିଲି ।"

ଏପରିକି ତାଙ୍କ ଆବଦେନକୁ ପକାଇ ପକାଇ ପୂର୍ବରୁ ପ୍ରତ୍ୟାଖ୍ୟାନ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସସ୍ମିତା । ଏପରିକି ତାଙ୍କ ଘର ମଧ୍ୟ କରାଇ ଦିଆଯାଉ ନଥିବା କହିଛନ୍ତି ସସ୍ମିତା ମାଝୀ । ଏବେ ଜିଲ୍ଲାପାଳ ଦୁଃଖ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ସସ୍ମିତା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Widow Attempts Self-Immolation Over Pending Aid in Banki | Argus News | Argus News