Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯାଆଁଳା ଶିଶୁଙ୍କୁ ଜନ୍ମଦେଇ ଆଖିବୁଜିଲା ମା'

Odisha

ଯାଆଁଳା ଶିଶୁଙ୍କୁ ଜନ୍ମଦେଇ ଆଖିବୁଜିଲା ମା'

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଯାଆଁଳା ଶିଶୁଙ୍କୁ ଜନ୍ମଦେଇ ଆଖିବୁଜିଲା ମା'

ଭୁବନେଶ୍ବର : ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ପ୍ରସବ ପରେ ଆଖିବୁଜିଲେ ମହିଳା । ଝିଅକୁ ମାରିଦେଇଥିବା ଅଭିଯୋଗ ରେ ରାତିରେ ଚିକିତ୍ସାରେ ଥିବା ଡାକ୍ତର ଓ ନର୍ସଙ୍କ ନାରେ ଥାନାରେ ମାମଲା ଦେଲେ ପରିବାର ଲୋକେ । ଗତକାଲି ଅନ୍ଧାରୁଆ ର  ସୌମ୍ୟ ରଞ୍ଜନ ନାୟକ ସ୍ତ୍ରୀ ସୁଦ୍ଧା ନାୟକ ଦୁଇଟି ଯାଆଁଳା ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ୧୫ ତାରିଖରେ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ରକ୍ତ ଅଭାବ ଥିବାରୁ ପ୍ରଥମେ ଚିକିତ୍ସା କରିଥିଲେ ଡାକ୍ତର । କାଲି ସକାଳେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଜନ୍ମ ପରେ ନବଜାତଙ୍କ ଅଧିକ ଚିକିତ୍ସା ପାଇଁ ଶିଶୁ ବିଭାଗ କୁ ପଠେଇ ଥିଲେ ଡ଼କ୍ଟର। 

ଅଧିକ ପଢନ୍ତୁ ଓଡିଶା ଖବର

ପରେ ସୁଦ୍ଧାଙ୍କୁ ଜେନେରାଲ ୱାର୍ଡ ପଠେଇ ଦେଇଥିଲେ । ରାତିରେ ସୁଦ୍ଧାଙ୍କୁ ପ୍ରବଳ କାଶ ଓ ପେଟରେ ଯନ୍ତ୍ରଣା ହେଇଥିଲା ।ତାଙ୍କ ମା ବାରମ୍ବାର ରାତି ଡ୍ୟୁଟିରେ ଥିବା ନର୍ସଙ୍କୁ ଜଣେଇ ଥିଲେ । କିନ୍ତୁ ଡାକ୍ତର ନଥିବା କଥା କହିଥିଲେ ନର୍ସ। ଅଧିକ ଦେହ ଖରାପ୍ ହେବାରୁ ଆଜି ସକାଳେ ସୁଦ୍ଧାଙ୍କୁ ଆଇସିୟୁରେ ଭର୍ତ୍ତି କରଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୁତ୍ୟୁଁ ହେଇଥିଲା । ପରିବାର ଲୋକ ଚିକିତ୍ସା ରେ ଅବହେଳା ପାଇଁ ଝିଅ ଜୀବନ ଯାଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାର ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman death due to medical negligence | Argus News