Videos
|
Odisha

ବିଶ୍ୱ ଏସିଡିଟି ଦିବସରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ବାଲୁକା କଳା

Jitendra Dash
Browse all articles by Jitendra Dash
·2 years ago·2 min read
ବିଶ୍ୱ ଏସିଡିଟି ଦିବସରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ବାଲୁକା କଳା

ଅର୍ଗସ ବ୍ୟୁରୋ : ଚଳିତ ବର୍ଷ ବିଶ୍ୱ ଏସିଡିଟି (ଅମ୍ଳଦୋଷ) ଦିବସକୁ ଅତି ଚମତ୍କାର ଢଙ୍ଗରେ ପାଳନ କରାଯାଇଛି । ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅନନ୍ୟ ବାଲୁକା କଳା ଜରିଆରେ ଏହି ଦିବସକୁ ପାଳନ କରାଯାଇଛି । ଏହି ବାଲୁକା କଳା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏସିଡିଟିକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଲୋକମାନଙ୍କ ପରିବର୍ତିତ ଜୀବନଶୈଳୀ ଯୋଗୁଁ ଏସିଡିଟି ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ଦ୍ରୁତ ଜୀବନଶୈଳୀ, ଅସନ୍ତୁଳିତ ଆହାର ଏବଂ ଅନ୍ୟାନ୍ୟ କାରଣ ଲାଗି ଏସିଡିଟି ହୋଇଥାଏ ଯାହା ପରବର୍ତୀ ସମୟରେ ଅନେକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୁଏ । ଏସିଡିଟିର ଆବିସ୍‌କାର କରିଥିବା ଡକ୍ଟର ସୋରେନସେନଙ୍କ ଜୟନ୍ତୀରେ ତାଙ୍କ ଅବଦାନକୁ ମନେ ପକାଇବା ଲାଗି ବିଶ୍ୱ ଏସିଡିଟି ଦିବସ ପାଳନ କରାଯାଉଛି । ଏସିଡିଟିକୁ ପରିପ୍ରକାଶ କରିବା ଲାଗି ସେ ପିଏଚ ସୂତ୍ର ବାହାର କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ଏହେି ବାଲୁକା କଳା ହେଉଛି ଡକ୍ଟର ରେଡିସ୍‌, ୫୦,୦୦୦ରୁ ଅଧିକ ଡାକ୍ତର ଏବଂ ଆସୋସିଏସନ ଅଫ ପିଜିସିଆନ ଅଫ ଇଣ୍ଡିଆର ଏକ ମିଳିତ ପ୍ରୟାସ । ଏସିଡିଟି ମୁକ୍ତ ଜୀବନଶୈଳୀ କିଭଳି ଆନନ୍ଦଦାୟକ ତାହା ଏହି ବାଲୁକା କଳାରେ ପ୍ରତିଫଳିତ ହୋଇଛି । ଏସିଡିଟିକୁ ନେଇ ସମାଜରେ ଆଲୋଚନା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, “ଭାରତରେ ପ୍ରତ୍ୟେକ ଲୋକ ଏସିଡିଟିର ଅନୁଭବ କରିଛନ୍ତି ଏବଂ ତାହା ଦୈନନ୍ଦୀନ ଜୀବନକୁ ପ୍ରଭାବିତ କରିଥାଏ । ଏହା ଏକ ବଡ଼ ସମସ୍ୟା ହୋଇଥିଲେ ମଧ୍ୟ ତାହାକୁ ନେଇ ଏତେଟା ଚର୍ଚ୍ଚା ହେଉନାହିଁ । ପ୍ରଥମ ଥର ପାଇଁ ୨୦୨୪ ଜାନୁଆରି ୯ରେ ଆରମ୍ଭ କରାଯାଇଥିବା ବିଶ୍ୱ ଏସିଡିଟି ଦିବସକୁ ପାଳନ କରିବା ପରିପ୍ରେକ୍ଷୀରେ ପ୍ରସ୍ତୁତ ଏହି ଏସିଡିଟି ଚିହ୍ନ ସମାଜର ଏକ ବୃହତ ବର୍ଗର ଲୋକଙ୍କୁ ପ୍ରଭାବିତ କରିବ । ଏସିଡିଟିକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ଏହି ବାଲୁକା କଳାକୁ ପ୍ରସ୍ତୁତ କରାଯାଇଛି । ମୁଁ ଆଶା କରୁଛି ଯେ ପ୍ରତିଟି ଭାରତୀୟଙ୍କୁ ଏସିଡିଟି ବିଷୟରେ ଆଲୋଚନା କରିବା ଏବଂ ତାହାର ଉପଯୁକ୍ତ ମୁକାବିଲା କରିବା ଲାଗି ପଦକ୍ଷେପ ଗ୍ରହଣ କରିବାରେ ଏହା ସହାୟକ ହେବ । ମୁଁ ଭାରତର ପ୍ରତ୍ୟେକ ଲୋକଙ୍କୁ ଏକ ଏସିଡିଟି ମୁକ୍ତ ଜୀବନର ଶୁଭକାମନା ଜଣାଉଛି ।’’

World Acidity Day | Argus News