|
logo
Live
Argus News App
GET APP

Argus News - ଜମୁଛି ବାସୁଦେବପୁରର ଗଣପର୍ବ ପ୍ରସିଦ୍ଧ ମା' ଶ୍ୟାମାକାଳୀଙ୍କ ପୂଜା

Odisha

ଜମୁଛି ବାସୁଦେବପୁରର ଗଣପର୍ବ ପ୍ରସିଦ୍ଧ ମା' ଶ୍ୟାମାକାଳୀଙ୍କ ପୂଜା

Priyadarshini Dixit
Browse all articles by Priyadarshini Dixit
·2 years ago·1 min read
ଜମୁଛି ବାସୁଦେବପୁରର ଗଣପର୍ବ ପ୍ରସିଦ୍ଧ ମା' ଶ୍ୟାମାକାଳୀଙ୍କ ପୂଜା

ଅର୍ଗସ ବ୍ୟୁରୋ : ଜମୁଛି ବାସୁଦେବପୁରର ପ୍ରସିଦ୍ଧ ଗଣପର୍ବ କାଳୀପୂଜା ।  ୧୦ଦିନ ଧରି ଧୁମଧାମରେ ପାଳନ ହେଉଛି ଏହି ପୂଜା।  ହଜାର ହଜାର ଲୋକଙ୍କ ସମାଗମ ସାଙ୍ଗକୁ ସନ୍ଧ୍ୟାରେ ବିଭିନ୍ନ ପୂଜା ମଣ୍ଡପରେ ଲାଗୁଛି ଭିଡ଼ ।  ମା' କାଳୀଙ୍କୁ ଦର୍ଶନ କରିବା ସହ ସାମାଜିକ ସଚେତନତାର ବାର୍ତ୍ତାକୁ ଲୋକେ ଉପଭୋଗ କରୁଛନ୍ତି । ଚଳିତ ବର୍ଷ ୫ଟି ମଣ୍ଡପରେ ମା' ପୂଜା ପାଉଛନ୍ତି । ହଜାର ହଜାର ସଂଖ୍ୟାରେ ରାଜ୍ୟ ଓ ଦେଶ ବାହାରୁ ଲୋକେ ଆସି ମା' କାଳୀଙ୍କୁ ଦର୍ଶନ କରିବା ସହ ମେଳାକୁ ଉପଭୋଗ କରୁଛନ୍ତି । ମଣ୍ଡପରେ ସୁସଜ୍ଜିତ ତୋରଣ ସାଙ୍ଗକୁ ଭଳିକି ଭଳି ଆଲୋକ ସଜା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ଚଳିତ ବର୍ଷ ତାରିଣୀ ଛକରେ କାଳୀ ମନ୍ଦିରରେ ମା'ଙ୍କର ପଥର ମୂର୍ତ୍ତି ବେଶ ଲୋକଙ୍କୁ ଆକର୍ଷିତ କରୁଛି ।

ଏହି ପୂଜାରେ ପ୍ରତିଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ସହିତ ମନରଞ୍ଜନ ପାଇଁ ମଣ୍ଡପ ନିକଟରେ ରାମଦୋଳି, ବ୍ରେକଡେନ୍ସ, ମିନାବଜାର ଇତ୍ୟାଦି ଲୋକଙ୍କର ବେଶ ମନ ମୋହୁଛି  । ଏହା ସହ ୫ଟି ଯାତ୍ରା ପରିବେଷଣ କରାଯାଉଛି। ଦୀର୍ଘ ୨୦ ଦିନ ପୂଜା ପାଇବା ପରେ ଡିସେମ୍ବର ୧ ତାରିଖରେ ମା'ଙ୍କୁ ମେଲାଣି ଦିଆଯିବ । 

ଯେହେତୁ କାଳୀପୂଜାରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ ସେଥିପାଇଁ ପ୍ରଶାସନ ଓ ସମସ୍ତ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏକ ଶାନ୍ତି କମିଟି ବୈଠକ କରାଯାଇଛି । ସହରର କିଛି ସ୍ଥାନେ ସ୍ଥାନେ ସିସି କ୍ୟାମେରା ଲଗାଇଯାଇଛି । ଶାନ୍ତି ଶୃଙ୍ଖଳାର ସହ କେମିତି କାଳୀପୂଜା ପାଳନ ହେବ ସେଥିପାଇଁ ଫୋର୍ସ ମୃତୟନ ସହିତ ଲୋକଙ୍କ ପାଇଁ ପାଣି ଟାଙ୍କି, ଅସ୍ଥାୟୀ ଶୌଚାଳୟ ଓ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଥିବା କମିଟିର ସଭାପତି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର...
 

Sponsored
ଜମୁଛି ବାସୁଦେବପୁରର ଗଣପର୍ବ ପ୍ରସିଦ୍ଧ ମା' ଶ୍ୟାମାକାଳୀଙ୍କ ପୂଜା | Argus News