Videos
|
Odisha

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ

ଅର୍ଗସ ବ୍ୟୁରୋ : ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ । କଂଗ୍ରେସ ଭବନରେ ପଶି ଗଣ୍ଡଗୋଳ କଲେ ଅସନ୍ତୋଷ ଗୋଷ୍ଠୀ । କଂଗ୍ରେସ ଭବନରେ ଚାମ୍ବରରେ ବସିଥିବା ବେଳେ କାଳିମାଡ କଲେ କଂଗ୍ରେସର କିଛି ଯୁବ କର୍ମୀ । ଶୋଚନୀୟ ପରାଜୟ ଦାୟୀ କରି କାଳିମାଡ କଲେ ଯୁବଗୋଷ୍ଠୀ । 

ଅଧିକ ପଢନ୍ତୁ ଓଡିଶା ଖବର

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଛାତ୍ର ଜୀବନରୁ ମୁଁ ରାଜନୀତି କରି ଆସିଛି।  ଏହି ସମୟ ଭିତରେ ରାଜନୀତିରେ ଉତ୍‌ଥାନ ଓ ପତ୍ତନ ଦେଖିଛି। ରାଜନୀତିରେ ଏପରି ହୁଏ। ଏଥିରେ ଭୟବୀତ ହେବାର କୌଣସି କାରଣ ନାହିଁ। ସରକାରଙ୍କ ବିରୋଧରେ କିଛି କାର୍ଯ୍ୟକ୍ରମ କରାଯିବାର ଅଛି।ଏଥିପାଇଁ କିଛି ଦୁର୍ବୃତ୍ତମାନେ ଆସି ଏପରି କାଣ୍ତ କରିଛନ୍ତି। ଭଗବାନ ସେମାନଙ୍କୁ ସତ୍‌ବୃଦ୍ଧି ଦିଅନ୍ତୁ। ସେ ଆହୁରି କହିଛନ୍ତି, କଂଗ୍ରେସକୁ ଦବେଇବାକୁ ଚେଷ୍ଟା କଲେ ଦବାଇ ହେବ ନାହିଁ। ଲଢ଼େଇ ନିଶ୍ଚିତ ହେବ। ଆମେ କାହାକୁ ଚିହ୍ନିନାହୁଁ। ପୁଲିସ ସେମାନଙ୍କୁ ଚିହ୍ନଟ କରିବ। କଂଗ୍ରେସ ଦଳକୁ ଭୟବୀତ କରିବା ପାଇଁ  ଏପରି କରାଯାଇଛି। ମୁଁ ଲଢ଼େଇ କରିବି। କୌଣସି ପରିସ୍ଥିତିରେ ମୋତେ କେହି ଦବାଇ ପାରିବେ ନାହିଁ। ଓଡ଼ିଶାମାଟି ପାଇଁ ଲଢ଼େଇ କରିବି, ମୋତେ କେହି ଅଟକାଇ ପାରିବେ ନାହିଁ। କଂଗ୍ରେସ ଆହୁରି ମଜଭୁତ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
young congress worker attack to pcc president | Argus News