|
logo
Live

Argus News - ମାଛ ଧରିବା ବେଳେ ଅଘଟଣ: ଚାଲିଗଲା ଯୁବକଙ୍କ ଜୀବନ

Odisha

Fish in Stomach / ମାଛ ଧରିବା ବେଳେ ଅଘଟଣ: ଚାଲିଗଲା ଯୁବକଙ୍କ ଜୀବନ

Debashree Debasmita Sahoo
Browse all articles by Debashree Debasmita Sahoo
·3 days ago·2 min read
ମାଛ ଧରିବା ବେଳେ ଅଘଟଣ: ଚାଲିଗଲା ଯୁବକଙ୍କ ଜୀବନ
Fish in Stomach

Key Points

ଖୁସିରେ ବନ୍ଧରେ ଧରୁଥିଲେ ମାଛ
ପାଟିରେ ପଶିଗଲା ଜିଅଁନ୍ତା ମାଛ
ମାଛ ଧରିବା ଖୁସି ଶେଷରେ ପାଲଟିଗଲା ମରଣ ଯନ୍ତା । ପାଟିରେ ଜୀବନ୍ତ ମାଛ ପଶିଯିବାରୁ ଚାଲିଯାଇଛି ଯୁବକଙ୍କ ଜୀବନ । ମୟୂରଭଞ୍ଜ ବାଙ୍ଗିରିପୋଷି ଥାନା ଦିଘି ଗ୍ରାମର ଅବିନାଶ ବିଜୁଳିଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ବନ୍ଧରେ ମାଛ ଧରିବା ସମୟରେ ଏକ ଜୀବନ୍ତ 'କଉ' ମାଛ ତାଙ୍କ ପାଟିରେ ପଶିଯାଇଥିଲା । ଏହାପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

  • ପାଟିରେ ମାଛକୁ କାମୁଡୁଥିଲେ ଯୁବକ
ଆଜି ମୃତ ଯୁବକ ଜଣକ ବନ୍ଧରେ ମାଛ ଧରିବା ସମୟରେ ଜାଲରେ ଏକ କଉ ମାଛ ପଡ଼ିଥିଲା । ଏହାପରେ ସେ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିଲେ । ହେଲେ ଅସାବଧାନତା ବଶତଃ ମାଛଟି ତାଙ୍କ ପାଟି ଭିତରକୁ ପଶିଯାଇଥିଲା ଏବଂ ଶ୍ୱାସନଳୀରେ ଅଟକି ଯାଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ଅବିନାଶଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।

  • ଡାକ୍ତରଙ୍କ ବିରୋଧରେ ଅଭିଯୋଗ
ଅବିନାଶଙ୍କ ମୃତ୍ୟୁ ପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ବିରୋଧରେ ଚରମ ଅବହେଳାର ଅଭିଯୋଗ ଆସିଛି । ମୃତକଙ୍କ ଦାଦା ତଥା ଦିଘି ଗ୍ରାମର ପୂର୍ବତନ ସରପଞ୍ଚ ବଙ୍କିମ ଚନ୍ଦ୍ର ବିଜୁଳିଙ୍କ କହିବା ଅନୁସାରେ, ବାରମ୍ବାର ଅନୁରୋଧ ସତ୍ତ୍ୱେ ଡାକ୍ତର ରୋଗୀଙ୍କ ପାଖକୁ ଆସିନଥିଲେ । କେବଳ ସେତିକି ନୁହେଁ, ଡାକ୍ତର ଜଣକ ଦୁର୍ବ୍ୟବହାର କରିବା ସହ ଜାତିଗତ ଆକ୍ଷେପ କରିଥିବା ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ପଢନ୍ତୁ ଏହି ଖବର: ଦଣ୍ଡଯାତ୍ରାରେ ହେଲା ଅଶ୍ଳୀଳ ନୃତ୍ୟ !SOPର ଉଡ଼ିଲା ଧଜିଆ,୫ ଜଣ ଆୟୋଜକଙ୍କ ନାମରେ ମାମଲା

ପରିବାରର କହିବାନୁସାରେ, ଚିକିତ୍ସା କରିବା ପରିବର୍ତ୍ତେ ତୁରନ୍ତ ବାରିପଦା ରେଫର କରିଦେଇଥିଲେ ଡାକ୍ତର । ଯେଉଁଥିପାଇଁ ଠିକ୍ ସମୟରେ ଚିକିତ୍ସା ନପାଇ ଅବିନାଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fish in Stomach: ମାଛ ଧରିବା ବେଳେ ଅଘଟଣ: ଚାଲିଗଲା ଯୁବକଙ୍କ ଜୀବନ | Argus News