Love Drama / ପ୍ରେମିକା ପାଇଁ ହାଇଡ୍ରାମା; ଟେଲିଫୋନ୍ ଟାୱାରରେ ଚଢ଼ିଗଲେ ଯୁବକ
·6 months ago·2 min read

Key Points
ଟାୱାରର ସୁଉଚ୍ଚରେ ଥିବା ସୁମିତଙ୍କ ଗୋଟିଏ ଜିଦ୍ । ପ୍ରେମିକାକୁ ଡାକ, ମୋ ସହ ତାର କଥା କରାଅ । ତା'ପରେ ଯାଇ ତଳକୁ ଓହ୍ଲାଇବି । ସୁମିତଙ୍କ ଏଭଳି ପାଗଳାମୀକୁ ନେଇ ତରଭାରେ ଚର୍ଚ୍ଚା ଜୋର୍ ଧରିଛି ।
ସୁବର୍ଣ୍ଣପୁର: ପ୍ରେମିକାକୁ ଡାକ, ମୋ ସହ ତାର କଥା କରାଅ । ନହେଲେ ଜମା ବି ତଳକୁ ଓହ୍ଲାଇବି ନାହିଁ । ପ୍ରେମ ପାଇଁ ଏମିତି ପାଗଳାମୀ କରିଛନ୍ତି ଜଣେ ଯୁବକ । ତରଭା ସହରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ତରଭା ସହରର ମାରୱାଡ଼ି ଧର୍ମଶାଳା ପଛ ପାର୍ଶ୍ଵରେ ଥିବା ବିସଏନଏଲ୍ ଟାୱାର ଉପରେ ଯୁବକ ଜଣଙ୍କ ଚଢ଼ିଛନ୍ତି । ଦୀର୍ଘ ସମୟ ଧରି ଯୁବକ ଜଣଙ୍କ ଟାୱାରର ଶୀର୍ଷରେ ଛିଡ଼ା ହୋଇ ରହିଛନ୍ତି ।
ଏଥିସହ ପଢ଼ନ୍ତୁ: ୧୮ ଦିନରେ କରିଦେଲେ କମାଲ୍; ଲକ୍ଷେ ଟଙ୍କାରେ ତିଆରି କଲେ ୫ ସିଟର୍ ଜିପ୍
ସୂଚନା ଅନୁସାରେ, ଯୁବକ ଜଣଙ୍କ ହେଉଛନ୍ତି ତରଭା ସୁନାରିପଡ଼ାର ସୁମିତ ସାହୁ । ଅପରାହ୍ଣ ସମୟରେ ଯୁବକ ଜଣଙ୍କ ଟାୱାର ଉପରେ ଚଢ଼ି ରହିଥିବା ସେହି ରାସ୍ତା ଦେଇ ଯାଉଥିବା ଲୋକେ ଦେଖିଥିଲେ ।
ସଙ୍ଗେ ସଙ୍ଗେ ସହରରେ ଚହଳ ପଡ଼ି ଯାଇଥିଲା । ବିଦ୍ୟୁତ୍ ବେଗରେ ବ୍ୟାପି ଯାଇଥିଲେ ଜଣେ ଯୁବକ ଟାୱାର ଉପରେ ଚଢ଼ି ରହିଥିବା ଖବର । ପୋଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଯୁବକଙ୍କୁ ତଳକୁ ଓହ୍ଲାଇ ଆସିବା ପାଇଁ ବୁଝାସୁଝା କରୁଛନ୍ତି ।
ଏଥିସହ ପଢ଼ନ୍ତୁ: ତୁରନ୍ତ ଫୋନ୍ରେ ବଦଳାନ୍ତୁ ଏହି ସେଟିଂ, ନହେଲେ ଖାଲି ହୋଇଯିବ ଆକାଉଣ୍ଟ
ହେଲେ ଟାୱାରର ସୁଉଚ୍ଚରେ ଥିବା ସୁମିତଙ୍କ ଗୋଟିଏ ଜିଦ୍ । ପ୍ରେମିକାକୁ ଡାକ, ମୋ ସହ ତାର କଥା କରାଅ । ତା'ପରେ ଯାଇ ତଳକୁ ଓହ୍ଲାଇବି । ସୁମିତଙ୍କ ଏଭଳି ପାଗଳାମୀକୁ ନେଇ ତରଭାରେ ଚର୍ଚ୍ଚା ଜୋର୍ ଧରିଛି । ଯୁବକଙ୍କୁ ତଳକୁ ଓହ୍ଲାଇ ଆଣିବା ଲାଗି ବୁଝାସୁଝା, ଆଲୋଚନା ଜାରି ରଖିଛନ୍ତି ପୋଲିସ ଓ ଅଗ୍ନିଶମ ବାହିନୀ ।
ପ୍ରେମ ପାଇଁ ଏଭଳି ପାଗଳାମୀ କେବେ କରନ୍ତୁ ନାହିଁ । ସୁଉଚ୍ଚ ଟାୱାର ଉପରେ ଚଢ଼ିବା ଜୀବନ ପାଇଁ ମହଙ୍ଗା ହୋଇପାରେ । କେବେ କେବେ ଜୀବନ ଚାଲି ଯାଇପାରେ । ପ୍ରେମ କିମ୍ବା ଅନ୍ୟ କୌଣସି କାରଣକୁ ନେଇ ଅସୁବିଧାରେ ପଡ଼ିଲେ ପ୍ରଥମେ ନିଜ ଲୋକଙ୍କ ସହ ସାଙ୍ଗ ସାଥୀଙ୍କ ସହ ପରିବାର ସହ ଆଲୋଚନା କରନ୍ତୁ । ଆବଶ୍ୟକ ସ୍ଥଳେ ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

#ଟେଲିଫୋନ୍_ଟାଓ୍ବାର_ଉପରେ_ଯୁବକ
— Argus News (@ArgusNews_in) January 8, 2026
ସୁବର୍ଣ୍ଣପୁର: ଟେଲିଫୋନ୍ ଟାଓ୍ବାର ଉପରକୁ ଚଢି ଯାଇଛନ୍ତି ଜଣେ ଯୁବକ
ଯୁବକ ଜଣଙ୍କ ତରଭା ସୁନାରିପଡ଼ାର ସୁମିତ ସାହୁ ବୋଲି ଜଣା ପଡ଼ିଛି
କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ପହଞ୍ଚିଲେ ପୋଲିସ ଓ ଅଗ୍ନିଶମ ବାହିନୀ#Subarnapur #TelephonePole #Odisha #ArgusNews pic.twitter.com/IikV0wWR1P
ସଙ୍ଗେ ସଙ୍ଗେ ସହରରେ ଚହଳ ପଡ଼ି ଯାଇଥିଲା । ବିଦ୍ୟୁତ୍ ବେଗରେ ବ୍ୟାପି ଯାଇଥିଲେ ଜଣେ ଯୁବକ ଟାୱାର ଉପରେ ଚଢ଼ି ରହିଥିବା ଖବର । ପୋଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଯୁବକଙ୍କୁ ତଳକୁ ଓହ୍ଲାଇ ଆସିବା ପାଇଁ ବୁଝାସୁଝା କରୁଛନ୍ତି ।
ଏଥିସହ ପଢ଼ନ୍ତୁ: ତୁରନ୍ତ ଫୋନ୍ରେ ବଦଳାନ୍ତୁ ଏହି ସେଟିଂ, ନହେଲେ ଖାଲି ହୋଇଯିବ ଆକାଉଣ୍ଟ
ହେଲେ ଟାୱାରର ସୁଉଚ୍ଚରେ ଥିବା ସୁମିତଙ୍କ ଗୋଟିଏ ଜିଦ୍ । ପ୍ରେମିକାକୁ ଡାକ, ମୋ ସହ ତାର କଥା କରାଅ । ତା'ପରେ ଯାଇ ତଳକୁ ଓହ୍ଲାଇବି । ସୁମିତଙ୍କ ଏଭଳି ପାଗଳାମୀକୁ ନେଇ ତରଭାରେ ଚର୍ଚ୍ଚା ଜୋର୍ ଧରିଛି । ଯୁବକଙ୍କୁ ତଳକୁ ଓହ୍ଲାଇ ଆଣିବା ଲାଗି ବୁଝାସୁଝା, ଆଲୋଚନା ଜାରି ରଖିଛନ୍ତି ପୋଲିସ ଓ ଅଗ୍ନିଶମ ବାହିନୀ ।
ପ୍ରେମ ପାଇଁ ଏଭଳି ପାଗଳାମୀ କେବେ କରନ୍ତୁ ନାହିଁ । ସୁଉଚ୍ଚ ଟାୱାର ଉପରେ ଚଢ଼ିବା ଜୀବନ ପାଇଁ ମହଙ୍ଗା ହୋଇପାରେ । କେବେ କେବେ ଜୀବନ ଚାଲି ଯାଇପାରେ । ପ୍ରେମ କିମ୍ବା ଅନ୍ୟ କୌଣସି କାରଣକୁ ନେଇ ଅସୁବିଧାରେ ପଡ଼ିଲେ ପ୍ରଥମେ ନିଜ ଲୋକଙ୍କ ସହ ସାଙ୍ଗ ସାଥୀଙ୍କ ସହ ପରିବାର ସହ ଆଲୋଚନା କରନ୍ତୁ । ଆବଶ୍ୟକ ସ୍ଥଳେ ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories