Zero Fatality Week / ସାମାନ୍ୟ ଭୁଲ୍ କଲେ ସିଧା କଟିବ ଫାଇନ୍; ରାଜ୍ୟରେ ଚାଲିଛି 'ଶୂନ ମୃତ୍ୟୁ ସପ୍ତାହ'
·1 hour ago·2 min read

Key Points
ଟ୍ରାଫିକ ନିୟମ ଭାଙ୍ଗିଲେ ଆଉ ମିଳିବନି ନିସ୍ତାର
PUCC ପାଇଁ କୋହଳ ହେଲେ ବୀମା ପାଇଁ କଠୋର
ଶୂନ ମୃତ୍ୟୁ ସପ୍ତାହରେ କଡାକଡ଼ି ଚେକିଂ
PUCC ପାଇଁ କୋହଳ ହେଲେ ବୀମା ପାଇଁ କଠୋର
ଶୂନ ମୃତ୍ୟୁ ସପ୍ତାହରେ କଡାକଡ଼ି ଚେକିଂ
ଭୁବନେଶ୍ଵର: ବିନା ହେଲମେଟ, ବିନା ବୀମା, ଓଭର ରାଇଡିଂ କିମ୍ବା ରଙ୍ଗ୍ ସାଇଡ୍ ଡ୍ରାଇଭିଂ । ସାମାନ୍ୟ ନିୟମ ଭାଙ୍ଗିଲେ ଆଉ ଗାଡି ଚାଳକଙ୍କୁ ତ୍ରାହି ନାହିଁ । ଗୋଟିଏ ପଟେ PUCC ଫାଇନର ମୂଲ୍ୟ ସରକାର କମାଇ ଦେଇଥିବା ବେଳେ ଅନ୍ୟ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ଆରମ୍ଭ ହୋଇଛି କଡାକଡ଼ି ଚେକିଂ । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଗାଡ଼ିଗୁଡିକ ଯାଞ୍ଚ କରାଯାଇ ଇ-ଚାଲାଣ କଟାଯାଉଛି । ବୀମା ନ ଥାଇ ଦୁର୍ଘଟଣା ଘଟାଉଥିବା ଗାଡ଼ିଗୁଡିକ ଉପରେ ଅଧିକ ନଜର ରଖାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।
ପଢନ୍ତୁ ଏହି ଖବର: ଗାଡ଼ି ମାଲିକ ଓ ଚାଳକମାନଙ୍କ ପାଇଁ ଖୁସି ଖବର, କମିଲା PUCC ଫାଇନ୍
- ପ୍ରଥମ ଦିନରେ କଟିଲା ୪୪ ହଜାର ଇ-ଚାଲାଣ
- ଦ୍ଵିତୀୟ ଦିନରେ କଟିଲା ୬୦ହଜାର ଇ-ଚାଲାଣ
ପଢନ୍ତୁ ଏହି ଖବର: ଗାଡ଼ି ମାଲିକ ଓ ଚାଳକମାନଙ୍କ ପାଇଁ ଖୁସି ଖବର, କମିଲା PUCC ଫାଇନ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ପ୍ରତି ମାସର ପ୍ରଥମ ସପ୍ତାହ 'ଶୂନ ମୃତ୍ୟୁ ସପ୍ତାହ' ଭାବେ ପାଳନ କରାଯିବ । ସେପ୍ଟେମ୍ବର ୨୦୨୬ରୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଏହା ଚାଲିବ । ଯେଉଁଥିରେ ପରିବହନ ବିଭାଗ ସବୁ ଜିଲ୍ଲାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବ । ବିନା ବୀମାରେ ଗାଡ଼ି ଚଲାଇ ଦୁର୍ଘଟଣା ଘଟାଉଥିବା ଚାଳକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ସରକାର ।
Related Topics
Explore more stories