Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମମତାଙ୍କ TMC ଠାରୁ ଅଲଗା ହେଲେ ୨୦ ବିଦ୍ରୋହୀ ସାଂସଦ; NCPIରେ ମିଶିଲେ

Politics

TMC Split / ମମତାଙ୍କ TMC ଠାରୁ ଅଲଗା ହେଲେ ୨୦ ବିଦ୍ରୋହୀ ସାଂସଦ; NCPIରେ ମିଶିଲେ

Sushanta Sahoo
Browse all articles by Sushanta Sahoo
·1 day ago·2 min read
ମମତାଙ୍କ TMC ଠାରୁ ଅଲଗା ହେଲେ ୨୦ ବିଦ୍ରୋହୀ ସାଂସଦ; NCPIରେ ମିଶିଲେ
TMC Rebels Merge With NCPI

Key Points

TMCର ବିଦ୍ରୋହୀ ସାଂସଦ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି (NCPI)ରେ ବିଲୟ କରିଥିବା ଘୋଷଣା କରିଛନ୍ତି । ଏନେଇ ବିଦ୍ରୋହୀ ଟିଏମ୍‌ସି ସାଂସଦ କାକୋଳୀ ଘୋଷ କହିଛନ୍ତି, "ଆମେ ୨୦ ଜଣ ସାଂସଦ ବାଚସ୍ପତିଙ୍କୁ ଭେଟି ସଂସଦରେ ଅଲଗା ବସିବା ବ୍ୟବସ୍ଥା କରିବାକୁ ପତ୍ର ଦେଇଛୁ ।"
ନୂଆଦିଲ୍ଲୀ: ଟିଏମ୍‌ସିର ବିଧାୟକ ଦଳ ପରେ ଭାଗ ଭାଗ ହେଲା ସଂସଦୀୟ ଦଳ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଛନ୍ତି ଟିଏମ୍‌ସିର ବିଦ୍ରୋହୀ ୨୦ ସାଂସଦ । ଓମ୍ ବିର୍ଲାଙ୍କୁ ତାଙ୍କ ବାସଭବନରେ ଭେଟି ସଂସଦରେ ବସିବାକୁ ଅଲଗା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

ଏଥିସହ TMCର ବିଦ୍ରୋହୀ ସାଂସଦ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (NCPI)ରେ ବିଲୟ କରିଥିବା ଘୋଷଣା କରିଛନ୍ତି । ଏନେଇ ବିଦ୍ରୋହୀ ଟିଏମ୍‌ସି ସାଂସଦ କାକୋଳୀ ଘୋଷ କହିଛନ୍ତି, "ଆମେ ୨୦ ଜଣ ସାଂସଦ ବାଚସ୍ପତିଙ୍କୁ ଭେଟି ସଂସଦରେ ଅଲଗା ବସିବା ବ୍ୟବସ୍ଥା କରିବାକୁ ପତ୍ର ଦେଇଛୁ । ୨୦ ସାଂସଦ ଏକାଠି ହୋଇ ରାଷ୍ଟ୍ର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ କାମ କରିବୁ ।"

ଏଥିସହ ପଢ଼ନ୍ତୁ: ଦିଦିଙ୍କ ଦଳରେ ବଡ଼ ଫାଟ; NDAକୁ ସମର୍ଥନ ଘୋଷଣା କଲେ TMCର ୨୦ ସାଂସଦ

ବିଦ୍ରୋହୀ ସାଂସଦ ଗୋଷ୍ଠୀର ନେତା କାକୋଳି ଘୋଷ କହିଛନ୍ତି, "ସଂସଦରେ ଆମ ଅଲଗା ବସିବାକୁ ଚାହୁଁଛୁ । ଆମ ପାଖରେ ଦୁଇ ତୃତୀୟାଂଶ ବହୁମତ ରହିଛି । ଆମେ ନିଜକୁ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ବିଲୟ କରୁଛୁ ।"

NCPI ବା ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ହେଉଛି ତ୍ରିପୁରା ଓ ମେଘାଳୟର ଏକ ଦଳ । ଏହି ଦଳ ୨୦୨୩ରେ ତ୍ରିପୁରା ନିର୍ବାଚନ ଲଢ଼ିଥିଲା । ଏବେ ଟିଏମ‌ସିର ବିଦ୍ରୋହୀ ୨୦ ସାଂସଦ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ମିଶିବାକୁ ଲିଖିତ ସହମତି ଦେଇଛନ୍ତି ।

ସେହିଭଳି ବିଦ୍ରୋହୀ ସାଂସଦ ଶତାବ୍ଦୀ ରାୟ କହିଛନ୍ତି, "ଆମେ NCPIରେ ନିଜକୁ ବିଲୟ କରୁଛୁ । ଆଗାମୀ ରଣନୀତି ସମୟ ଆସିଲେ ନିର୍ଦ୍ଧାରଣ କରିବୁ । ଆମ ସହ ୨୦ ସାଂସଦ ଅଛନ୍ତି । ଆମେ ଦଳର ଚିହ୍ନ ଦାବି କର ନାହୁଁ, ଏହା ବାଚସ୍ପତି ନିଷ୍ପତ୍ତି ନେବେ କଣ କରିବାକୁ ହେବ ।"

ଏଥିସହ ପଢ଼ନ୍ତୁ: ଦିଦିଙ୍କ 'ଏପାଙ୍ଗ ଓପାଙ୍ଗ ଝପାଙ୍ଗ' କଣ ? ରୋକ୍ ଲଗାଇଲେ ଶୁଭେନ୍ଦୁ 

ଦିଦିଙ୍କ ପାଇଁ ବଢ଼ିଲା ସଂକଟ

ପଶ୍ଚିମବଙ୍ଗରେ TMC ପାଖରେ ମୋଟ ୨୯ ଲୋକସଭା ସାଂସଦ ଥିଲେ । ଏବେ ନାଟକୀୟ ଭାବେ ୨୦ ଜଣ ବିଦ୍ରୋହୀ ସାଂସଦ, NCPIରେ ବିଲୟ କରିବା ପରେ ମମତାଙ୍କ ପାଇଁ ସଂକଟ ବଢ଼ିଛି । ଏହା ପୂର୍ବରୁ ସମାନ ଢଙ୍ଗରେ ଟିଏମ୍‌ସିର ୮୦ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ବିଦ୍ରୋହ କରି ଦଳ ଛାଡ଼ିଥିବା ବେଳେ ୨ ଜଣଙ୍କୁ ପୂର୍ବରୁ ଦଳ ବହିଷ୍କୃତ କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
20 TMC MPs Break Away, Merge With NCPI in Major Setback for Mamata | Argus News | Argus News