Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଦିଙ୍କ ଦଳରେ ବଡ଼ ଫାଟ; NDAକୁ ସମର୍ଥନ ଘୋଷଣା କଲେ TMCର ୨୦ ସାଂସଦ

Politics

TMC Faces Major Split / ଦିଦିଙ୍କ ଦଳରେ ବଡ଼ ଫାଟ; NDAକୁ ସମର୍ଥନ ଘୋଷଣା କଲେ TMCର ୨୦ ସାଂସଦ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଦିଦିଙ୍କ ଦଳରେ ବଡ଼ ଫାଟ; NDAକୁ ସମର୍ଥନ ଘୋଷଣା କଲେ TMCର ୨୦ ସାଂସଦ
20 TMC MPs Claim Separate Group in Parliament

Key Points

୫୮ ବିଧାୟକଙ୍କ ପରେ ହାତ ଛାଡ଼ିଲେ ୨୦ ସାଂସଦ । ପଶ୍ଚିମବଙ୍ଗରେ ଦିଦିଙ୍କ ଟିଏମ୍‌ସି କ୍ଷମତାରୁ ଯିବା ପରେ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ଼ ଝଟ୍‌କା ।
କୋଲକାତା: ମମତାଙ୍କ ପାଇଁ ବଢ଼ିଲା ଅଡ଼ୁଆ । ୫୮ ବିଧାୟକଙ୍କ ପରେ ହାତ ଛାଡ଼ିଲେ ୨୦ ସାଂସଦ । ପଶ୍ଚିମବଙ୍ଗରେ ଦିଦିଙ୍କ ଟିଏମ୍‌ସି କ୍ଷମତାରୁ ଯିବା ପରେ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ଼ ଝଟ୍‌କା । କୋଲକାତା ପରେ ଦିଲ୍ଲୀରେ ଟିଏମ୍‌ସି ଦୁଇ ଫାଳ ହୋଇ ଯାଇଛି ।

ଟିଏମ୍‌ସି ୨୦ ସାଂସଦ ଭିନ୍ନ ଗୋଷ୍ଠୀ ଗଢ଼ିଥିବା ଦାବି କରିଛନ୍ତି । ଏତିକି ନୁହେଁ, ଏହି ବିଦ୍ରୋହୀ ସାଂସଦମାନେ ଏନଡିଏକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ଟିଏମ୍‌ସିର ବିଦ୍ରୋହୀ ସାଂସଦ ଡ. ଶର୍ମିଳା ସରକାର ଏନେଇ ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ବିଧାୟକଙ୍କ ପରେ ମମତାଙ୍କ ହାତ ଛାଡ଼ିବେ TMC ସାଂସଦ ! ଶୁଭେନ୍ଦୁଙ୍କ ଉପସ୍ଥିତିରେ ରୁଦ୍ଧ ଦ୍ଵାର ବୈଠକ 

ସାଂସଦ ଶର୍ମିଳା ସରକାର କହିଛନ୍ତି, "୨୦ ଜଣ ସାଂସଦ ଭିନ୍ନ ଏକ ଗୋଷ୍ଠୀ ଗଢ଼ି NDAକୁ ସମର୍ଥନ ଦେବାକୁ ଯାଉଛି । ଏହି ଗୋଷ୍ଠୀର ମୁଖ୍ୟ ସଚେତକ କାକୋଳି ଘୋଷ ରହିବେ । ଶତାବ୍ଦୀ ଘୋଷଙ୍କ ଉପ ନେତା ଚୟନ କରାଯାଇଛି ।"

ଏତିକି ନୁହେଁ ବିଦ୍ରୋହୀ ସାଂସଦ ମାନେ ମମତାଙ୍କ ଠାରୁ ଅଲଗା ହେବା ସହ ପ୍ରକୃତ ଟିଏମ୍‌ସି ବୋଲି ଦାବି କରିଛନ୍ତି । ଏନେଇ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଇବା ବୋଲି ସୂଚନା ଦେଇଛନ୍ତି ସାଂସଦ ଶର୍ମିଳା ସରକାର ।

୫୮ ବିଧାୟକଙ୍କ ପରେ ୨୦ ସାଂସଦ

ଏହା ପୂର୍ବରୁ ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ହଟଚମଟ ଦେଖିବାକୁ ମିଳିଥିଲା । ଟିଏମ୍‌ସିରେ ବିଦ୍ରୋହ କରି ୫୮ ଜଣ ବିଧାୟକ ଦଳ ଛାଡ଼ିଥିଲେ । ଯାହାର ନେତୃତ୍ଵ ନେଇଥିଲେ ଟିଏମ୍‌ସିରୁ ବହିଷ୍କୃତ ବିଧାୟକ ଋତବ୍ରତ ବାନାର୍ଜୀ । ଏବେ ତୃଣମୂଳ କଂଗ୍ରେସ ସାଂସଦ ସୁଖେନ୍ଦୁ ଶେଖର ଦଳ ଛାଡ଼ିବା ପରେ ୨୦ ସାଂସଦ ଟିଏମ୍‌ସରୁ ଅଲଗା ହୋଇ NDAକୁ ସମର୍ଥନ ଘୋଷଣା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ମମତା ଡାକିଥିବା ବୈଠକକୁ ଆସିଲେ ମାତ୍ର ୮ ବିଧାୟକ, ୬ ସାଂସଦ; କ'ଣ କହିଲା TMC ? 

ଆଗକୁ କ'ଣ ହେବ ?

ପଶ୍ଚିମବଙ୍ଗରେ TMC ପାଖରେ ଲୋକସଭାରେ ୨୮ ଜଣ ସାଂସଦ ଅଛନ୍ତି । ଏବେ ୨୦ ଜଣ ସାଂସଦ NDAକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ପୂର୍ବରୁ ଟିଏମ୍‌ସିର ୮୦ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ବିଦ୍ରୋହୀ ସାଜିଛନ୍ତି । ଏଭଳି ଦେଖିବାକୁ ଗଲେ ଏହି ସଂଖ୍ୟା ମୋଟ ସଦସ୍ୟଙ୍କର ଦୁଇ ତୃତୀୟାଂଶରୁ ଅଧିକ । ତେଣୁ ବିଦ୍ରୋହୀ ବିଧାୟକ ଓ ସାଂସଦଙ୍କ ବିରୋଧରେ ଦଳ ବଦଳ ନିରୋଧୀ ଆଇନ୍ ଲାଗୁ ହୋଇ ନପାରେ ।

ତୃଣମୂଳ କଂଗ୍ରେସ ସାଂସଦ ସୁଖେନ୍ଦୁ ଶେଖର ଦଳରୁ ଇସ୍ତଫା ଦେବା ପରେ ଭୂପେନ୍ଦ୍ର ଯାଦବଙ୍କ ଘରେ ରୁଦ୍ଧ ଦ୍ଵାର ବୈଠକ କରିଥିଲେ । ଯେଉଁଥିରେ ଟିଏମ୍‌ସିର ୨୦ ସାଂସଦଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TMC Faces Major Split: 20 MPs Announce Support for NDA | Argus News | Argus News