Abu Azmi on Tukaram Mundhe / ତୁକାରମ ମୁଣ୍ଡେଙ୍କ ସମର୍ଥନରେ ଆସିଲେ ସପା ବିଧାୟକ ଆବୁ ଆଜମୀ; ରଖିଲେ ଏହି ଦାବି
·1 hour ago·2 min read

Key Points
ସମାଜବାଦୀ ପାର୍ଟି ମହାରାଷ୍ଟ୍ର ରାଜ୍ୟ ଶାଖା ସଭାପତି ଆବୁ ଆଜମୀ ନିର୍ବାଚନ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ କମିଶନର ତୁକାରାମ ମୁଣ୍ଡେଙ୍କ ସମର୍ଥନରେ ଆସିଛନ୍ତି।
ମହାରାଷ୍ଟ୍ର ଚର୍ଚ୍ଚିତ ପ୍ରଶାସନିକ ଅଧିକାରୀ ତୁକାରମ ମୁଣ୍ଡେଙ୍କ ସମର୍ଥନରେ ଆସିଛନ୍ତି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଏବଂ ତଥା ରାଜ୍ୟର ମନର୍ଖୁଡ଼-ଶିବାଜୀ ନଗର ବିଧାୟକ ବିଧାୟକ ଆବୁ ଆଜମୀ। ସପା ବିଧାୟକ ତାଙ୍କୁ ନିର୍ବାଚନ ଆୟୁକ୍ତ ଦାୟିତ୍ୱ ପ୍ରଦାନ କରିବାକୁ ଦାବି ରଖିଛନ୍ତି। ସେ ନିର୍ବାଚନ ଆୟୋଗ ବିରୋଧରେ ଭୋଟର ତାଲିକା ଅନିୟମିତତା ଏବଂ ଭୋଟ ଚୋରି କରିବା ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ନିର୍ବାଚନ ଆୟୋଗଙ୍କ ଇସ୍ତଫା ଦାବି କରିବା ସହ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ଆଗାମୀ ନଭେମ୍ବର ପହିଲାରେ ହେବାକୁ ଯାଉଥିବା ଇଣ୍ଡି ମେଣ୍ଟ ରାଲିରେ ସର୍ବାଧିକ ଅଂଶଗ୍ରହଣ ପାଇଁ ମଧ୍ୟ ଆବେଦନ କରିଛନ୍ତି।
ଆଜମୀ କହିଛନ୍ତି ଯେ ଭୋଟର ତାଲିକାରେ ଅନିୟମିତତା ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଛି। ସେ ଇମ୍ରାନ ଖାନ, ଉତ୍ତର ପ୍ରଦେଶ କଂଗ୍ରେସ-ସମାଜବାଦୀ ପାର୍ଟି ମେଣ୍ଟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ମନ୍ତବ୍ୟ ସହିତ ଜଡିତ ଆଇନଗତ ମାମଲା ଉପରେ ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି।
ଏହା ସହ ପଢନ୍ତୁ: ଅଖିଳେଶ ଯାଦବଙ୍କୁ ଅସାଦୁଦ୍ଦିନ ଓୱେସୀଙ୍କ କଟାକ୍ଷ; ସପା ହେଲାଣି 'ସମାଜବାଦୀ ଯାଦବ ପରିବାର'
'ତୁକାରମ ମୁଣ୍ଡେଙ୍କୁ ନିର୍ବାଚନ କମିଶନର କରନ୍ତୁ'
ଆବୁ ଆଜମୀ ଅଭିଯୋଗ କରିଛନ୍ତି ଯେ ପ୍ରତ୍ୟେକ ନିର୍ବାଚନରେ ଭୋଟ ଚୋରି ଏବଂ ଅନିୟମିତତା ହୋଇଥିବାର ମାମଲା ସାମ୍ନାକୁ ଆସିଛି। ସେ ଦାବି କରିଛନ୍ତି ଯେ ଏହି ଘଟଣାରେ ଦାୟୀ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ନଭେମ୍ବର ୧ ତାରିଖରେ ହେବକୁ ଯାଉଥିବା ରାଲିକୁ ସମର୍ଥନ କରି ଆଜମୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ପ୍ରମୁଖ ବିରୋଧୀ ନେତା ଏବଂ ବର୍ତ୍ତମାନ ପରିସ୍ଥିତିରେ କ’ଣ ପଦକ୍ଷେପ ନିଆଯିବା ଉଚିତ ତାହା ସେ ଜାଣନ୍ତି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନରେ ଅଭିଯୋଗ ହୋଇଥିବା ଅନିୟମିତତା ବିଷୟରେ ଉଲ୍ଲେଖ କରି ସେ ଅଭିଯୋଗ କରିଛନ୍ତି ଯେ କିଛି କ୍ଷେତ୍ରରେ ଭୋଟରଙ୍କ ନାମ ବାଦ ଦିଆଯାଉଛି। ଯେତେବେଳେ ଅନ୍ୟ କିଛି କ୍ଷେତ୍ରରେ ଯୋଡାଯାଉଛି। ଆଜମୀ କହିଛନ୍ତି ଯେ ଏପରି ଘଟଣା ଗଣତାନ୍ତ୍ରିକ ବ୍ୟବସ୍ଥାର ବିଶ୍ୱସନୀୟତାକୁ ଦୁର୍ବଳ କରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ରାଲିରେ ଯୋଗଦେବା ଏବଂ ନିର୍ବାଚନ କମିଶନଙ୍କ ସହ ଜଡିତ ପ୍ରସଙ୍ଗକୁ ଦୃଢ଼ ଭାବରେ ଉଠାଇବା ପାଇଁ ଯଥାସମ୍ଭବ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ କେବଳ କମିଶନ ଇସ୍ତଫା ଯଥେଷ୍ଟ ନୁହେଁ। ହେଲେ ଅଭିଯୋଗ ସାମ୍ନା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଯଦି ସମ୍ପୃକ୍ତ ଅଧିକାରୀ ଠିକ୍ ସାବ୍ୟସ୍ତ ହୁଅନ୍ତି, ତାହେଲେ ସେମାନେ ତଦନ୍ତ ମାଧ୍ୟମରେ ଆଶ୍ୱସ୍ତି ପାଇପାରିବେ। ଜନସାଧାରଣଙ୍କ ଦାବି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରାଯିବା ଉଚିତ୍ ନୁହେଁ। ନିଜର ବ୍ୟକ୍ତିଗତ ମତ ପ୍ରକାଶ କରି ସେ କହିଛନ୍ତି ଯେ ଯଦି ତୁକାରାମ ମୁଣ୍ଡେଙ୍କୁ ନିର୍ବାଚନ କମିଶନର ଦାୟିତ୍ୱ ଦିଆଯାଏ, ତାହେଲେ ଆହୁରି ଭଲ କାମ ହୋଇପାରିବ।