Asaduddin Owaisi targets Akhilesh Yadav / ଅଖିଳେଶ ଯାଦବଙ୍କୁ ଅସାଦୁଦ୍ଦିନ ଓୱେସୀଙ୍କ କଟାକ୍ଷ; ସପା ହେଲାଣି 'ସମାଜବାଦୀ ଯାଦବ ପରିବାର'
·1 day ago·3 min read

Key Points
ଉତ୍ତର ପ୍ରଦେଶର କୈରାନା ଠାରେ ପହଞ୍ଚିଥିବା ଅସାଦୁଦ୍ଦିନ ଓୱେସି ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି କହିଥିଲେ ଯେ ସମାଜବାଦୀ ପାର୍ଟି (ସପା) ନାମ ପରିବର୍ତ୍ତନ କରି ଏହାର ନାମ "ସମାଜବାଦୀ ଯାଦବ ପରିବାର" ରଖାଯିବା ଆବଶ୍ୟକ।
୨୦୨୭ ବିଧାନସଭା ନିର୍ବାଚନକୁ ନେଇ ବର୍ତ୍ତମାନ ଠାରୁ ସରଗରମ ହୋଇ ଉଠିଲାଣି ଉତ୍ତର ପ୍ରଦେଶ ରାଜନୀତି। ନିର୍ବାଚନ ଦିନକୁ ଦିନ ପାଖେଇ ଆସୁଥିବାରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ ଦଳର ନେତାଙ୍କ ବୟାନବାଜି ତୀବ୍ର ହେବାରେ ଲାଗିଛି। ଏପରିକି ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ଦଳର ନେତା ପରସ୍ପରରକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହି କ୍ରମରେ ଏକ ନିର୍ବାଚନ ରାଲିରେ ଯୋଗଦେବା ପାଇଁ ଉତ୍ତର ପ୍ରଦେଶର କୈରାନା ଠାରେ ପହଞ୍ଚିଥିବା ଏଆଇଏମଆଇଏମ (AIMIM) ମୁଖ୍ୟ ଅସାଦୁଦ୍ଦିନ ଓୱେସି, ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି।
ଏନେଇ ସେ କହିଚନ୍ତି, "ଅଖିଳେଶ ଯାଦବ, ଆପଣ ଆପଣଙ୍କ ଦଳର ନାମ ସମାଜବାଦୀ ପାର୍ଟି (ସପା) ରୁ ସମାଜବାଦୀ ଯାଦବ ପରିବାର କରିଦେବା ଆବଶ୍ୟକ। ଗୋଟିଏ ସମୟ ଥିଲା ଯେତେବେଳେ ଜଣେ ମୁସଲିମ ଆଜମଗଡ଼ ଆସନରୁ ନିର୍ବାଚିତ ହେଉଥିଲେ। ଏବେ ତାଙ୍କ (ଅଖିଲେଶ ଯାଦବ) ଭାଇ ସେଠାରୁ ସାଂସଦ ଅଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ଜଣେ ମୁସଲିମ ଫିରୋଜାବାଦ ଆସନରୁ ନିର୍ବାଚନ ଜିତୁଥିଲେ। ଏବେ ସପା ମୁଖିଆଙ୍କ ପରିବାରର ସଦସ୍ୟ ସେଠାରୁ ସାଂସଦ ଅଛନ୍ତି।"
ରବିବାର କୈରାନା ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଅସାଦୁଦ୍ଦିନ୍ ଓୱେସି କହିଛନ୍ତି ଯେ, ତାଙ୍କ ଦଳ (ଏଆଇଏମଆଇଏମ) ବିଜେପିକୁ ତୃତୀୟ ଥର ପାଇଁ ସରକାର ଗଠନ କରିବାରୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ। ଉତ୍ତର ପ୍ରଦେଶରେ ବିଜେପି କ୍ଷମତାକୁ ଆସିବାରୁ ରୋକିବାର ସାଧାରଣ ଲକ୍ଷ୍ୟ ପାଇଁ ଆମେ ଅନ୍ୟ ବିରୋଧି ଦଳ ସହିତ ମିଶିବାକୁ ପ୍ରସ୍ତୁତ ଅଛୁ।" ସେ କହିଥିଲେ, "ମୁଁ ଚାହେଁ ନାହିଁ ଯେ ଯୋଗୀ ଆଦିତ୍ୟନାଥ ତୃତୀୟ ଥର ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଯଦି ଅନ୍ୟ ବିରୋଧି ଦଳ ମଧ୍ୟ ବିଜେପି ସରକାରକୁ କ୍ଷମତାରୁ ଦୂରେଇ ରଖିବାର ସମାନ ଲକ୍ଷ୍ୟ ରଖିଛନ୍ତି, ତାହେଲେ ତାଙ୍କ ଦଳ ସେମାନଙ୍କ ସହିତ ସହଯୋଗ କରିବାକୁ ପ୍ରସ୍ତୁତ।"
ଏହା ସହ ପଢନ୍ତୁ: 'ଆମେ ଗାନ୍ଧୀ, ନେହେରୁ କିମ୍ବା ଯାଦବଙ୍କୁ ନେତା ଭାବରେ ଗ୍ରହଣ କରିବୁ ନାହିଁ'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିରୋଧି ଦଳ ସଂଖ୍ୟାଲଘୁ ଏବଂ ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ସ୍ୱର ଉଠାଇ ନାହାଁନ୍ତି: ଅସାଦୁଦ୍ଦିନ ଓୱେସି
ଅସାଦୁଦ୍ଦିନ ଓୱେସି ବିରୋଧି ଦଳକୁ ସଂଖ୍ୟାଲଘୁ ଏବଂ ସମାଜର ଦୁର୍ବଳ ବର୍ଗଙ୍କ ସହ ଜଡ଼ିତ ପ୍ରସଙ୍ଗକୁ ପ୍ରଭାବଶାଳୀ ଢଙ୍ଗରେ ଉଠାଇବାରେ ବିଫଳ ହୋଇଥିବାର ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ ଉତ୍ତର ପ୍ରଦେଶରେ ବର୍ତ୍ତମାନ କ୍ଷମତାସୀନ ସରକାର ସମୟରେ ଅନେକ ମସଜିଦ ଭଙ୍ଗା ଘଟଣା ଜାରି ରହିଛି। ହେଲେ ବିରୋଧି ଦଳ ଏହି ପ୍ରସଙ୍ଗକୁ ପ୍ରଭାବଶାଳୀ ଢଙ୍ଗରେ ଉଠାଇବାରେ ବିଫଳ ହେଉଛନ୍ତି।
ହାଇଦ୍ରାବାଦ ସାଂସଦ ଅଭିଯୋଗ କରିଛନ୍ତି ଯେ ବିରୋଧି ଦଳର ପ୍ରାଥମିକତା ସେମାନଙ୍କ ଦଳ ନିଜ ଭୋଟବ୍ୟାଙ୍କ ପର୍ଯ୍ୟନ୍ତ ସୀମିତ ଅଛନ୍ତି। ସେମାନେ ସଂଖ୍ୟାଲଘୁ ଏବଂ ସମାଜର ଦୁର୍ବଳ ବର୍ଗଙ୍କ ସହ ଜଡ଼ିଚ ପ୍ରସଙ୍ଗ ଉଠାଇବାରେ ବିଫଳ ହେଉଛନ୍ତି। ଆସଦୁଦ୍ଦିନ ଓୱେସି କହିଛନ୍ତି ଯେ ଯଦି ବିରୋଧି ଦଳ ପ୍ରକୃତରେ ବିଜେପି ସରକାରକୁ କ୍ଷମତାରୁ ଦୂରେଇ ରଖିବାକୁ ଚାହାଁନ୍ତି, ତାହେଲେ ସେମାନଙ୍କୁ ସଂଖ୍ୟାଲଘୁ ଏବଂ ଦୁର୍ବଳ ବର୍ଗଙ୍କ ସମ୍ପର୍କିତ ପ୍ରସଙ୍ଗକୁ ଗମ୍ଭୀରତାର ସହିତ ସମାଧାନ କରିବାକୁ ପଡିବ।
ସାଉଦି ଆରବରେ ଫସି ରହିଥିବା ଭାରତୀୟ ହଜ୍ ଯାତ୍ରୀ ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଅସାଦୁଦ୍ଦିନ ଓୱେସି। ଏନେଇ ସେ କହିଛନ୍ତି, "ଯଦି ଏହି ଯୁଦ୍ଧ ହୁଏ, ତାହେଲେ ଭାରତ କ୍ଷତି ସହିବ। ଆମକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୁଦ୍ଧ ନ କରିବାକୁ କହିବାକୁ ପଡି଼ବ। କାରଣ ଏହା ଭାରତକୁ କ୍ଷତି ପହଞ୍ଚାଇବ। ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପାଇବ। ଭଗବାନ ନକରନ୍ତୁ ଏହି ବିବାଦ ଆଗକୁ ଆହୁରି ବଢ଼ିଯାଉ। ମଧ୍ୟ ପ୍ରାଚ୍ୟରେ ଫସି ରହିଥିବା ଭାରତୀୟଙ୍କ କ'ଣ ହେବ? ଆମେ ଉମର (ଧାର୍ମିକ ଯାତ୍ରା) କରିବାକୁ ଯାଇଥିବା ଆମର ୪୦୦୦ ତୀର୍ଥଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ସଂଘର୍ଷ କରୁଛୁ। ମୋଦି ଜୀ ଆପଣ ମଧ୍ୟ ଏଥିପାଇଁ ପଦକ୍ଷେପ ନେବା ଆବଶ୍ୟକ। ଆପଣଙ୍କ କଥା ସ୍ପଷ୍ଟ ଭାବରେ ରଖନ୍ତୁ ଏବଂ ଟ୍ରମ୍ପଙ୍କୁ କୁହନ୍ତୁ ଯେ ଆମେ ଯୁଦ୍ଧ ନୁହେଁ, ଶାନ୍ତି ଚାହୁଁଛୁ। ଏହା ଭାରତର ପ୍ରକୃତ ଲାଭ।"