Tamil Nadu Election / ଟିଭିକେ ସହ ହେବ କି ମେଣ୍ଟ? ଜବାବ ରଖିଲେ ଇପିଏସ୍
·1 month ago·2 min read

Key Points
୨୦୨୬ ତାମିଲାନଡୁ ବିଧାନସଭା ନିର୍ବାଚନରେ ଟିଭିକେ ସହ ମେଣଅଟ ହେବ ନାହିଁ ତାହାର ଜବାବ ରଖିଛନ୍ତି ଏଆଇଏଡିଏମକେ ଅଧ୍ୟକ୍ଷ ଇପିଏସ.
AIADMK General Secretary EPS: ୨୦୨୬ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଛି ତାମିଲନାଡୁ ରାଜନୀତି। ରାଜ୍ୟରେ କ୍ଷମତାସୀନ ଡିଏମକେ ସରକାରକୁ ଗାଦିଚ୍ୟୁତ କରିବା କ୍ଷମତାକୁ ଫେରିବାର ଲକ୍ଷ୍ୟ ରଖିଛି ଏଆଇଏଡିଏମକେ। ଅନ୍ୟପକ୍ଷରେ ତାମିଲ ଅଭିନେତା ଥାଲାପତି ବିଜୟଙ୍କ ଟିଭିକେ ୨୦୨୬ ତାମିଲନାଡୁ ମହାସମରକୁ ତ୍ରିକୋଣୀୟ କରିସାରିଛି। ଏଥର ଟିଭିକେ ନିର୍ବାଚନରେ ଏକାକୀ ନିର୍ବାଚନ ଲଢ଼ିବ ନାଁ କାହା ସହିତ ମେଣ୍ଟ ଗଠନ କରିବ ତାହା ସ୍ପଷ୍ଟ ହୋଇନାହିଁ।
ଏବେ ଚର୍ଚ୍ଚା ହେଉଛି ଥାଲାପତି ବିଜୟଙ୍କ ଦଳ ଟିଭିକେ, ରାଜ୍ୟର ମୁଖ୍ୟ ବିରୋଧି ଏଆଇଏଡିଏମକେ ସହ ମେଣ୍ଟ କରିପାରେ। ହେଲେ ଦଳର ସାଧାରଣ ସମ୍ପାଦକ ଇ.ପଲାନୀସ୍ୱାମୀ (ଇପିଏସ୍) କହିଛନ୍ତି ଯେ ମେଣ୍ଟ ପ୍ରସଙ୍ଗରେ ତାଙ୍କସହ କୌଣସି ଆଲୋଚନା ହୋଇନାହିଁ।
ଏଥିସହ ପଢ଼ନ୍ତୁ: ମିଶନ ୨୦୨୬ ପାଇଁ ଅଣ୍ଟାଭିଡ଼ିଲା ବିଜେପି; ଖୁବ ଶୀଘ୍ର ଜାରି ହେବ ପ୍ରାର୍ଥୀ ତାଲିକା
ବର୍ତ୍ତମାନ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ରହିଛି ଏଆଇଏଡିଏମକେ। ମେଣ୍ଟ ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେବା ପରେ ଦଳର ସମ୍ପାଦକ ପଲାନିସ୍ୱାମୀ କହିଛନ୍ତି ଯେ ବିଜୟଙ୍କ ତାମିଲଗା ବେତ୍ରୀ କଝଗମ୍ (ଟିଭିକେ) ସହ ମେଣ୍ଟ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ। ଏହା ସହିତ ତାଙ୍କୁ ଯେ କେନ୍ଦ୍ରମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଆସନ ବୁଝାମଣାକୁ କୌଣସି ଆଲୋଚନା ହୋଇଥିଲା ନାଁ ନାହିଁ ସେ ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ଇପିଏସ କହିଛନ୍ତି ଯେ ସେମାନେ କେବଳ ନିର୍ବାଚନ ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିଥିଲେ।। ସମୟ ଆସିଲେ ଆସନ ବୁଝାମାଣ ସମ୍ପର୍କରେ ଆଲୋଚନା କରାଯିବ।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ବିଜୟଙ୍କ ଉପରେ ଚାପ ପକାଯିବା ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ ଇପିଏସ। ଏନେଇ ସେ କହିଥିଲେ ଯେ ଏହା ତାଙ୍କ ସହିତ ଜଡି଼ତ ମାମଲା। ସେ ନିଜେ ଏହାର ସାମ୍ନା କରିବେ। ରାଜନୈତିକ ନେତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି। ସେମାନେ କୋର୍ଟ୍ ରେ ଆଇନଗତ ଭାବରେ ନିଜର ପକ୍ଷ ରଖୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ଥର ତାମିଲନାଡୁ ଗସ୍ତ କରିବା ସମୟରେ ଅନେକ ବିକାଶ ପ୍ରକଳ୍ପ ଘୋଷଣା କରିଥାନ୍ତି। ରାଜ୍ୟର ମଦୁରାଇ ବିମାନବନ୍ଦରକୁ ଏକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରିଣାତ କରିବା ସହ ଅନେକ ବିକାଶ ପ୍ରକଳ୍ପ ଆରମ୍ଭ କରାଯିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କେନ୍ଦ୍ର ରାଜ୍ୟକୁ ଅବହେଳା କରୁଥିବା ନେଇ ଅଭିଯୋଗ ଆଣିଥିଲେ। ଯେଉଁଥିରେ ସେ କହିଥିଲେ ସେ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପାଖରୁ କୌଣସି ସହଯୋଗ ମିଳୁନାହିଁ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଆହୁରି ମଧ୍ୟ କହିଥିଲେ ଯେ ଆଗାମୀ ନିର୍ବାଚନରେ ଦିଲ୍ଲୀ-ତାମିଲନାଡୁ ମଧ୍ୟରେ ମୁକାବିଲା ହେବ। ଏହାର ଜବାବ ରଖି ଉପରୋକ୍ତ ବୟାନ ଦେଇଥିଲେ ଇପିଏସ। ଡିଏମକେ ସୁପ୍ରିମୋ ଷ୍ଟାଲିନ୍ ଏପରି ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାବରେ ତାଙ୍କ ପାଖରେ ରହିଥିବା କମ ଆତ୍ମ ବିଶ୍ୱାସକୁ ଦର୍ଶାଉଛି। ରାଜ୍ୟରେ ଏଆଇଏଡିଏମକେ ସରକାର ଅମଳରେ ସୁଶାସନ ଚାଲିଥିଲା। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଏପରି କଥା କହୁଛନ୍ତି କାରଣ ସେ ରାଜନୈତିକ ଭାବରେ ଆମ ସିଧାସଳଖ ମୁକାବିଲା କରିପାରିବେ ନାହିଁ।
ପଢନ୍ତୁ ଏହି ଖବର: ମିଶନ ୨୦୨୭ ପୂର୍ବରୁ ବିବାଦରେ PDA; ପ୍ରଶ୍ନ ଘେରରେ ଅଖିଲେଶ ଯାଦବ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories