Videos
|
Politics

Political News / 'ମୁଁ ବିଧାନସଭା ନିର୍ବାଚନ ଲଢ଼ିବି ନାହିଁ; ମୋ ପାଇଁ ଯାହା ଠିକ୍ ହେବ ମୁଁ ତାହା କରିବି'

Subhramjit Ray
Browse all articles by Subhramjit Ray
·2 hours ago·2 min read
'ମୁଁ ବିଧାନସଭା ନିର୍ବାଚନ ଲଢ଼ିବି ନାହିଁ; ମୋ ପାଇଁ ଯାହା ଠିକ୍ ହେବ ମୁଁ ତାହା କରିବି'
Akhilesh Yadav on UP Polls 2027

Key Points

ବିଧାନସଭା ନିର୍ବାଚନରେ ​​ସେ କେଉଁ ଆସନରୁ ଲଢ଼ିବେ ସେ ସମ୍ପର୍କରେ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନଥିଲେ ଅଖିଳେଶ ଯାଦବ। ସେ କହିଛନ୍ତି ଯେ କାଶୀର ଲୋକ ଶୁଭ ଏବଂ ଅଶୁଭ ସମୟ ବିଷୟରେ ଜାଣନ୍ତି।

ଆଗାମୀ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଏବେ ଠାରୁ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଦଳ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ହେଲେ ଏହି ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବ। ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ​​କେଉଁ ଆସନରୁ ଲଢ଼ିବେ ସେ ବିଷୟରେ ସ୍ପଷ୍ଟ ଭାବରେ ଉତ୍ତର ଦେବା ପରିବର୍ତ୍ତେ ଏକ ସାଙ୍କେତିକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କାଶୀ (ବାରଣାସୀ) ଜନସାଧାରଣ ଶୁଭ ଏବଂ ଅଶୁଭ ସମୟ ବିଷୟରେ ଭଲ ଭାବରେ ବୁଝନ୍ତି। ସେମାନଙ୍କ ପାଇଁ କ’ଣ ଶୁଭ ହେବ ତାହା ମଧ୍ୟ ନିଷ୍ପତ୍ତି ନେବେ।

ବାରଣାସୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ଆସିଥିଲେ ସପା ମୁଖିଆ। ଏହି ଅବସରରେ ଯେତେବେଳେ ତାଙ୍କୁ ୨୦୨୭ ବିଧାନସଭା ନିର୍ବାଚନରେ ​ କେଉଁ ଆସନରୁ ଲଢ଼ିବେ ବୋଲି ପଚରାଗଲା, ସେତେବେଳେ ଅଖିଳେଶ ଯାଦବ କହିଥିଲେ, "କାଶୀର ଲୋକ ବହୁତ ଧାର୍ମିକ। ସେମାନଙ୍କର ଶୁଭ ଏବଂ ଅଶୁଭ ସମୟ ବିଷୟରେ ଭଲ ଜ୍ଞାନ ଅଛି। ଆମେ ଯେତେବେଳେ ନିର୍ବାଚନ ଲଢ଼ି ନଥାଏ ସେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥାଉ। ଆମେ କେବଳ ତାହା କରିବୁ ଯାହା ଆମ ପାଇଁ ଶୁଭ ହେବ।" ଅଖିଳେଶ ଯାଦବ କହିଥିଲେ ଯେ ସେ ପୂର୍ବରୁ ଲୋକସଭା ସାଂସଦ ଥାଇ ସିଧାସଳଖ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ପ୍ରଶ୍ନକର୍ତ୍ତାଙ୍କୁ ଇଙ୍ଗିତ କରି ସେ କହିଥିଲେ, "ସିଧା ଲୋକସଭାରୁ...ମୋତେ କୁହ, ଆପଣ ଗତ ଥର କେଉଁଠାରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ? ସିଧା ଲୋକସଭାରୁ? ତେଣୁ, ଏଥିପାଇଁ ସିଧାସଳଖ ଲୋକସଭାରୁ ଶପଥ।"

ଏହା ସହ ପଢନ୍ତୁ: ମଲ୍ଲିକାର୍ଜୁନ ଖାର୍ଗେଙ୍କ ବୟାନ ଠାରୁ ଦୂରେଇଗଲା ସପା; କହିଲା 'ଭାଷାରେ ସଂଯମତା ରଖିବା ଜରୁରୀ'

ଆସନ ଭାଗବଣ୍ଟାକୁ ନେଇ କ'ଣ କହିଲେ ସପା ଅଧ୍ୟକ୍ଷ? "ନିର୍ବାଚନ ଜିତନ୍ତୁ ଏବଂ ଆସନ ପାଆନ୍ତୁ"
ବିରୋଧି ମେଣ୍ଟ ଭିତରେ ଆସନ ଭାଗବଣ୍ଟା ସମ୍ପର୍କରେ ଚାଲିଥିବା ଆଲୋଚନା ଉପରେ ମଧ୍ୟ ଅଖିଳେଶ ଯାଦବ ନିଜର ମତାମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଆସନ ବଣ୍ଟନକୁ ନେଇ ଅତ୍ୟଧିକ ବ୍ୟତିବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଆସନ ଭାଗବଣ୍ଟାର ପ୍ରକୃତ ଆଧାର ହେଉଛି ନିର୍ବାନରେ ବିଜୟ। ଅଖିଳେଶ ଯାଦବ ଆହୁରି କହିଥିଲେ, "ସିଟ୍ ବିଷୟରେ ଅତ୍ୟଧିକ ବ୍ୟସ୍ତ ହୁଅନ୍ତୁ ନାହିଁ। ଆସନର ଆଧାର ହେଉଛି ବିଜୟ। ନିର୍ବାଚନ ଜିତନ୍ତୁ ଏବଂ ଆସନ ପାଆନ୍ତୁ। ସଂଖ୍ୟା ପ୍ରସଙ୍ଗ ନୁହେଁ। ଆମେ ଜାଣିଛୁ କିପରି ରାସ୍ତା ଖୋଜାଯିବ ଏବଂ ଆମେ ଏକ ରାସ୍ତା ଖୋଜିବୁ।"

ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବୟାନୁ ନେଇ କହିଲେ କ'ଣ
କଥାବାଚକ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସାମ୍ପ୍ରତିକ ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଖିଳେଶ ଯାଦବ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭଗବାନ କୃଷ୍ଣଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଲୋକଙ୍କ କାର୍ଯ୍ୟକ୍ରମକୁ ସ୍ଥାୟୀ ଭାବରେ ନିଷିଦ୍ଧ କରାଯିବା ଉଚିତ। ସେମାନଙ୍କୁ କୌଣସି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ କଥା ଉଠାଇ ଅଖିଳେଶ କହିଛନ୍ତି ଯେ ତାଙ୍କୁ ଉତ୍ତର ପ୍ରଦେଶରୁ ଏକ ବୁଲଡୋଜର ଭଡାରେ ନେଇ ଭଗବାନ କୃଷ୍ଣଙ୍କ ବିଷୟରେ ଏପରି କଥା ହେଉଥିବା ଯେକୌଣସି ଆଶ୍ରମ ଉପରେ ଚଳାଇବା ଉଚିତ୍। ସେ କହିଛନ୍ତି ଯେ ଆସ୍ଥା, ବିଶ୍ୱାସ ଏବଂ ଭକ୍ତି ବିଷୟରେ ଏପରି ବୟାନ ଗ୍ରହଣୀୟ ନୁହେଁ।



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: