SP Workers Fight Gorakhpur / ଲକ୍ଷ୍ନୌରେ ଯାଇ ପହଞ୍ଚିଲା ଗୋରଖପୁର ପ୍ରେସ କ୍ଲବ ହାତାହାତି ଘଟଣା; ସପା ମୁଖିଆ ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ
·53 mins ago·2 min read

Key Points
୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଗୋରଖପୁର ଗ୍ରାମୀଣ ଆସନରୁ ଏସପି ଟିକେଟ୍ ପାଇଁ ଦାବିଦାର ଭାବେ ଉଭା ହୋଇଛନ୍ତି ଅଂଶୁମାନ ସିଂହ। ଯିଏ ତାଙ୍କ ସମର୍ଥକଙ୍କ ସହିତ ପହଞ୍ଚିବା ପରେ ବସିବା ପାଇଁ ସ୍ଥାନ ମାଗିବା ପରେ ବିବାଦ ଆରମ୍ଭ ହୋଇଥିଲା।
ଶନିବାର (୩ ଅକ୍ଟୋବର) ଗୋରଖପୁର ପ୍ରେସ୍ କ୍ଲବ ଠାରେ ହୋଇଥିବା ଗଣ୍ଡଗୋଳ ଘଟଣା ଏବେ ଲକ୍ଷ୍ନୌରେ ଯାଇ ପହଞ୍ଚିଛି। ପ୍ରେସ୍ କ୍ଲବ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀ ଚାଲିବା ବେଳେ ସମାଜବାଦୀ ପାର୍ଟି (ସପା) ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ବସିବା ବ୍ୟବସ୍ଥାକୁ ନେଇ ବିବାଦ ଉପୁଜିଥିଲା। ସ୍ଥିତି ଏପରି ହୋଇଥିଲା ଯେ ସପା ନେତା ପ୍ରେସ୍ କ୍ଲବ ପରିସରରେ ହାତାହାତି ହେବାକୁ ପଛେଇ ନଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସପା ମୁଖିଆ ସମଗ୍ର ଗୋରଖପୁର ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଭଙ୍ଗ କରିଛନ୍ତି। ଜିଲ୍ଲା ସଭାପତି ଏବଂ ମହାନଗର ସଭାପତିଙ୍କୁ ହଟାଇ ଦିଆଯାଇଛି। ଦଳର ସମସ୍ତ ଶାଖା ଏବଂ ଛାମୁଆ ସଙ୍ଗଠନ ପଦାଧିକାରୀଙ୍କୁ ମଧ୍ୟ ସେମାନଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା।
ଆସନ ବ୍ୟବସ୍ଥାକୁ ନେଇ ସପା ନେତାଙ୍କ ମଧ୍ୟରେ ହୋଇଥିଲା ବିବାଦ
ଶନିବାର ସାମ୍ବାଦିକ ସମ୍ମିଳନୀ ଚାଲିଥିବା ସମୟରେ ପୂର୍ବତନ ସପା ଜିଲ୍ଲା ସଭାପତି ନଗିନା ସାହାଣୀ ଏବଂ ଦଳୀୟ ନେତା ଅଂଶୁମାନ ସିଂହଙ୍କ ସମର୍ଥକ ବସିବା ଲାଗି ହୋଇଥିବା ଆସନ ବ୍ୟବସ୍ଥାକୁ ନେଇ ମୁହାଁମୁହିଁ ହେବା ପରେ ହଙ୍ଗାମା ହୋଇଥିଲା। ଏହି ବିବାଦ ପରେ ହାତାହାତିରେ ପରିଣତ ହୋଇଥିଲା। ଏହି ଘଟଣା ଅପରାହ୍ନ ପ୍ରାୟ ତିନିଟା (03:00 PM) ସମୟରେ ଘଟିଥିଲା। ସପା ଜିଲ୍ଲା ସଭାପତି ବ୍ରିଜେଶ ଗୌତମ ଦଳର "ଗଣତନ୍ତ୍ର ବଞ୍ଚାଅ ସପ୍ତାହ" ଅଭିଯାନ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଯାହା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୮ ତାରିଖରେ ଶେଷ ହେବ।
ଏହା ସହ ପଢନ୍ତୁ: ସୋସିଆଲ ମିଡ଼ିଆ ପୋଷ୍ଟ ଲାଗି ରାସ୍ତାରେ ହାତାହାତି ହେଲେ ୨ ସପା ନେତା
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଦଳୀୟ ନେତାଙ୍କ କହିବା ଅନୁଯାୟୀ, ଅଂଶୁମାନ ସିଂହ ତାଙ୍କ ସମର୍ଥକଙ୍କ ସହିତ ପ୍ରେସ୍ କ୍ଲବ ଠାରେ ପହଞ୍ଚିବା ପରେ ବସିବା ପାଇଁ ଆସନ ମାଗିଥିଲେ। ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ସମ୍ମିଳନୀରେ ବସିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଖୁବ୍ ଶୀଘ୍ର ହାତାହାତିରେ ପରିଣତ ହୋଇଥିଲା। ଦଳୀୟ ସୂତ୍ର ଅନୁସାରେ ଆସନ୍ତା ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଗୋରଖପୁର ଗ୍ରାମୀଣ ଆସନରେ ଦଳୀୟ ଟିକେଟ୍ ପାଇବା ପାଇଁ ଅଂଶୁମାନ ସିଂହ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀ ଚାଲିଥିବା ସମୟରେ, ଅଂଶୁମାନ ସିଂହଙ୍କ ପୁଅ କମଲେଶ ସିଂହ, ନଗିନା ସାହାଣୀଙ୍କୁ ଥାପଡ଼ ମାରିଥିବାର ଅଭିଯୋଗ ହୋଇଛି। ଦଳୀୟ ପଦାଧିକାରୀ ଏବଂ ବରିଷ୍ଠ ନେତା ଏହି ଘଟଣାରେ ହସ୍ତକ୍ଷେପ କରି ଉଭୟଙ୍କୁ ପରସ୍ପର ଠାରୁ ଅଲଗା କରିଥିଲେ। ଏହି ଘଟଣାର ଏକ ଭିଡି଼ଓ ପରେ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି।
ଅଂଶୁମାନ ସିଂହ ଦାବି କରିଛନ୍ତି ଯେ ଏହି ବିବାଦ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବ୍ୟବହାର କରାଯାଉଛି। ସେ ଅଭିଯୋଗ କରିଛନ୍ତି ଯେ ଦଳ ଭିତରେ ତାଙ୍କର ରାଜନୈତିକ ବିରୋଧି ଅଯଥା ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ନଗିନା ସାହାଣୀ ଅଭିଯୋଗ କରିଛନ୍ତି ଯେ, ସିଂହଙ୍କ ସମର୍ଥକ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ଧମକ ଦେଇଛନ୍ତି। ସାହାଣୀ ଏହା ମଧ୍ୟ ଦାବି କରିଛନ୍ତି ଯେ କିଛି ଲୋକ ଅବୈଧ ଅସ୍ତ୍ରଶସ୍ତ୍ର ଧରି ସଭାସ୍ଥଳକୁ ଆସିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories