Muzaffarnagar SP Workers Clash UP / ସୋସିଆଲ ମିଡ଼ିଆ ପୋଷ୍ଟ ଲାଗି ରାସ୍ତାରେ ହାତାହାତି ହେଲେ ୨ ସପା ନେତା
·1 hour ago·2 min read

Key Points
ଏହି ମାମଲାରେ ହୋଇଥିବା ବିବାଦ ସମୟରେ କାର ଉପରେ ଆକ୍ରମଣ ଏବଂ ଭଙ୍ଗାରୁଜା ହୋଇଥିବାର ରିପୋର୍ଟ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।
ଏକ ସୋସିଆଲ ମିଡ଼ିଆ ପୋଷ୍ଟ ଲାଗି ରାସ୍ତାରେ ହାତାହାତି ହୋଇଛନ୍ତି ୨ ସମାଜବାଦୀ ପାର୍ଟି (ସପା) ନେତା। ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ୨ ସପା ନେତାଙ୍କ ମଧ୍ୟରେ ବିବାଦ ରାଜରାସ୍ତାରେ ମାରପିଟ୍ ରୂପ ନେଇଥିଲା। ବିଳମ୍ବିତ ରାତିର ଏହି ଘଟଣାର ଏକ ଭିଡି଼ଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ରିପୋର୍ଟ ହୋଇଛି ଯେ ବିଗତ ଦୁଇ ଦିନ ଧରି ଏକ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଉଭୟ ନେତାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ବିବାଦ ପରେ ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା।
ମୁଜାଫରନଗର ଜିଲ୍ଲାର ଖାଲାପାର ଥାନା ଅଞ୍ଚଳର ମୀନାକ୍ଷୀ ଚୌକ ଠାରେ ଏହି ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ସମାଜବାଦୀ ଛାତ୍ର ସଭା ସଭାପତି ନଦୀମ ମଲିକ ତାଙ୍କ ନୂତନ କାର ନେଇ ସେଠାରେ ପହଞ୍ଚିଥିଲେ। ଏହି ଘଟଣା ଘଟିବା ସମୟରେ, ସେ ସପା ନେତା ଡକ୍ଟର ଇସରାର ଆଲଭିଙ୍କୁ ଭେଟିଥିଲେ। ସେଠାରେ ପ୍ରଥମେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ପରେ ଏହି ଘଟଣା ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ପରସ୍ପର ସହ ରାସ୍ତାରେ ମୁହାଁମୁହିଁ ହୋଇଥିଲେ।
ଏହା ସହ ପଢନ୍ତୁ: 'ଗୋଟିଏ ମାଫିଆ, ଗୋଟିଏ ଜିଲ୍ଲା'; ଅଖିଳେଶ ଯାଦବଙ୍କ ବିରୋଧରେ ଲାଗିଲା ପୋଷ୍ଟର, କିଏ କିଏ ଆସିଲେ ନଜର?
ରାସ୍ତାରେ ମୁହାଁମୁହିଁ ହୋଇଗଲେ ସପା ନେତା
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିବାଦ ବଢିବା ପରେ ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଲଢ଼େଇ ହୋଇଥିଲା। ରାଜ ରାସ୍ତାରେ ପରସ୍ପରକୁ ବିଧା, ଗୋଇଠା ମାରିବା ସହ ପିଟାପିଟି ହୋଇଥିଲେ। ଦେଖୁ ଦେଖୁ ସେଠାରେ ଭିଡ଼ ଜମା ହୋଇଥିଲା। କିଛି ସମୟ ପାଇଁ ସେଠାରେ ହଙ୍ଗାମା ଜାରି ରହିଲା। କେହି ଜଣେ ତାଙ୍କ ମୋବାଇଲ୍ ଫୋନ୍ରେ ଏହି ଘଟଣାର ଏକ ଭିଡିଓ ରେକର୍ଡ଼ କରିଥିଲେ। ଯାହା ଏବେ ସୋସିଆଲ୍ ମିଡିଆରେ ବହୁଳ ମାତ୍ରାରେ ଭାଇରହାଲ ହେବାରେ ଲାଗିଛି। ଏହି ଘଟଣା ସମୟରେ ନଦୀମ୍ ମଲିକଙ୍କ କାର କ୍ଷତିଗ୍ରସ୍ତ ହୋଇଥିବାର ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳର ରାଜନୈତିକ ମହଲରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣାର ତଦନ୍ତ କରୁଥିବା ନେଇ କହିଲା ପୋଲିସ
ରାସ୍ତାରେ ହୋଇଥିବା ହାତାହାତି ଘଟଣାରେ ନଦୀମ୍ ମଲିକ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଭାଇରାଲ୍ ଭିଡିଓ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ସେମାନେ ଘଟଣାର ତଦନ୍ତ କରୁଛନ୍ତି। ଏଏସପି ସିଦ୍ଧାର୍ଥ ମିଶ୍ର କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି। ତଦନ୍ତରୁ ମିଳିଥିବା କାରଣ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Topics
Explore more stories