Videos
|
Politics

Akhilesh Yadav forgot party candidate name / ଦଳୀୟ ପ୍ରାର୍ଥୀଙ୍କ ନାମ ଭୁଲିଗଲେ ଅଖିଳେଶ ଯାଦବ; ପଚାରିଲେ ଆପଣଙ୍କ ନାମ କ'ଣ?"

Subhramjit Ray
Browse all articles by Subhramjit Ray
·1 hour ago·2 min read
ଦଳୀୟ ପ୍ରାର୍ଥୀଙ୍କ ନାମ ଭୁଲିଗଲେ ଅଖିଳେଶ ଯାଦବ; ପଚାରିଲେ ଆପଣଙ୍କ ନାମ କ'ଣ?"
Akhilesh Yadav forgot party candidate name

Key Points

ଅଖିଳେଶ ଯାଦବ ଦେଓରିଆ ଠାରେ ଏକ ସମାବେଶକୁ ସମ୍ବୋଧିତ କରୁଥିଲେ। ସମାଜବାଦୀ ପାର୍ଟି ଏମଏଲସି ପ୍ରାର୍ଥୀ ସଞ୍ଜୟନ ତ୍ରିପାଠିଙ୍କ ସମର୍ଥନରେ ଭୋଟ ମାଗିବା ସମୟରେ ସେ ତାଙ୍କ ନାମ ଭୁଲିଗଲେ।
ନିର୍ବାଚନ ପ୍ରଚାର କରିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ନାମ ଭୁଲି ଯାଇଛନ୍ତି ସମାଜବାଦୀ ପାର୍ଟି (ସପା) ମୁଖିଆ ଅଖିଲେଶ ଯାଦବ। ଯାହା ଏବେ ଉତ୍ତର ପ୍ରଦେଶ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର (ଅକ୍ଟୋବର ୧୦) ଦେଓରିଆ ଜିଲ୍ଲାରେ ପୂର୍ବତନ ବିଧାୟକ ସ୍ୱର୍ଗତ ସୁରେଶ ଯାଦବଙ୍କ ଶ୍ରଦ୍ଧାଞ୍ଚଳି ସଭାରେ ଯୋଗ ଦେଉଥିଲେ ସପା ମୁଖିଆ। ଏହି ଅବସରରେ ବିଧାନ ପରିଷଦର ଶିକ୍ଷକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିଥିବା ଦଳୀୟ ପ୍ରାର୍ଥୀ ସଞ୍ଜୟନ ତ୍ରିପାଠୀଙ୍କ ପାଇଁ ଭୋଟ୍ ମାଗିଥିଲେ। ମଜାଦର କଥା ହେଉଛି ମଞ୍ଚରେ ଦଳୀୟ ପ୍ରାର୍ଥୀ ଉପସ୍ଥିତ ରହିଥିଲେ ମଧ୍ୟ ସପା ମୁଖିଆ ତାଙ୍କ ନାମ ମନେ ପକାଇ ପାରିଲେ ନାହିଁ। ସେ ପ୍ରଥମେ ଦଳର ପ୍ରାର୍ଥୀଙ୍କୁ ତାଙ୍କ ନାମ କ'ଣ ବୋଲି ପଚାରିଥିଲେ। ପ୍ରାର୍ଥୀଙ୍କ ନାମ ଜାଣିବା ପରେ, ପ୍ରାର୍ଥୀଙ୍କ ନାମ ବ୍ୟବହାର କରି ତାଙ୍କୁ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସର୍ବସାଧାରଣରେ ଦଳର ଅଧ୍ୟକ୍ଷ ନିର୍ବାଚନ ଲଢୁଥିବା ଦଳୀୟ ପ୍ରାର୍ଥୀଙ୍କ ନାମ ଭୁଲିଯିବା ପ୍ରସଙ୍ଗ ଏବେ ଆଲୋଚନାର ବିଷୟ ପାଲଟିଛି।

ସଞ୍ଜୟନ ତ୍ରିପାଠିଙ୍କ ନାମ ଭୁଲିଗଲେ ଅଖିଲେଶ ଯାଦବ
ନିକଟରେ ସଞ୍ଜୟନ ତ୍ରିପାଠି ସମାଜବାଦୀ ପାର୍ଟି ହାତ ଧରିଥିଲେ। ଦେଓରିଆ ଏବଂ ଗୋରଖପୁର ଜିଲ୍ଲା ଗସ୍ତରେ ଥିବା ଅଖିଳେଶ ଯାଦବ, ତାଙ୍କ ପାଇଁ ଭୋଟ୍ ମାଗିଥିଲେ। ଦଳ ପାଇଁ ପ୍ରଚାର କରିବା ଅବସରରେ ସପା ମୁଖିଆ କହିଥିଲେ, "ଆପଣଙ୍କୁ ତାଙ୍କୁ ନିର୍ବାଚନ ଜିତାଇବାକୁ ପଡିବ। ସମସ୍ତେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। କାରଣ ପରିବର୍ତ୍ତନ ଖୁବ୍ ଶୀଘ୍ର ଆସିବ। ଅଖିଳେଶ ଯାଦବ ଏହି ସମୟ ମଧ୍ୟରେ ସଞ୍ଜୟନ ତ୍ରିପାଠୀଙ୍କ ସହିତ ରହିଥିଲେ ଏବଂ ତାଙ୍କ ସମର୍ଥନରେ ପ୍ରଚାର କରିଥିଲେ।

ଏହା ସହ ପଢନ୍ତୁ: ଅଖିଳେଶ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଲଟା ଜବାବ; କହିଲେ ଅଯୋଧ୍ୟା ଲଢେଇ ଲାଗି ମୁଁ ପ୍ରସ୍ତୁତ

ସଞ୍ଜୟନ ତ୍ରିପାଠୀଙ୍କୁ ସମାଜବାଦୀ ପାର୍ଟି ୨୦୨୬ ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିଛି। ଡକ୍ଟର ସଞ୍ଜୟନ ତ୍ରିପାଠୀ ଦେଓରିଆ ଜିଲ୍ଲାର ଏସଡିପିଜି ମହାବିଦ୍ୟାଳୟରେ ହିନ୍ଦୀ ବିଭାଗର ମୁଖ୍ୟ ଥିଲେ। ଦେଓରିଆ, ଗୋରଖପୁର ଏବଂ ସନ୍ଥ କବୀର ନଗରରେ ଶିକ୍ଷକ ଏବଂ ସ୍ନାତକ ମତଦାତାଙ୍କ ମଧ୍ୟରେ ତାଙ୍କର ଏକ ସୁଦୃଢ଼ ଅନୁଗାମୀ ଅଛନ୍ତି। ସେ ଗୋରଖପୁର-ଫୈଜାବାଦ ଶିକ୍ଷକ ନିର୍ବାଚନମଣ୍ଡଳୀରୁ ସପା ଏମଏଲସି (SP MLC Candidate 2026) ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଛନ୍ତି। ଆଗାମୀ ଏମଏଲସି ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶ ରାଜନୀତି ସରଗରମ ହୋଇଉଠିଛି। ସପା ମୁଖିଆ ଅଖିଳେଶ ଯାଦବ ଏହି ନିର୍ବାଚନକୁ ନେଇ ସମ୍ପୂର୍ଣ୍ଣ ସକ୍ରିୟ ରହିଥିବାର ଦେଖାଯାଉଛି। ବିଧାନ ପରିଷଦ ନିର୍ବାଚନରେ ସଞ୍ଜୟନ ତ୍ରିପାଠୀ ସପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ପରେ ଏହି ଆସନ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: