Samajwadi Party Flop PDA Rally Kannauj / ସପା ଗଡ଼ରୁ ଗାଏବ ହୋଇଗଲେ ସମାଜବାଦୀ; ପିଡ଼ିଏ ସମ୍ମିଳନୀରେ ଖାଲି ପଡ଼ିଲା ଚେୟାର
·20 mins ago·2 min read

Key Points
କନୌଜ ଠାରେ ଅନୁଷ୍ଠିତ ପିଡିଏ ସମ୍ମିଳନୀରେ ଆଶାନୁରୂପ ଭିଡ଼ ନ ଆସିବା ପରେ, ସମାଜବାଦୀ ପାର୍ଟି ଏକ ବଡ଼ ପଦକ୍ଷେପ ନେଇ ଜିଲ୍ଲା ସଭାପତି କଲିମ ଖାନଙ୍କୁ ପଦରୁ ହଟାଇ ଦେଇଥିଲା ଏବଂ ସମଗ୍ର ଜିଲ୍ଲା କାର୍ଯ୍ୟକାରିଣୀକୁ ଭାଙ୍ଗି ଦେଇଥିଲା।
ଆଗାମୀ ୨୦୨୭ ନିର୍ବାଚନକୁ ନେଇ ଏବେ ଠାରୁ ସରଗରମ ହୋଇ ଉଠିଲାଣି ଉତ୍ତର ପ୍ରଦେଶ ରାଜନୀତି। ଦିନକୁ ଦିନ ତାରିଖ ପାଖେଇ ଆସୁଥିବାରୁ ବିଭିନ୍ନ ଦଳ ପକ୍ଷରୁ ଆୟୋଜିତ ହୋଇଗଲାଣି ଦଳୀୟ ସଭା, ସମିତି, ରାଲି। ଏହି କ୍ରମରେ ସମାଜବାଦୀ ପାର୍ଟି (ସପା) ଆୟୋଜିତ ଏହାର ପାରମ୍ପରିକ ଗଡ଼ କନୌଜ ଠାରେ ଅନୁଷ୍ଠିତ ହୋଇଥିଲା ପିଡ଼ିଏ (PDA) ସମ୍ମିଳ।ନୀ ଯେଉଁଥିରେ ଯୋଗ ଦେଇଥିଲେ ଦଳର ରାଜ୍ୟ ଶାଖା ଅଧ୍ୟକ୍ଷ ଶ୍ୟାମ ଲାଲ ପାଲ। ହେଲେ ଏହି ସମ୍ମିଳନୀ ବିଫଳ ହୋଇଥିବା କୁହାଯାଉଛି। ଯାହା ପରେ ଦଳୀୟ ସଙ୍ଗଠନରେ ବଡ଼ ପରିବର୍ତ୍ତନ ଦେଖାଯାଇଛି।
ରାଜ୍ୟ ସଭାପତି ଶ୍ୟାମ ଲାଲ ପାଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମ୍ମିଳନୀ ଆଶାତୀତ ଭିଡ଼କୁ ଆକର୍ଷିତ କରିବାରେ ବିଫଳ ହୋଇଥିଲା। ଏପରିକି ସମ୍ମିଳନୀରେ ବହୁ ସଂଖ୍ୟକ ଚେୟାର ଖାଲି ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଦେଖିବା ପରେ ଦଳୀୟ ନେତୃତ୍ୱ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶକ୍ରମେ କନ୍ନୌଜ ଜିଲ୍ଲା ସଭାପତି କଲିମ ଖାନ୍ ଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି ଏବଂ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଭାଙ୍ଗି ଦିଆଯାଇଛି। ଏହି କାର୍ଯ୍ୟାନୁଷ୍ଠାନକୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଏବଂ ସଙ୍ଗଠନକୁ ମଜବୁତ କରିବା ପ୍ରୟାସ ସହିତ ଯୋଡାଯାଉଛି।
PDA ସମ୍ମିଳନୀ ପରେ ଭଙ୍ଗ କରାଗଲା ଦଳୀୟ ସଙ୍ଗଠନ
କନୌଜ ଠାରେ ଅନୁଷ୍ଠିତ ସମାଜବାଦୀ ପାର୍ଟି PDA ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ୟାମ ଲାଲ ପାଲ ଯୋଗ ଦେଇଥିଲେ। ହେଲେ ଏହି କାର୍ଯ୍ୟକ୍ରମ ଦଳର ଅନୁମାନ ମୁତାବକ ଆଶାତୀତ ଭିଡ଼ ଜୁଟି ପାରିନଥିଲା। ସମ୍ମିଳନୀ ସ୍ଥାନରେ ଚେୟାର ଖାଲି ପଡ଼ିଥିବାର ଚିତ୍ର ଏବଂ ଏହାକୁ ନେଇ ହେଉଥିବା ଆଲୋଚନା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହା ପରେ ଦଳୀୟ ନେତୃତ୍ୱ ସାଙ୍ଗଠନିକ ସମୀକ୍ଷା କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲା ସଭାପତି କଲିମ ଖାନ୍ ଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଥିଲେ। ଜିଲ୍ଲା କାର୍ଯ୍ୟକାରିଣୀ କମିଟି ମଧ୍ୟ ଭାଙ୍ଗି ଦିଆଯାଇଥିଲା।
ଏହା ସହ ପଢନ୍ତୁ: ଦଳୀୟ ପ୍ରାର୍ଥୀଙ୍କ ନାମ ଭୁଲିଗଲେ ଅଖିଳେଶ ଯାଦବ; ପଚାରିଲେ ଆପଣଙ୍କ ନାମ କ'ଣ?"
ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶକ୍ରମେ ନିଆଗଲା କାର୍ଯ୍ୟାନୁଷ୍ଠାନ
ଦଳୀୟ ସୂତ୍ର ଅନୁଯାୟୀ, ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଉତ୍ତର ପ୍ରଦେଶ ରାଜନୀତିରେ କନୌଜ, ସମାଜବାଦୀ ପାର୍ଟି ଗଡ଼ ବୋଲି ବିବେଚନା କରାଯାଏ। ନିଜେ ଅଖିଳେଶ ଯାଦବ ନିଜେ ଏବେ ଏଠାରୁ ସାଂସଦ ଅଛନ୍ତି। ଯାହାର ଫଳସ୍ୱରୂପ, ଯେକୌଣସି ପ୍ରମୁଖ କାର୍ଯ୍ୟକ୍ରମରେ କମ୍ ଉପସ୍ଥିତିକୁ ଦଳୀୟ ନେତୃତ୍ୱ ଗମ୍ଭୀରତାର ସହ ନେଉଛି। ରାଜନୈତିକ ବିଶ୍ଳେଷକ ମଧ୍ୟ ଏହାକୁ ସଙ୍ଗଠନକୁ ସକ୍ରିୟ କରିବା ଏବଂ କର୍ମୀଙ୍କ ମଧ୍ୟରେ ଦାୟିତ୍ୱ ସୁନିଶ୍ଚିତ କରିବାର ଏକ ପ୍ରୟାସ ଭାବରେ ଦେଖୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୂତନ ଜିଲ୍ଲା ସଭାପତିଙ୍କୁ ନେଇ ଜୋର ଧରିଛି ଆଲୋଚନା
ସାଙ୍ଗଠନିକ ପୁନର୍ଗଠନ ପରେ କନ୍ନୌଜ ଜିଲ୍ଲାରେ ନୂତନ ଜିଲ୍ଲା ସଭାପତିଙ୍କ ନିଯୁକ୍ତି ସମ୍ପର୍କରେ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଦଲୀୟ ସମର୍ଥକ, ନେତା କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି ଯେ ନିକଟ ଭବିଷ୍ୟତରେ ଏକ ନୂତନ ଦଳୀୟ ଟିମ୍ ସହିତ ଜିଲ୍ଲାରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଦଳ ଏକ ରଣନୀତି ପ୍ରସ୍ତୁତ କରିପାରେ। କନୌଜ ଠାରେ ଏହି ପରିବର୍ତ୍ତନକୁ ଆଗାମୀ ନିର୍ବାଚନ ପୂର୍ବରୁ ଏକ ସାଙ୍ଗଠନିକ ପୁନର୍ଗଠନ ଭାବରେ ଦେଖାଯାଉଛି।

Related Topics
Explore more stories