Political News / ମଲ୍ଲିକାର୍ଜୁନ ଖାର୍ଗେଙ୍କ ବୟାନ ଠାରୁ ଦୂରେଇଗଲା ସପା; କହିଲା 'ଭାଷାରେ ସଂଯମତା ରଖିବା ଜରୁରୀ'
·1 hour ago·2 min read

Key Points
ସମାଜବାଦୀ ପାର୍ଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ପିତାଙ୍କ ବିଷୟରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ମନ୍ତବ୍ୟକୁ ବିରୋଧ କରିଛି। ଦଳର ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ କହିଛନ୍ତି ଯେ ସେ ଖାର୍ଗେଙ୍କ ବକ୍ତବ୍ୟ ସହିତ ଅସହମତ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ସମ୍ପ୍ରତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦେଇଥିବା ବୟାନକୁ ନେଇ ଏବେ ସରଗରମ ହୋଇଉଠିଛି ରାଜନୀତି ଗତ ରବିବାର (ଅକ୍ଟୋବର ୨୫) ବିହାର ରାଜଧାନୀ ପାଟନା ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ ବିବାଦୀୟ ହୋଇ ପଡ଼ିଥିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏବେ ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି (ସପା) ମଧ୍ୟ ଦଳୀୟ ଆଭିମୁଖ୍ୟ ସ୍ପଷ୍ଟ କରିଛି।
ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଚାଚା ତଥା ଦଳର ରାଷ୍ଟ୍ରୀୟ ମହାସଚିବ ରାମ ଗୋପାଳ ଯାଦବ କହିଛନ୍ତି ଯେ ସେ, ମଲ୍ଲିକାର୍ଜୁନ ଖାର୍ଗେଙ୍କ ବୟାନ ସହିତ ସହମତ ନୁହଁନ୍ତି। ରାମଗୋପାଳ ଯାଦବ କହିଛନ୍ତି ଯେ ରାଜନୀତିରେ ଭାଷାଗତ ସଂଯମତା ରଖିବା ଜରୁରୀ। ରାଜନୀତିରେ ଏପରି ଭାଷା ଆଦୌ ଗ୍ରହଣୀୟ ନୁହେଁ। ରାମ ଗୋପାଳ ଯାଦବଙ୍କ ବୟାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବିଜେପି ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ପାଲଟା ଜବାବ ଦେଇଛି।
ଏହା ସହ ପଢନ୍ତୁ: ଦଳୀୟ ସଭାରେ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ; ବିଜେପି ସମର୍ଥକ ଭାବି ମାରିଲେ ମାଡ଼
ରାଜନୀତିରେ ଭାଷାଗତ ସଂଯମତା ଆବଶ୍ୟକ: ରାମ ଗୋପାଳ ଯାଦବ
ଯେତେବେଳେ ରାମ ଗୋପାଳ ଯାଦବଙ୍କୁ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବୟାନ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ପିତାଙ୍କ ବିରୋଧରେ ଏପରି ଭାଷା ବ୍ୟବହାର କରାଯିବା ଉଚିତ୍ ନୁହେଁ।" ରାଜନୀତିରେ ଏପରି ଭାଷା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ। କାରଣ ଯଦି ରାଜନୀତିରେ ଏପରି ଭାଷା ବ୍ୟବହାର କରିବା ଜାରି ରହେ, ତାହେଲେ ପରିସ୍ଥିତି ଆହୁରି ଖରାପ ହୋଇଯିବ। ଯେତେବେଳେ କୌଣସି ଦଳର ବରିଷ୍ଠ ନେତା ଏପରି ବୟାନ ଦିଅନ୍ତି, ସେତେବେଳେ କନିଷ୍ଠ ନେତା କ'ଣ କହିବେ? ସପା ରାଜ୍ୟସଭା ସାଂସଦ କହିଛନ୍ତି, "ମୁଁ ଜାଣିନାହିଁ ସେ (ମଲ୍ଲିକାର୍ଜୁନ ଖାର୍ଗେ) କିଭଳି ଭାଷା ବ୍ୟବହାର କରୁଛନ୍ତି।" ରାମ ଗୋପାଳ ଯାଦବଙ୍କ ବୟାନ ଏହା ନିଶ୍ଚିତ କରୁଛି ଯେ ସପା ଏହି ପ୍ରସଙ୍ଗରେ କଂଗ୍ରେସ ଠାରୁ ନିଜକୁ ଦୂରେଇ ରଖିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କ'ଣ କହିଥିଲେ ଖାର୍ଗେ?
ବିହାର ରାଜଧାନୀ ପାଟନା ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପିତାଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ଏବେ ଦେଶର ରାଜନୈତିକ ପାଣିପାଗ ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ବିଜେପି ସମଗ୍ର ଦେଶରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ମନ୍ତବ୍ୟ ବିରୋଧର ପ୍ରତିବାଦ କରିଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବିରୋଧରେ ପ୍ରତିବାଦ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଖାର୍ଗେ କହିଥିଲେ ଯେ, " ମୋଦି କ'ଣ ମୋଦିଙ୍କ ବାପା ମଧ୍ୟ ଦିନେ କ୍ଷମତାରୁ ଯିବେ।"