Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Amar Patnaik / ବିଜେପି ଅଫିସ୍‌ରେ ପୂର୍ବତନ ବିଜେଡି ସାଂସଦ ଅମର ପଟ୍ଟନାୟକ, ଶଙ୍ଖ ଛାଡ଼ି ଧରିବେ ପଦ୍ମ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·1 min read
ବିଜେପି ଅଫିସ୍‌ରେ ପୂର୍ବତନ ବିଜେଡି ସାଂସଦ ଅମର ପଟ୍ଟନାୟକ, ଶଙ୍ଖ ଛାଡ଼ି ଧରିବେ ପଦ୍ମ

Key Points

ବିଜେପି ଅଫିସରେ ପହଞ୍ଚିଲେ ଅମର ପଟ୍ଟନାୟକ
କିଛି ସମୟ ପରେ ପଦ୍ମ ଧରିବେ ଅମର ପଟ୍ଟନାୟକ
ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ ବିଜେଡିର ଆଇଟି ସେଲ୍ ମୁଖ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଆଉ କିଛି ସମୟ ପରେ ବିଧିବଦ୍ଧ ଭାବରେ ବିଜେପିରେ ମିଶିବେ ଅମର ।

ଅଧିକ ପଢ଼ନ୍ତୁ: ଶ୍ରୀମୟୀ କହିଦେଲେ କେମିତି ହେଉଛି BJDର ଉତ୍ତରାଧିକାରୀ ହାଇଜ୍ୟାକ ପ୍ଲାନ୍...

ସୂଚନା ଅନୁସାରେ, ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବା ନେଇ ଆଜି ସକାଳୁ ଚର୍ଚ୍ଚା ଜୋର ଧରିଥିଲା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରି ପାରନ୍ତି । ରାଜ୍ୟ ସଭାପତି ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ଅମର ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସହ କିଛି ନୂଆପଡାର ବିଜେଡି ବି ନେତା ବି ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

ଅମର ପଟ୍ଟନାୟକ ୨୦୧୮ ଅଗଷ୍ଟ ୨୯ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଲୋକମାନଙ୍କୁ ଠିକ୍ ଓ ତ୍ବରିତ ସୂଚନା ପ୍ରଦାନ କରିବା ପାଇଁ ବିଜେଡି ଆଇଟି ସେଲ୍ ଗଠନ ହୋଇଥିଲା । ଏହାର ଅଧ୍ୟକ୍ଷ ଭାବେ ଦଳର ମୁଖପାତ୍ର ଅମର ପଟ୍ଟନାୟକଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ ଦେଇଥିଲେ । ଏହା ପରେ ୨୦୧୯ରେ ବିଜୁ ଜନତା ଦଳ ପକ୍ଷରୁ ଅମର ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ୨୦୧୯ରେ ସେ ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Former BJD MP Amar Patnaik to Join BJP | Big Political Shift in Odisha | Argus News