Odisha BJP / ନବୀନଙ୍କୁ ଶକ୍ତ ଝଟ୍କା; BJPରେ ମିଶିଲେ BJD ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ
·8 months ago·2 min read

Key Points
BJDର ଆଇଟି ସେଲ୍ ମୁଖ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ ବିଜେପିରେ ମିଶିଛନ୍ତି ।
ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନ ପାଇଁ ଅଙ୍କକଷା ଚାଲିଛି । ସବୁ ଦଳର ବରିଷ୍ଠ ନେତା ନୂଆପଡ଼ାରେ ଡେରା ପକାଇଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ । ଯେଉଁଠି ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ବିଜେପିରେ ଯୋଗ ଦେଇଛନ୍ତି ।
BJDର ଆଇଟି ସେଲ୍ ମୁଖ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ ବିଜେପିରେ ମିଶିଛନ୍ତି ।
ଏଥିସହ ପଢ଼ନ୍ତୁ: ଶ୍ରୀମୟୀ କହିଦେଲେ କେମିତି ହେଉଛି BJDର ଉତ୍ତରାଧିକାରୀ ହାଇଜ୍ୟାକ ପ୍ଲାନ୍...
ବିଜେପିରେ ମିଶିବା ପରେ ଅମର କହିଛନ୍ତି, "୨୦୧୮ରେ ୯ ବର୍ଷ ଚାକିରି କାର୍ଯ୍ୟକାଳ ବାକି ଥାଇ ଚାକିରି ଛାଡ଼ିଥିଲି । ଜନସେବା କରିବାକୁ ଚାକିରି ଛାଡ଼ିଥିଲି । ରାଜ୍ୟସଭାରେ ଓଡ଼ିଶାର ସବୁ ବର୍ଗର ଦାବି ରଖିବାକୁ ଚେଷ୍ଟା କରିଛି । ଏବେ ରାଷ୍ଟ୍ର ନିର୍ମାଣର ସୁଯୋଗ ମିଳିଛି, ତେଣୁ ବିଜେପିରେ ମିଶିଲି ।"
ସେ ଆହୁରି କହିଛନ୍ତି, "ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବା ପାଇଁ ବିଜେପିର ଭରପୂର ସୁଯୋଗ ରହିଛି । ଅନ୍ୟ କୌଣସି ଦଳର ସହଯୋଗ ରାଷ୍ଟ୍ର ନିର୍ମାଣରେ ନାହିଁ । ରାଷ୍ଟ୍ର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିବଦ୍ଧତା ରହିଛି ।"
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଅମର ପଟ୍ଟନାୟକ ବିଜେପିରେ ମିଶିଥିବା କହିଛନ୍ତି । ସଂସଦରେ ମୋଦିଙ୍କ ଭାଷଣରେ ପ୍ରଭାବିତ ହୋଇଥିବା କହିଛନ୍ତି ଅମର ପଟ୍ଟନାୟକ । ଓଡ଼ିଶାକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେଇ ସେ ବିଜେପିକୁ ଆସିଥିବା କହିଛନ୍ତି ।
ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡା ହତ୍ୟା ମାମଲା; ମର୍ଡର ପ୍ଲଟ ରଚିଥିବା ଉମା ଗିରଫ
ଅମର ପଟ୍ଟନାୟକ ୨୦୧୮ ଅଗଷ୍ଟ ୨୯ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଲୋକମାନଙ୍କୁ ଠିକ୍ ଓ ତ୍ଵରିତ ସୂଚନା ପ୍ରଦାନ କରିବା ପାଇଁ ବିଜେଡି ଆଇଟି ସେଲ୍ ଗଠନ ହୋଇଥିଲା । ଏହାର ଅଧ୍ୟକ୍ଷ ଭାବେ ଦଳର ମୁଖପାତ୍ର ଅମର ପଟ୍ଟନାୟକଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ ଦେଇଥିଲେ ।
ଏହା ପରେ ୨୦୧୯ରେ ବିଜୁ ଜନତା ଦଳ ପକ୍ଷରୁ ଅମର ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ୨୦୧୯ରେ ସେ ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏବେ ଅମର ପଟ୍ଟନାୟକ ବିଜେପିରେ ଯୋଗ ଦେଇଛନ୍ତି । ଅମର ବିଜେପିରେ ଯୋଗ ଦେଇଥିବା ବେଳେ ତାଙ୍କୁ ସ୍ଵାଗତ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories