Bihar Election / ପ୍ରଚାରରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ; କହିଲେ, 'ବିହାରବାସୀ ଜାଣନ୍ତି କିଏ ନାୟକ, କିଏ ଖଳନାୟକ'
·8 months ago·2 min read

Key Points
ପଡ଼ୋଶୀ ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ହୋଇଥିବା ବେଳେ ଶନିବାର ଏଥିରେ ଆହୁରି ଉଷ୍ମତା ଭରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଛଟ ପୂଜା ଆରମ୍ଭ ସହ ସରଗରମ ହୋଇଛି ବିହାର ନିର୍ବାଚନ ପ୍ରଚାର ।
ପାଟନା: ବିହାର ମଇଦାନରେ ବିଜେପିର ଚାଣକ୍ୟ । ଜନସଭାରୁ ଶାହଙ୍କ ହୁଙ୍କାର । ପଡ଼ୋଶୀ ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ହୋଇଥିବା ବେଳେ ଶନିବାର ଏଥିରେ ଆହୁରି ଉଷ୍ମତା ଭରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଛଟ ପୂଜା ଆରମ୍ଭ ସହ ସରଗରମ ହୋଇଛି ବିହାର ନିର୍ବାଚନ ପ୍ରଚାର ।
ଶନିବାର ତିନି ତିନୋଟି ଜନସଭା କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଜଙ୍ଗଲ ରାଜରୁ ସୁଶାସନ ପରେ ରାଜ୍ୟକୁ ସମୃଦ୍ଧି ପଥରେ ଆଗକୁ ନେବାକୁ ବିହାରବାସୀଙ୍କୁ ଆହ୍ଵାନ ଦେଇଛନ୍ତି ଅମିତ ଶାହ । ଆସନ୍ତା ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପରିବାର ଫାଷ୍ଟ, ବିହାର ଲାଷ୍ଟ ନୀତିରେ ଚାଲୁଥିବା ମହାମେଣ୍ଟକୁ ଜବାବ ଦେବାକୁ ଦେଇଛନ୍ତି ଆହ୍ଵାନ ।
ଏଥିସହ ପଢ଼ନ୍ତୁ: ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍
ବିହାର ମଇଦାନରେ ବିଜେପିର ଚାଣକ୍ୟ । ବିହାରଶରୀଫ, ମୁଙ୍ଗେର ଓ ଖଗଡ଼ିଆରେ ରାଲି କରି କଂଗ୍ରେସ-RJD ନେତୃତ୍ଵାଧୀନ ମେଣ୍ଟକୁ ଦୁର୍ନୀତି ଭଣ୍ଡାର କହି ଜୋରଦାର ଆଟାକ୍ କରିଛନ୍ତି । ୨୦୦୫ରୁ ବିହାରବାସୀ ଲାଲୁ-ରାବିଡିଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ରାଜ୍ୟକୁ ବିକାଶ ଦିଶାରେ ଆଗକୁ ନେବାକୁ ବିହାରବାସୀ ନିଷ୍ପତ୍ତି ନେଇସାରିଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ନିର୍ବାଚନ ପ୍ରଚାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ଯୋଗ୍ୟ ଉତ୍ତରାଧିକାରୀ ଦାବି କରୁଥିବା ମହାଗଠବନ୍ଧନ ନେତାଙ୍କୁ ପାଲଟା ଜବାବ ଦେଇଛନ୍ତି ବିହାର ବିଜେପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ରତ୍ନ କର୍ପୂରୀ ଠାକୁରଙ୍କୁ କପି କରୁଥିବା ନେତାଙ୍କୁ ଜନତା କେବେ କ୍ଷମା ଦେବେନି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଏଥିସହ ପଢ଼ନ୍ତୁ: ପୁରୀ ସେବାୟତ ପୁଅଙ୍କୁ ବିବାହ ପାଇଁ ମିଳୁ ନାହାନ୍ତି ଝିଅ, କମୁଛି ସେବାୟତଙ୍କ ସଂଖ୍ୟା
ବିହାରରେ ଛଟ୍ ପୂଜା ଆରମ୍ଭ ସହ କମ୍ପୁଛି ପ୍ରଚାର ମଇଦାନ । ନିର୍ବାଚନ ଜିତିବାକୁ ପ୍ରଚାର ମଇଦାନରେ ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ ପ୍ରତିଯୋଗିତା ତୀବ୍ର ହୋଇଛି । ନିଜକୁ ବିହାର ବିକାଶର ନାୟକ ଦାବି କରୁଥିବା ତେଜସ୍ଵୀ ଯାଦବଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ ।
ନଭେମ୍ବର ୬ରେ ୧୨୧ଟି ବିଧାନସଭା ଆସନ ଓ ୧୧ ତାରିଖରେ ୧୨୨ଟି ବିଧାନସଭା ଆସନରେ ହେବାକୁ ଯାଉଛି ଭୋଟିଂ । ପ୍ରଚାର ଜୋର ଧରିଥିବା ବେଳେ ବିହାରର ଭାଗ୍ୟ ନିର୍ଦ୍ଧାରଣ କରିବେ ୭ କୋଟି ୪୩ ଲକ୍ଷ ଭୋଟର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories