Asaduddin Owaisi Guard of Honour / ବିଚାରପତିଙ୍କ ବଦଳରେ ଓୱେସିଙ୍କୁ ଗାର୍ଡ ଅଫ୍ ଅନର! ସହାରନପୁରରେ ପୋଲିସର ବଡ଼ ଭୁଲ
·29 mins ago·2 min read

Key Points
ଉତ୍ତରପ୍ରଦେଶର ସହାରନପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ଗାର୍ଡ ଅଫ୍ ଅନର ହାଇଦ୍ରାବାଦ ସାଂସଦ ତଥା AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ଭାଇରାଲ୍ ପରେ ପୋଲିସର ପ୍ରୋଟୋକଲ୍ ଓ ପ୍ରଶାସନିକ ଅବହେଳାକୁ ନେଇ ପ୍ରଶ୍ନ ଉଠିଛି।
ସଦ୍ୟ ଉତ୍ତର ପ୍ରଦେଶର ସହାରନପୁର ଜିଲ୍ଲାରେ ଘଟିଯାଇଛି ଏକ ଅଜବ ଘଟଣା। ଏଠାରେ ଜଣେ ବିଚାରପତିଙ୍କୁ ଦିଆଯିବାକୁ ଥିବା ଗାର୍ଡ ଅଫ୍ ଅନର ଜଣେ ରାଜନେତାଙ୍କୁ ଦିଆଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସହାରନପୁର ଠାରେ ବିଚାରପତିଙ୍କ ବଦଳରେ ପୋଲିସ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ (AIMIM) ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କୁ ଗାର୍ଡ ଅଫ୍ ଅନର ଦେଇଥିଲା। ପ୍ରଶାସନିକ ଅବହେଳାର ଏହି ଭିଡି଼ଓ ଏବେ ଭାଇରାଲ ହେବାରେ ଲାଗିଛି।
ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅସାଦୁଦ୍ଦିନ ଓୱେସି ତାଙ୍କ ଦଳର ସ୍ଥାନୀୟ କର୍ମକର୍ତ୍ତାଙ୍କ ସହ ସର୍କିଟ ହାଉସ୍ ଠାରେ ପହଞ୍ଚୁଛନ୍ତି। ଯେଉଁଠାରେ ପୂର୍ବରୁ ଉପସ୍ଥିତ ରହିଥିବା ପୋଲିସ କର୍ମଚାରୀ ଗାର୍ଡ ଅଫ୍ ଅନର ଦେବା ପାଇଁ ପ୍ରସ୍ତୁତି କରୁଥିଲେ। ଏହି ସମୟରେ ଦଳୀୟ କର୍ମୀକର୍ତ୍ତା ତାଙ୍କୁ ଗାର୍ଡ ଅଫ୍ ଅନର ଗ୍ରହଣ କରିବାକୁ କହୁଛନ୍ତି। ହେଲେ ତଥାପି ଏହି ଭିଡିଓରେ ପ୍ରଶାସନ ଦ୍ୱାରା ଦିଆଯାଉଥିବା ଗାର୍ଡ ଅଫ୍ ଅନର ସମୟରେ ଏଆଇଏମଆଇଏମ ମୁଖିଆ ଅସହଜ ଅନୁଭବ କରୁଥିବାର ଦେଖାଯାଉଛି।
ଏହା ସହ ପଢନ୍ତୁ: ଅଖିଳେଶ ଯାଦବଙ୍କୁ ଅସାଦୁଦ୍ଦିନ ଓୱେସୀଙ୍କ କଟାକ୍ଷ; ସପା ହେଲାଣି 'ସମାଜବାଦୀ ଯାଦବ ପରିବାର'
ଏହା ଏପରି ମନେ ହେଉଛି ଯେ ତାଙ୍କୁ କିଛି ଅଜବ ଲାଗୁଛି। କିନ୍ତୁ ସେ କିଛି ବୁଝିବା କିମ୍ବା ପଚାରିବା ପୂର୍ବରୁ, ସେ ଗାର୍ଡ ଅଫ୍ ଅନର ପ୍ରଦାନ କରୁଥିବା ପୋଲିସ କର୍ମଚାରୀଙ୍କୁ ସାଲ୍ୟୁଟ୍ ମାରି ଚାଲି ଯାଉଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଶାସନ ଦ୍ୱାରା ତାଙ୍କୁ ଦିଆଯାଇଥିବା ଗାର୍ଡ ଅଫ୍ ଅନର, ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କୁ ଦିଆ ଯାଇଥାନ୍ତା।
ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ପ୍ରଶାସନିକ ବ୍ୟବସ୍ଥା ଏବଂ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ ବିଚାରପତିଙ୍କ ବଦଳରେ ଜଣେ ରାଜନେତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିବା ପ୍ରଶାସନିକ ବ୍ୟବସ୍ଥାରେ ରହିଥିବା ତ୍ରୁଟି ଉପରେ ପ୍ରଶ୍ନ ଉଠାଇଛି। ପ୍ରଶାସନିକ ଅଧିକାରୀ ଏତେ ବଡ଼ ଭୁଲ କିପରି କରିପାରିଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା କେବଳ ପ୍ରଶାସନିକ ତ୍ରୁଟି ଥିଲା ନା ଦାୟୀ ଅଧିକାରୀଙ୍କ ଅବହେଳାର ଏକ ଗୁରୁତର ମାମଲା ରହିଥିଲା? ଏହି ଘଟଣା ସରକାରୀ ପ୍ରୋଟୋକଲ ପାଳନ ଏବଂ ପ୍ରଶାସନିକ ସମନ୍ୱୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

#WATCH | Saharanpur, Uttar Pradesh: AIMIM chief Asaduddin Owaisi was accorded a Guard of Honour, which was reportedly intended for a Supreme Court judge to receive. https://t.co/CrVa7jPzbH
— ANI (@ANI) November 21, 2026
ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ପ୍ରଶାସନିକ ବ୍ୟବସ୍ଥା ଏବଂ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ ବିଚାରପତିଙ୍କ ବଦଳରେ ଜଣେ ରାଜନେତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିବା ପ୍ରଶାସନିକ ବ୍ୟବସ୍ଥାରେ ରହିଥିବା ତ୍ରୁଟି ଉପରେ ପ୍ରଶ୍ନ ଉଠାଇଛି। ପ୍ରଶାସନିକ ଅଧିକାରୀ ଏତେ ବଡ଼ ଭୁଲ କିପରି କରିପାରିଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା କେବଳ ପ୍ରଶାସନିକ ତ୍ରୁଟି ଥିଲା ନା ଦାୟୀ ଅଧିକାରୀଙ୍କ ଅବହେଳାର ଏକ ଗୁରୁତର ମାମଲା ରହିଥିଲା? ଏହି ଘଟଣା ସରକାରୀ ପ୍ରୋଟୋକଲ ପାଳନ ଏବଂ ପ୍ରଶାସନିକ ସମନ୍ୱୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: