Assam CM Himanta Biswa Sarma / ଆସନ୍ତାକାଲି ଠାରୁ ବିଶ୍ୱ ଶର୍ମାଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ; ବଙ୍ଗ ଭଳି ଆସାମରେ ହେବ ଭବ୍ୟ ଶପଥ ଗ୍ରହଣ
·1 hour ago·3 min read

Key Points
ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଦ୍ୱିତୀୟ ପାଳି ଶପଥ ଗ୍ରହଣ ସମାରୋହ ମେ ୧୨ ତାରିଖ ମଙ୍ଗଳବାର ପୂର୍ବାହ୍ନ ୧୧:୪୦ ସମୟରେ ରାଜଧାନୀ ଗୌହାଟୀ ସ୍ଥିତ ଖାନପଡ଼ାର ଭେଟେରିନାରୀ କଲେଜ ପଡ଼ିଆରେ ଆୟୋଜିତ ହେବ।
Himanta Biswa Sarma Second Oath Ceremony: ୨୦୨୬ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଆସାମରେ ତୃତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ଏହି କ୍ରମରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ନବ ନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହ। ମଙ୍ଗଳବାର (ମେ ୧୨) ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଶ୍ଚିମବଙ୍ଗ ପରେ ଆସାମରେ ମଧ୍ୟ ଭବ୍ୟ ଶପଥ ଗ୍ରହଣ ଅନୁଷ୍ଠିତ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ସହିତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ଯୋଗଦେବେ।
କେଉଁଠି ଏବଂ କେବେ ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱ ଶର୍ମା?
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଦ୍ୱିତୀୟ ପାଳି ଶପଥ ଗ୍ରହଣ ଉତ୍ସବ ମେ ୧୨ ତାରିଖ ମଙ୍ଗଳବାର ପୂର୍ବାହ୍ନ ୧୧:୪୦ ସମୟରେ ରାଜଧାନୀ ଗୌହାଟୀ ସ୍ଥିତ ଖାନପଡ଼ାର ଭେଟେରିନାରୀ କଲେଜ ପଡ଼ିଆରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଶପଥ ପାଠ କରାଇବେ।
ଶପଥ ଗ୍ରହଣ ସମାରୋହରେ କିଏ ହେବେ ସାମିଲ?
ସୋମବାର ଶପଥ ଗ୍ରହଣ ସମାରୋହ ପ୍ରସ୍ତୁତି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଏନେଇ ସେ କହିଛନ୍ତି, "ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ଆମରର ନୂତନ ସରକାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ଯୋଗଦେବେ। ତାଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଦେଶର ଅନେକ ବିଜେପି-ଏନଡ଼ିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଆମର ଏନଡିଏ ମେଣ୍ଟ ଅଂଶୀଦାରଙ୍କ ନେତା ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ।
ଧର୍ମଗୁରୁ ସମେତ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ହଜାର ହଜାର ବିଜେପି କର୍ମକର୍ତ୍ତା
ହିମନ୍ତ ବିଶ୍ୱ ଶର୍ମାଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସୋମବାର ରାତିରେ ରାଜଧାନୀ ଗୌହାଟୀରେ ପହଞ୍ଚିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଶପଥ ଗ୍ରହଣ ଉତ୍ସବରେ ଶିଳ୍ପ ଜଗତର ଅନେକ ପ୍ରମୁଖ ବ୍ୟକ୍ତି ଯୋଗଦେବାର ଆଶା କରାଯାଉଛି। "ସତ୍ରାଧିକାରୀ" ଭାବରେ ଜଣାଶୁଣା ଆସାମର ଧାର୍ମିକ ନେତା ମଧ୍ୟ ନୂତନ ସରକାରଙ୍କୁ ଆଶୀର୍ବାଦ ଦେବାକୁ ଆସିବେ। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ବୁଥ୍ ସ୍ତରୀୟ ସଭାପତିଙ୍କ ଠାରୁ ଆରମ୍ଭ କରି ଦଳର ବରିଷ୍ଠ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ରହିବେ।
ଏହା ସହ ପଢନ୍ତୁ: ଆସାମରେ ହ୍ୟାଟ୍ରିକ ମାରିଲା ବିଜେପି; ଜାଣନ୍ତୁ ବିଜୟ ପଛର ୫ କାରଣ
ସୋମବାର ରାତିରେ ଚୂଡ଼ାନ୍ତ ହେବ ମନ୍ତ୍ରୀଙ୍କ ନାମ
କ୍ୟାବିନେଟ ସମ୍ପର୍କରେ ପ୍ରତିକ୍ରିୟା ରଖି ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଏ ପର୍ଯ୍ୟନ୍ତ ବିଜେପି ନେତୃତ୍ୱାଧିନ ଏନଡ଼ିଏ ସରକାରଙ୍କ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହୋଇନାହିଁ। ଏହି ନିଷ୍ପତ୍ତି ସୋମବାର ରାତିରେ ନିଆଯିବ। ସୋମବାର ସନ୍ଧ୍ୟାରେ ଗୌହାଟିରେ ପହଞ୍ଚୁଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ଆଲୋଚନା ହେବ। ତାଙ୍କ ସହ ପରାମର୍ଶ କରିବା ପରେ ଯାଇ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିବୁ। ଆସାମ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ୧୯ ଜଣ ମନ୍ତ୍ରୀ ରହିପାରିବେ। ଆମେ ମନ୍ତ୍ରୀମଣ୍ଡଳରେ ନୂତନ ଚେହେରାଙ୍କୁ ସାମିଲ କରିବୁ ନାଁ ଅଭିଜ୍ଞ ଲୋକଙ୍କୁ ପୁନର୍ବାର ସ୍ଥାନ ଦେବୁ ତାହା ଆମକୁ ମିଳୁଥିବା ମାର୍ଗଦର୍ଶନ ଉପରେ ନିର୍ଭର କରିବ।
ଆମେ ଦାୟିତ୍ୱର ସହିତ କାମ କରିବୁ: ହିମନ୍ତ ବିଶ୍ୱ ଶର୍ମା
ହିମନ୍ତ ବିଶ୍ୱ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟବାସୀ ଆମକୁ ଏକ ସ୍ପଷ୍ଟ ଜନାଦେଶ ଦେଇଛନ୍ତି। ଶପଥ ଗ୍ରହଣ ସମାରୋହ ପରେ, ଆମେ ଆମର ଦାୟିତ୍ୱ ପୂରଣ କରିବା ଏବଂ ରାଜ୍ୟର କଲ୍ୟାଣ ପାଇଁ କାମ କରିବା ଉପରେ ଧ୍ୟାନ ଦେବୁ। ଆଗକୁ ଆମ ପାଖରେ ଆହୁରି ୫ ବର୍ଷ ଅଛି। ଆମେ ଆସାମର ସର୍ବାଙ୍ଗୀନ ବିକାଶ ପାଇଁ ନିରନ୍ତର ଏବଂ ଦାୟିତ୍ୱର ସହିତ କାମ କରିବୁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories