Videos
|
Politics

Assam SIR March 2026 / ଏସଆଇଆର ସମର୍ଥନରେ ମାଡି଼ ଆସିଲା ଜନସମୁଦ୍ର; କ'ଣ କହିଲେ ମୁଖ୍ୟମନ୍ତ୍ରୀ-ଗୃହମନ୍ତ୍ରୀ?

Subhramjit Ray
Browse all articles by Subhramjit Ray
·1 hour ago·3 min read
ଏସଆଇଆର ସମର୍ଥନରେ ମାଡି଼ ଆସିଲା ଜନସମୁଦ୍ର; କ'ଣ କହିଲେ ମୁଖ୍ୟମନ୍ତ୍ରୀ-ଗୃହମନ୍ତ୍ରୀ?
Assam SIR March 2026

Key Points

ଏସଆଇଆର (SIR) ସମର୍ଥନରେ ଆସାମରେ ଏକାଠି ହୋଇଛି ବିଶାଳ ଜନସମୁଦ୍ର। ଯାହାର ଫଟୋ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। 
ଦିଲ୍ଲୀ ସମେତଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର) ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ଅନ୍ୟପଟେ ଏସଆଇଆର (SIR) ସମର୍ଥନରେ ଆସାମରେ ଏକ ବିଶାଳ ଜନସମାବେଶ ହୋଇଯାଇଛି। ଏହି ପ୍ରଦର୍ଶନ ରାଜ୍ୟର ନଲବାଡ଼ି ଠାରେ ହୋଇଥିଲା। ଯେଉଁଠାରେ ଲୋକ "ଧନ୍ୟବାଦ ମୋଦି" (Thank You) ପୋଷ୍ଟର ସହିତ ଏକତ୍ରିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ବିଜେପି ପତାକା ଏବଂ "ଧନ୍ୟବାଦ ମୋଦି" ପୋଷ୍ଟର ସହିତ ଦେଖାଯାଉଥିବା ଭିଡ଼ର ଫଟୋ ସେୟାର କରିଥିଲେ।

ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, "ନାଲବାଡ଼ିର ଗର୍ଜନ! ଆସାମ SIR ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ଦୃଢ଼ ଭାବରେ ଠିଆ ହୋଇଛି। ଏଠାରେ ବିଶାଳ ଜନସମାବେଶ କଂଗ୍ରେସ ଦଳକୁ ଏକ ବାର୍ତ୍ତା ଦେଇଛି ଯେ ଜନସାଧାରଣ ଗଣତନ୍ତ୍ରର ଅପମାନକୁ ଗ୍ରହଣ କରିବେ ନାହିଁ।"

ଆସାମ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ନଲବାଡ଼ି କଂଗ୍ରେସ ଦଳକୁ ଏକ ବାର୍ତ୍ତା ପଠାଇଛି ଯେ ଲୋକେ ଗଣତନ୍ତ୍ରର ଅପମାନକୁ ସମର୍ଥନ କରିବେ ନାହିଁ। ଏହା ବ୍ୟତୀତ, ଲୋକମାନେ ସାମ୍ବିଧାନିକ ସଂସ୍ଥାକୁ ଅପମାନିତ କରିବାର ଷଡ଼ଯନ୍ତ୍ର ବିରୋଧରେ ଅଛନ୍ତି। ନିର୍ବାଚନ ପ୍ରକ୍ରିୟାର ପବିତ୍ରତାକୁ ଉଲ୍ଲଂଘନ କରିବାର ଯେକୌଣସି ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଜନାଦେଶ ହେଉଛି ପବିତ୍ର। କଂଗ୍ରେସ ପାଖରେ ଜନାଦେଶକୁ ବଦନାମ କରିବାର କୌଣସି ଅଧିକାର ନାହିଁ। ଆସାମ ମୁଖ୍ୟମଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ଏକ ବଡ଼ ଭିଡ଼ ଦେଖାଯାଉଛି। ଯେଉଁମାନେ SIR ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଥିବା ପ୍ଲାକାର୍ଡ ଧରିଛନ୍ତି।


ଅନ୍ୟପଟେ SIR ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧି ଦଳକୁ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ସେ କହିଛନ୍ତି ଯେ କଂଗ୍ରେସର ନିର୍ବାଚନରେ ପରାଜୟ କିଛି ନୂଆ କଥା ନୁହେଁ। ଗୁଜରାଟ, ଆସାମ, ପଶ୍ଚିମବଙ୍ଗ ଏବଂ ତ୍ରିପୁରାର ନିର୍ବାଚନ ତଥ୍ୟକୁ ଦର୍ଶାଇ ସେ ରାହୁଲ ଗାନ୍ଧୀଙ୍କୁ ଆତ୍ମସମୀକ୍ଷା କରିବାକୁ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ୨୦୨୬ ଗାନ୍ଧୀନଗର ପୌର ନିର୍ବାଚନରେ ​​ବିଜେପି ଭୋଟ ସେୟାର ୧୦ ପ୍ରତିଶତ ବୃଦ୍ଧି ପାଇଛି। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ କଂଗ୍ରେସ ୪୧ ବର୍ଷ ମଧ୍ୟରେ ଗୋଟିଏ ହେଲେ ନିର୍ବାଚନ ଜିତିନାହିଁ। ଶେଷ ଥର ପାଇଁ କଂଗ୍ରେସ ୧୯୮୫ ମସିହାରେ ଗୁଜରାଟରେ ନିର୍ବାଚନ ଜିତିଥିଲା। ସେବେଠାରୁ ସେମାନେ ଲଗାତାର ହାରୁଛନ୍ତି।"

ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହୁଁଛି ଯେ ଏହା SIR ଫଳାଫଳ କି? ଆପଣ (କଂଗ୍ରେସ) ବିଗତ ୪୧ ବର୍ଷ ମଧ୍ୟରେ ଗୋଟିଏ ହେଲେ ନିର୍ବାଚନ ଜିତି ନାହାଁନ୍ତି। ଏହା ରାହୁଲ ଗାନ୍ଧୀଙ୍କ ପାଇଁ ଆତ୍ମସମୀକ୍ଷାର ବିଷୟ ହେବା କଥା। ନିକଟରେ ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଦୁଚେରୀରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଠାରେ କଂଗ୍ରେସ ଗୋଟିଏ ହେଲେ ଆସନ ଜିତି ପାରିଲା ନାହିଁ। ଆସାମର ନଗାଓଁ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏହି ଆସନ ପୂର୍ବରୁ କଂଗ୍ରେସ ପାଖରେ ଥିଲା।

ଏହା ସହ ପଢନ୍ତୁ: 'ନିର୍ବାଚନ ହାରିବା ପରେ ଇଭିଏମ୍ କୁ ଦୋଷ ଦେବା କଂଗ୍ରେସ ଦଳର ପ୍ରବୃତ୍ତି'

ପଶ୍ଟିମବଙ୍ଗର ନନ୍ଦିଗ୍ରାମ ଆସନରେ ବିଜେପି ୭୬% ଭୋଟ ପାଇ ୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା। ସେହିପରି ରାଜ୍ୟର ଅନ୍ୟତମ ଆସନ ରେଜନଗର ଠାରେ ବିଜେପି ଏକ ବିଶାଳ ବିଜୟ ହାସଲ କରିଛି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତାଙ୍କ ଭାଷଣ ସମୟରେ ତ୍ରିପୁରା କଥା କହିଥିଲେ। ସେ କହିଥିଲେ ଯେ କଂଗ୍ରେସ ଦଳ ତ୍ରିପୁରାରେ ୩୩ ବର୍ଷ ଏବଂ ପଶ୍ଚିମବଙ୍ଗରେ ୫୯ ବର୍ଷ ଧରି ଜିତି ପାରୁନାହିଁ।

ମୁଁ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ପଚାରିବାକୁ ଚାହୁଁଛି ଯେ ଏହା SIR ଫଳାଫଳ କି? ଯେବେଠାରୁ ଆପଣ କଂଗ୍ରେସ ଦଳର ନେତା, ସଭାପତି ଏବଂ ବିରୋଧି ଦଳର ନେତା ହୋଇଛନ୍ତି, ସେବେଠାରୁ କଂଗ୍ରେସ ଦଳ କ୍ରମାଗତ ଭାବରେ ହାରି ଚାଲିଛି। ଆପଣ ନକଲି ପ୍ରଚାର ମାଧ୍ୟମରେ ଦେଶର ଲୋକଙ୍କ ବିଶ୍ୱାସ ହାସଲ କରିପାରିବେ ନାହିଁ। କିଛି ଭିଡ଼ ଏକାଠି କରି ଆପଣ ଦେଶର ସ୍ୱର ହୋଇପାରିବେ ନାହିଁ। ଅମିତ ଶାହ ଆହୁରି କହିଛନ୍ତି ଯେ ସେମାନେ (କଂଗ୍ରେସ) ଉତ୍ତର ଦେବା ଉଚିତ ଯେ ୨୦୨୪ ନିର୍ବାଚନ ପରେ SIR ପ୍ରକ୍ରିୟା ଆରମ୍ଭ ହେବା ପରେ ସେମାନଙ୍କର ପରାଜୟ କାହିଁକି ହେଲା। ସେ କହିଛନ୍ତି ଯେ ମୁଁ ଏବେ ଆପଣଙ୍କୁ କହିରଖୁଛି ଯେ ଏହି ସେମାନେ ୨୦୨୯ ନିର୍ବାଚନରେ ମଧ୍ୟ ଏକ ବଡ଼ ପରାଜୟର ସାମ୍ନା କରିବେ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: