Videos
|
Politics

CM Yogi hits out at Congress / 'ନିର୍ବାଚନ ହାରିବା ପରେ ଇଭିଏମ୍ କୁ ଦୋଷ ଦେବା କଂଗ୍ରେସ ଦଳର ପ୍ରବୃତ୍ତି'

Subhramjit Ray
Browse all articles by Subhramjit Ray
·1 hour ago·2 min read
'ନିର୍ବାଚନ ହାରିବା ପରେ ଇଭିଏମ୍ କୁ ଦୋଷ ଦେବା କଂଗ୍ରେସ ଦଳର ପ୍ରବୃତ୍ତି'
CM Yogi hits out at Congress

Key Points

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧି ମେଣ୍ଟର ପ୍ରଦର୍ଶନକୁ ନେଇ କଂଗ୍ରେସ ଏବଂ ଏହାର ଦଳକୁ ଟାର୍ଗେଟ୍ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଜିତିଲେ ପ୍ରଶଂସା କରିବା ଏବଂ ହାରିଲେ ଇଭିଏମ ଏବଂ ନିର୍ବାଚନ କମିଶନକୁ ଦୋଷ ଦେବା କଂଗ୍ରେସ ଦଳର ସ୍ୱଭାବ ପାଲଟିଯାଇଛି।
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟ (ଇଣ୍ଡିଆ) ଦ୍ୱାରା ହେଉଥିବା ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ପ୍ରସଙ୍ଗରେ ସେ ସିଧାସଳଖ ବିରୋଧି ଦଳ ବିରୋଧ ଦେଶରେ ଅରାଜକତା ବିସ୍ତାର କରିବା ଏବଂ ଗଣତାନ୍ତ୍ରିକ ସଂସ୍ଥାକୁ ଦୁର୍ବଳ କରିବାର ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ନିର୍ବାଚନରେ ​​ଜିତିବା ପରେ ନିଜେ ନିଜର ପିଠି ଥାପୁଡ଼ାଇବା ଏବଂ ହାରିବା ପରେ ଇଭିଏମ୍ ଏବଂ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେବାର ଦୋମୁହାଁ ମନୋଭାବ ଆଉ କାମ କରିବ ନାହିଁ।

ସେ କଂଗ୍ରେସ ଏବଂ ସମଗ୍ର ବିରୋଧି ମେଣ୍ଟକୁ ସେମାନଙ୍କର ନେତୃତ୍ୱ ଶୈଳୀ ଏବଂ ଚିନ୍ତାଧାରା ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ କହିଛନ୍ତି ଯେ ଯଦି ବିରୋଧି ଦଳ ସେମାନଙ୍କ ମନୋଭାବ ପରିବର୍ତ୍ତନ କରନ୍ତି ନାହିଁ, ତାହେଲେ ସେମାନଙ୍କ ପାଖରେ ବର୍ତ୍ତମାନ ଯାହା କିଛି ଅଛି ତାହା ଭବିଷ୍ୟତରେ ସେମାନେ ସମ୍ପୂର୍ଣ୍ଣ ହରାଇବେ।

ନିଜେ ନିର୍ବାଚନ ଜିତିଲେ ନିଜର ବିଜୟକୁ ପ୍ରଶଂସା; ହେଲେ ହାରିଲେ ଇଭିଏମ୍ ଦାୟୀ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧି ଦଳର ଦୋମୁହାଁ ନୀତିକୁ ତୀବ୍ର ସମାଲୋଚନା କରିବା ସହ ସେମାନଙ୍କର ଏପରି ମନୋଭାବକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ଯେତେବେଳେ ସେମାନେ (ବିରୋଧି) ନିର୍ବାଚନ ଜିତିଥାନ୍ତି, ତାହାଲେ ସେମାନେ ଏହାକୁ ନିଜର ସଫଳତା ଭାବରେ ଦର୍ଶାଇଥାନ୍ତି। ହେଲେ ଯେତେବେଳେ ସେମାନେ ନିର୍ବାଚନ ହାରନ୍ତି, ତାହେଲେ ସେମାନେ ଇଭିଏମ୍ ଏବଂ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିଥାନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏପରି ଆଚରଣ ଏବେ କଂଗ୍ରେସ ଦଳ ଏଜେଣ୍ଡାର ଏକ ଅଂଶ ପାଲଟିଛି। ସେ କଂଗ୍ରେସ ଦଳକୁ ନେତୃତ୍ୱ ପରିବର୍ତ୍ତନ କରିବାକୁ ଏବଂ ଦେଶରେ ଅରାଜକତା ପ୍ରସାର ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ, ମୁଖ୍ୟମନ୍ତ୍ରୀ ସର୍ବାସଧାରଣ ରାସ୍ତାରେ ହେଉଥିବା ପ୍ରତିବାଦକୁ ବିରୋଧ କରିଥିଲେ। ସେ କହିଥିଲେ ଯେ ପ୍ରତିବାଦ ନାମରେ ଜନସାଧାରଣଙ୍କୁ ଅସୁବିଧାରେ ପକାଇବା ଏବଂ ଅରାଜକତା ସୃଷ୍ଟି କରିବା ଅତ୍ୟନ୍ତ ନିନ୍ଦନୀୟ। ଦେଶର ସଚେତନ ଜନତା ଏହି ଅରାଜକତାକୁ କେବେ ଗ୍ରହଣ କରିବେ ନାହିଁ। ଜନସାଧାରଣ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ସହ୍ୟ କରିବେ ନାହିଁ।

"ଅବିଶ୍ୱସନୀୟ ନେତୃତ୍ୱକୁ ତୁରନ୍ତ ପରିବର୍ତ୍ତନ କରିବାକୁ ହେବ"
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧି ଦଳକୁ ନିଜ ଭିତରେ ସଂସ୍କାର ଆଣିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ ତୁରନ୍ତ ସେମାନଙ୍କର ଦୁର୍ନୀତିଗ୍ରସ୍ତ ଆଚରଣ ଏବଂ ଅବିଶ୍ୱସନୀୟ ନେତୃତ୍ୱକୁ ପରିବର୍ତ୍ତନ କରିବା ଆବଶ୍ୟକ। ଦେଶର ସାମ୍ବିଧାନିକ ପ୍ରତିଷ୍ଠାନ ଉପରେ ପ୍ରଶ୍ନ ଉଠାଇ ଦେଶର ବାତାବରଣକୁ ନଷ୍ଟ କରିବାର ପ୍ରୟାସକୁ ଆଉ ସଫଳ ହେବାକୁ ଦିଆଯିବ ନାହିଁ। ଯଦି ବିରୋଧି ଦଳ ଏପର୍ଯ୍ୟନ୍ତ ସେମାନଙ୍କର ନକାରାତ୍ମକ ରାଜନୀତି ଏବଂ ଅବିଶ୍ୱାସରେ ପରିପୂର୍ଣ୍ଣ ନେତୃତ୍ୱକୁ ପରିବର୍ତ୍ତନ କରନ୍ତି ନାହିଁ, ତାହେଲେ ଆଜିର ଦିନରେ ସେମାନଙ୍କ ପାଖରେ ବର୍ତ୍ତମାନ ଯାହା କିଛି ଅଛି, ତାହା ସେମାନେ ଆଗାମୀ ଦିନରେ ହରାଇବେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: