Assam Assembly Poll / ନିର୍ବାଚନ ପୂର୍ବରୁ ଭାଙ୍ଗିଲା ମେଣ୍ଟ; ଗୌରବଙ୍କ ବିରୋଧରେ ବର୍ଷିଲେ ଅଖିଳ
·6 months ago·3 min read

Key Points
ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିବାକୁ ନେଇ ସରଗରମ ହୋଇଉଠିଛି ଆସାମ ରାଜନୀତି।
Raijor Dal-Congress Alliance Breakdown: ୨୦୨୬ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଆସାମ ରାଜନୀତି। ଗୋଟିଏ ପଟେ ନିର୍ବାଚନ ପ୍ରସ୍ତୁତି ଜାରି ରହିଥିବା ବେଳେ ଅନ୍ୟପକ୍ଷରେ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ। ଏହି ନିର୍ବାଚନ ପାଇଁ ରାଇଜୋର ଦଳ-କଂଗ୍ରେସ ମଧ୍ୟରେ ହେବାକୁ ଯାଉଥବା ସାମ୍ଭାବ୍ୟ ମେଣ୍ଟ ଭାଙ୍ଗିଯାଇଛି। ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିବାକୁ ନେଇ କଂଗ୍ରେସ ବିରୋଧରେ ବର୍ଷିଛି ରାଇଜୋର ଦଳ।
ଏହି ପ୍ରସଙ୍ଗରେ ମତ ରଖିଛନ୍ତି ରାଇଜୋର ଦଳ ଅଧ୍ୟକ୍ଷ ତଥା ରାଜ୍ୟର ଶିବସାଗର ଆସନ ବିଧାୟକ ଅଖିଳ ଗୋଗୋଇ। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ଆମକୁ ଧୋକ୍କା ଦେଇଛି। ସେମାନେ ମେଣ୍ଟ ବୈଠକ ସମ୍ପର୍କରେ ଆମକୁ ଜଣାଇନାହାଁନ୍ତି। ଆସନ ବୁଝାମଣାକୁ ନେଇ କଂଗ୍ରେସ ସହ ଆମର ସହମତି ହୋଇପାରିଲା ନାହିଁ। ଆସାମର ଢିଙ୍ଗ୍ ଆସନ ପାଇଁ ପେଞ୍ଚ ଫସି ରହିଥିଲା।
ବିଧାନସଭା ନିର୍ବାଚନ ପାଇଁ ଆମେ କଂଗ୍ରେସ ସହ ମେଣ୍ଟ କରିଥାନ୍ତୁ। ଆମ ଦଳ ୧୩ ଆସନରେ ନିର୍ବାଚନ ଲଢିଥାନ୍ତା। ହେଲେ କଂଗ୍ରେସ କେବଳ ଆମକୁ ୪ ଆସନ ପାଇଁ ଛାଡ଼ିବା ରାଜି ହୋଇଥିଲା। କଂଗ୍ରେସ ଏକପାଖିଆ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ସ୍ଥିର କରିସାରିଛି। ଆସନ ବୁଝାମଣା ପ୍ରସଙ୍ଗରେ ସେମାନେ ମେଣ୍ଟ ସହଯୋଗୀଙ୍କ ସହ ଆଲୋଚନା କରିନାହାଁନ୍ତି। କାଜିରଙ୍ଗା ଠାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ରାଇଜୋର ଦଳ ଏକଥା କହିଛନ୍ତି l
ଏଥିସହ ପଢ଼ନ୍ତୁ: WB Assembly Poll 2026: ଖୁବ ଶୀଘ୍ର ହୋଇପାରେ ନିର୍ବାଚନ ତାରିଖ ଘୋଷଣା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇଙ୍କୁ ଟାର୍ଗେଟ କରି ଅଖିଳ ଗୋଗୋଇ କହିଛନ୍ତି ଯେ ସେମାଙ୍କ ଅହଂକାର ପାଇଁ ମେଣ୍ଟ ଭାଙ୍ଗିଛି। ଗତ ମାର୍ଚ୍ଚ ୬ ତାରିଖରେ ରାଜଧାନୀ ଗୌହାଟି ଠାରେ ଆସନ ବୁଝାମଣାକୁ ନେଇ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଏକ ବୈଠକ ହେବାର ରହିଥିଲା। ହେଲେ ଏହି ବୈଠକରେ ଯୋଗ ଦେବା ପାଇଁ ଆମକୁ ଆମନ୍ତ୍ରଣ କରାଯାଇ ନଥିଲା। ଯାହା ଦ୍ୱାରା ଆମେ ଅପମାନିତ ଅନୁଭବ କରୁଛି। ମେଣ୍ଟ ସହଯୋଗୀ ଭାବରେ ଆମର ଭୂମିକା ହେଉଛି ଗୁରୁତ୍ୱପୂର୍ଣ୍ଣ। ହେଲେ ସେମାନେ ଆମକୁ ପଚାରିଲେ ନାହିଁ।
ଆମେ ସରକାରଙ୍କ ଫାସିବାଦୀ ମାନସିକତା ବିରୋଧରେ ରହିଛି। ସେଥିପାଇଁ ଆମେ ବିରୋଧି ଦଳ ସହ ରହିଥିଲୁ। ହେଲେ ମାର୍ଚ୍ଚ ତାରିଖରେ ହେବାକୁ ଯାଉଥିବା ବୈଠକ ବିଷୟରେ ଆମକୁ କୌଣସି ଖବର ଦିଆଗଲା ନାହିଁ। କଂଗ୍ରେସ ଆମକୁ ଛାଡ଼ି ଅନ୍ୟ ଚାରୋଟି ଦଳ ସହିତ ମେଣ୍ଟ କରିବାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି। ଯାହା ଆମ ପାଇଁ ଅପମାନଜନକ।
କଂଗ୍ରେସ ଏବଂ ରାଇଜୋର ଦଳ ହେଉଛନ୍ତି ଦୁଇଟି ଭିନ୍ନ ଦଳ। ଆମର ବିଚାରଧାରା ଭିନ୍ନ। କଂଗ୍ରେସ ଏକ ଜାତୀୟ ଦଳ, ହୋଇଥିବା ବେଳେ ଆମେ ହେଉଛୁ ଏକ ଆଞ୍ଚଳିକ ଦଳ। ଯାହା ସଂଘୀବାଦରେ ବିଶ୍ୱାସ କରେ। ଆମେ ବିଜେପି-ଆରଏସଏସ ବିରୋଧରେ ଲଢ଼ିବା ପାଇଁ ବିରୋଧି ମେଣ୍ଟରେ ଯୋଗ ଦେଇଥିଲୁ। ହେଲେ ଜଣାପଡୁଛି ଯେ କଂଗ୍ରେସ ବନ୍ଧୁତାରେ ବିଶ୍ୱାସ କରେ ନାହିଁ। ସେମାନେ ସବୁବେଳେ ଆମ ସହିତ ବିଶ୍ୱାସଘାତକତା କରିଛନ୍ତି। ଆମେ କଂଗ୍ରେସ ପାଖରୁ କେବଳ ୧୫ ଆସନ ମାଗିଥିଲୁ। ହେଲେ ସେମାନେ ଏଥିପାଇଁ ରାଜି ହୋଇନଥିଲେ। ଗୌରବ ଗୋଗୋଇ ବିରୋଧି ମେଣ୍ଟ ଗଠନକୁ ନେଇ ଗମ୍ଭୀର ନୁହଁନ୍ତି। ବୈଠକରେ ନିମନ୍ତ୍ରଣ ନଦେଇ ସେମାନେ ଆମକୁ ଅପମାନିତ କରିଛନ୍ତି।
ଗତ ୨୦୧୯ରେ ଆସାମରେ ସଂଶୋଧିତ ନାଗରିକତା ଆଇନ ବିରୋଧରେ ହୋଇଥିବା ଆନ୍ଦୋଳନରୁ ଜନ୍ମ ନେଇଥିଲା ରାଇଜୋର ଦଳ। ଯାହାର ମୁଖ୍ୟ ସଂସ୍ଥାପକ ହେଉଛନ୍ତି ଅଖିଳ ଗୋଗୋଇ। ଗତ ୨୦୨୧ରେ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କେବଳ ଦଳର ଅଧ୍ୟକ୍ଷ ଶିବସାଗର ଆସନରୁ ବିଜୟୀ ହୋଇଥିଲେ। ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଦଳର ସମର୍ଥନ ଆଧାର ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଅନେକ ସଂଖ୍ୟାଲଘୁ ନେତା ରାଇଜୋର ଦଳରେ ଯୋଗଦାନ କରିଛନ୍ତି।
ପଢନ୍ତୁ ଏହି ଖବର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ମାର୍ଚ୍ଚ ୮ରୁ ସ୍ଥିତି ପରଖିବେ ନିର୍ବାଚନ ଆୟୋଗ

Related Topics
Explore more stories