Videos
|
Politics

ED Interrogation to Azam Khan / ଆଜମ ଖାନଙ୍କୁ ଝଟକା! ୪ ଦିନ ପାଇଁ ଇଡି ହେପାଜତକୁ ପଠାଇଲେ କୋର୍ଟ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଆଜମ ଖାନଙ୍କୁ ଝଟକା! ୪ ଦିନ ପାଇଁ ଇଡି ହେପାଜତକୁ ପଠାଇଲେ କୋର୍ଟ
Azam Khan ED Remand (Photo Source: Social Media/AI)

Key Points

ମନି ଲଣ୍ଡରିଂ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ୪ ଦିନ ପାଇଁ ଇଡ଼ି ହେପାଜତକୁ ପଠାଇଛନ୍ତି ସ୍ୱତନ୍ତ୍ର କୋର୍ଟ। ଇଡି ୫ ଦିନିଆ ରିମାଣ୍ଡ ମାଗିଥିବାବେଳେ କୋର୍ଟ ୪ ଦିନ ଅନୁମତି ଦେଇଛନ୍ତି। ରିମାଣ୍ଡ ସମୟରେ ଡାକ୍ତରୀ ପରୀକ୍ଷା, ଓକିଲଙ୍କ ସହ ସାକ୍ଷାତ ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ସମ୍ପର୍କରେ ନିର୍ଦ୍ଦେଶ ଜାରି ହୋଇଛି।




ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ସ୍ୱତନ୍ତ୍ର କୋର୍ଟ ଆଜମ ଖାନଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି। ଗୁରୁବାର (ନଭେମ୍ବର ୧୨) ଇଡି (ED) ଆଜମ ଖାନଙ୍କୁ ଜେରା କରିବା ପାଇଁ ୫ ଦିନର ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା। ପ୍ରିଜାଇଡିଂ ଅଫିସର ଅବନିଶ କୁମାର ଛୁଟିରେ ଥିବାରୁ ସମ୍ପୃକ୍ତ କୋର୍ଟରେ ଶୁଣାଣି ହୋଇଥିଲା। ସ୍ୱତନ୍ତ୍ର ବିଚାରପତି ବିନୋଦ କୁମାର ଆଜମ ଖାନଙ୍କ ରିମାଣ୍ଡ ମଞ୍ଜୁର କରିଥିଲେ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଟିମ୍ ନଭେମ୍ବର ୧ ତାରିଖରେ ଆଜମ ଖାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ଡାସନା ଜେଲ୍କୁ ପଠାଇଥିଲେ। ତାଙ୍କୁ ନଭେମ୍ବର ୧୩ ତାରିଖରେ ଜେଲ୍ରୁ କୋର୍ଟରେ ହାଜର ହେବାର ଥିଲା। ହେଲେ ଇଡି଼ ତାଙ୍କୁ ସେହି ତାରିଖ ପୂର୍ବରୁ କୋର୍ଟରୁ ୪ ଦିନର ରିମାଣ୍ଡରେ ନେଇଥିଲା।

ଏହା ସହ ପଢନ୍ତୁ: ତୁକାରମ ମୁଣ୍ଡେଙ୍କ ସମର୍ଥନରେ ଆସିଲେ ସପା ବିଧାୟକ ଆବୁ ଆଜମୀ; ରଖିଲେ ଏହି ଦାବି

କୋର୍ଟ ନିର୍ଦ୍ଦେଶରେ କ’ଣ କୁହାଯାଇଛି?
ଆଜମ ଖାନ୍ ଇଡ଼ି ହେପାଜତକୁ ଯିବା ପୂର୍ବରୁ ଏବଂ ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରାଯିବା ପୂର୍ବରୁ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ।

ଇଡି଼ ରିମାଣ୍ଡ ଅବଧି ମଧ୍ୟରେ ଅଭିଯୁକ୍ତଙ୍କୁ କୌଣସି ପ୍ରକାରର ଶାରୀରିକ କିମ୍ବା ମାନସିକ ନିର୍ଯାତନା (Physical or Mental Torture) କିମ୍ବା ଥାର୍ଡ଼-ଡିଗ୍ରୀ ନିର୍ଯାତନା (Third-Degree Torture) ଦିଆଯିବ ନାହିଁ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇଡି଼ ରିମାଣ୍ଡ ଅବଧି ମଧ୍ୟରେ ଅଭିଯୁକ୍ତଙ୍କୁ ତାଙ୍କ ପସନ୍ଦର ଜଣେ ଓକିଲ (ଆଇନଜୀବୀ) ତାଙ୍କୁ ପ୍ରତିଦିନ ଗୋଟିଏ ଘଣ୍ଟା ପାଇଁ ଭେଟିବାକୁ ଅନୁମତି ଦିଆଯିବ। ହେଲେ ତଥାପି ଏହି ସାକ୍ଷାତ ତଦନ୍ତରେ ବାଧା ସୃଷ୍ଟି କରିବ ନାହିଁ।

ଅଭିଯୁକ୍ତଙ୍କ ସହିତ ଜଡି଼ତ କୌଣସି ଜରୁରୀକାଳୀନ ପରିସ୍ଥିତିରେ, ନିୟମ ଅନୁଯାୟୀ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ପ୍ରତି ୪୮ ଘଣ୍ଟାର ନିୟମିତ ବ୍ୟବଧାନରେତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଯାଞ୍ଚ କରାଯିବ।

ଇଡି ତଦନ୍ତକାରୀ ଅଧିକାରୀଙ୍କୁ (ED Investigating Officer) ରିମାଣ୍ଡ ଅବଧି ସମାପ୍ତ ହେବା ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।