|
logo
Live

Argus News - ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇପାରନ୍ତି ସୁନେତ୍ରା ପାୱାର; ମୁକାବିଲାରେ ଓହରିଗଲେ ୨୩ ପ୍ରାର୍ଥୀ

Politics

Baramati Bypoll 2026 / ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇପାରନ୍ତି ସୁନେତ୍ରା ପାୱାର; ମୁକାବିଲାରେ ଓହରିଗଲେ ୨୩ ପ୍ରାର୍ଥୀ

Subhramjit Ray
Browse all articles by Subhramjit Ray
·3 hours ago·2 min read
ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇପାରନ୍ତି ସୁନେତ୍ରା ପାୱାର; ମୁକାବିଲାରେ ଓହରିଗଲେ ୨୩ ପ୍ରାର୍ଥୀ
Baramati Bypoll 2026

Key Points

ମହାରାଷ୍ଟ୍ରର ବାରମତି ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ଉପମୁଖ୍ୟମନ୍ତ୍ରୀ ସୁନେତ୍ର ପାୱାରଙ୍କ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ବୋଲି ବିବେଚନା କରାଯାଉଛି।
Baramati Bypoll 2026 Update: ମହାରାଷ୍ଟ୍ରର ବାରମତି ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ଦେଖିବାକୁ ମିଳିଛି ଏକ ବଡ଼ ଫେର ବଦଳ। କଂଗ୍ରେସ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀ ଆକାଶ ବିଶ୍ୱନାଥ ମୋରେଙ୍କ ନାମାଙ୍କନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର କଂଗ୍ରେସ କମିଟି ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିଛି। ଯାହା ପରେ ଉପମୁଖ୍ୟମନ୍ତ୍ରୀ ସୁନେତ୍ର ପାୱାରଙ୍କ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ବୋଲି ବିବେଚନା କରାଯାଉଛି। ଏ ପର୍ଯ୍ୟନ୍ତ ପ୍ରାୟ ୨୩ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିସାରିଛନ୍ତି।

କଂଗ୍ରେସ ପୂର୍ବରୁ ଜଣେ ପ୍ରାର୍ଥୀଙ୍କୁ ଦେଇଥିଲା ଟିକେଟ
ବାରାମତୀ ଉପନିର୍ବାଚନ ପାଇଁ କଂଗ୍ରେସ ଆଇନଜୀବୀ ଆକାଶ ମୋରେଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କ ପ୍ରାର୍ଥୀତ୍ୱକୁ ଅନୁମୋଦନ କରିଥିଲେ। ତାଙ୍କର ପ୍ରାର୍ଥୀତ୍ୱ ସମ୍ପର୍କରେ ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଗତ ୫ ତାରିଖରେ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲେ। ହେଲେ ତଥାପି ଦଳ ଏବେ ରଣନୀତିକ ଭାବରେ ନିର୍ବାଚନରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି।

ଅଜିତ ପାୱାରଙ୍କ ପ୍ରତି ରହିଛି ସହାନୁଭୂତି ଲହରୀ
ବାରାମତି ଆସନକୁ ପାୱାର ପରିବାରର ଏକ ଗଡ଼ ବୋଲି ବିବେଚନା କରାଯାଏ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏଠାରୁ ଲଗାତାର ୮ ଥର ନିର୍ବାଚିତ ହୋଇଥିଲେ। ୨୦୨୪ ବିଧାନସଭା ନିର୍ବାଚନରେ ସେ ତାଙ୍କ ପୁତୁରା ଯୋଗେନ୍ଦ୍ର ପାୱାରଙ୍କ ସମେତ ୨୪ ଜଣ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ୧ ଲକ୍ଷ ୮୧ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଥିଲେ। ଅଜିତ ପାୱାରଙ୍କ ଅସାମୟିକ ନିଧନ ପରେ ବାରାମତି ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ତାଙ୍କ ପ୍ରତି ସହାନୁଭୂତିର ଏକ ସ୍ପଷ୍ଟ ଲହର ଅନୁଭୂତ ହେଉଛି। ଏହି ଭାବପ୍ରବଣ ପରିବେଶ ମଧ୍ୟରେ ତାଙ୍କ ପତ୍ନୀ ଏବଂ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କୁ ପ୍ରାର୍ଥୀ କରାଯାଇଛି।

ଏହା  ସହ ପଢନ୍ତୁସୁନେତ୍ରା ପାୱାରଙ୍କୁ ସମର୍ଥନ ଜଣାଇଲା SSUBT; ଅଲଗା ହୋଇଗଲା କଂଗ୍ରେସ

ରାଜନୈତିକ ସମୀକରଣ ପରିବର୍ତ୍ତନ

ଆରମ୍ଭରୁ ସୁନେତ୍ରା ପାୱାରଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବା ପାଇଁ ଅପିଲ ରାଯାଉଥିଲା। ହେଲେ ମୈଦାନକୁ କଂଗ୍ରେସ ପ୍ରାର୍ଥୀ ଅବତୀର୍ଣ୍ଣ ହେବା ପରେ ବାରମତି ଉପନିର୍ବାଚନ ଏକ ହାଇ ଭୋଲଟେଜ୍ ମୁକାବିଲାରେ ପରିଣତ ହୋଇଥିଲା। ଏବେ କଂଗ୍ରେସ ପ୍ରାର୍ଥୀ ମୁକାବିଲାରୁ ଓହରିଯିବା ପରେ ସେଠାକାର ରାଜନୈତିକ ପରିସ୍ଥିତି ପୁଣି ଥରେ ପାୱାର ପରିବାର ସପକ୍ଷରେ ବଦଳୁଥିବା ପରି ମନେ ହେଉଛି।

ଆସନ୍ତା ୨୩ ଅପ୍ରେଲରେ ନିର୍ବାଚନ
ବାରାମତି ଏବଂ ରାହୁରୀ ବିଧାନସଭା ଆସନ ପାଇଁ ଭୋଟ୍ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ଭୋଟ୍ ଗଣତି ୨୦୨୬ ମେ ୪ ତାରିଖରେ ହେବ। ତଥାପି ବାରାମତି ଉପନିର୍ବାଚନ କେବଳ ରାଜନୈତିକ ଲଢେଇ ପର୍ଯ୍ୟନ୍ତ ସୀମିତ ନୁହେଁ। ପ୍ରାର୍ଥୀଙ୍କ ନାମାଙ୍କନରେ ପ୍ରଦତ୍ତ ସମ୍ପତ୍ତି ତାଲିକା ଏବଂ ପରିବର୍ତ୍ତନଶୀଳ ରାଜନୈତିକ ନିଷ୍ପତ୍ତି ଏହି ଆସନକୁ ରାଜ୍ୟର ସବୁଠାରୁ ହାଇଭୋଲଟେଜ ଲଢ଼େଇ ମଧ୍ୟରୁ ଗୋଟିଏ କରିଛି। ନାମାଙ୍କନ ପ୍ରତ୍ୟାହାର ସମାପ୍ତ ହେବା ପରେ ବାରାମତି ଆନୁଷ୍ଠାନିକ ଭାବରେ ନିର୍ବିରୋଧ ବିଜୟର ସାକ୍ଷୀ ହେବ କି ନାହିଁ ତାହା ଉପରେ ରହିଛି ଏବେ ସମସ୍ତଙ୍କ ନଜର।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Baramati Bypoll 2026: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇପାରନ୍ତି ସୁନେତ୍ରା ପାୱାର; ମୁକାବିଲାରେ ଓହରିଗଲେ ୨୩ ପ୍ରାର୍ଥୀ | Argus News