Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶପଥ ନେବେ ଶୁଭେନ୍ଦୁ; ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ପହଞ୍ଚିଲେ ମୋଦି

Politics

Bengal CM Oath / ଶପଥ ନେବେ ଶୁଭେନ୍ଦୁ; ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ପହଞ୍ଚିଲେ ମୋଦି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
 ଶପଥ ନେବେ ଶୁଭେନ୍ଦୁ; ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ପହଞ୍ଚିଲେ ମୋଦି
Bengal CM Oath

Key Points

ଆଉ କିଛି ସମୟରେ ଶପଥ ଗ୍ରହଣ ସମାରୋହ
ଆଜିଠୁ ବେଙ୍ଗଲରେ ଚାଲିବ ଶୁଭେନ୍ଦୁ ରାଜ୍
ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ପହଞ୍ଚିଲେ ମୋଦି
ଆଉ କିଛି ସମୟ ମଧ୍ୟରେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ । ନିଶିଥ ପରମାଣିକ ଓ ଅଗ୍ନିମିତ୍ର ପଲ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । କୋଲକାତାର ଐତିହାସିକ ବ୍ରିଗେଡ୍ ଗ୍ରାଉଣ୍ଡରେ ଭବ୍ୟ ଶପଥ ସମାରୋହର ଆୟୋଜନ ହୋଇଛି । ପ୍ରଥମ ଥର ଲାଗି ବିଜେପି ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଛି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ସାମିଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଅଛନ୍ତି ।


  • ମାଖନ ଲାଲଙ୍କ ପାଦ ଛୁଇଁଲେ ମୋଦି
ଏହି ସମାରୋହରେ ପଶ୍ଚିମବଙ୍ଗ ବିଜେପିର ୯୦ ବର୍ଷୀୟ କାର୍ଯ୍ୟକର୍ତ୍ତା ମାଖନ ଲାଲ ସରକାରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ପ୍ରଧାନମନ୍ତ୍ରୀ । ପୁରୁଣା କାର୍ଯ୍ୟକର୍ତ୍ତା ହିସାବରେ ଅନେକ ଥର ଜେଲ ଯାଇ ଆନ୍ଦୋଳନ କରିଛନ୍ତି ମାଖନ ଲାଲ । ଏହା ସହିତ ମୋଦି ରବୀନ୍ଦ୍ର ନାଥ ଠାକୁରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଦେଖିବାକୁ ମିଳିଛି ।



ଦେଖନ୍ତୁ ଏଠାରେ: PM Modi’s Mega Popularity on Full Display Amid Huge Public Gathering | ମୋଦି ମ୍ୟାଜିକ୍ ସଭାରେ ଜନସମୁଦ୍ର...

  • ଅଟକିଥିବା ଯୋଜନା ହେବ କାର୍ଯ୍ୟକାରୀ
ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାକୁ କିଛି ସମୟ ବାକି ଅଛି ସତ, କିନ୍ତୁ ନିର୍ବାଚନ ଜିତିବା ପରେ ମମତା ଦିଦିଙ୍କ ସରକାର ସମୟରେ ଅଟକିଥିବା ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇସାରିଛନ୍ତି । କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟଗୁଡ଼ିକୁ ସେହି ଉନ୍ନୟନ ଯୋଜନାର ତାଲିକା ମାଗିଛନ୍ତି, ଯାହାକୁ ଦିଦି କେବେ ବି ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦେଇନଥିଲେ । ୧୨ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇନଥିଲା ।

ଅଧିକ ଖବର ପଢନ୍ତୁ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengal CM Oath Ceremony: PM Modi Attends Suvendu Adhikari Swearing-In | Argus News