Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେତେ ପାଠ ପଢିଛନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ?

Politics

Suvendu Adhikari Education / କେତେ ପାଠ ପଢିଛନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ?

Debashree Debasmita Sahoo
Browse all articles by Debashree Debasmita Sahoo
·14 hours ago·2 min read
କେତେ ପାଠ ପଢିଛନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ?
Suvendu Adhikari Education

Key Points

ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ
ଆଜି ଶୁଭେନ୍ଦୁଙ୍କ ନାଁରେ ବାଜିଲା ମୋହର
ତେବେ କେତେ ପାଠ ପଢିଛନ୍ତି ପଶ୍ଚିମବଙ୍ଗର ନୂଆ CM ?
ପଶ୍ଚିମବଙ୍ଗ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଶୁଭେନ୍ଦୁ ଅଧିକାରୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଭବାନୀପୁର ଏବଂ ନନ୍ଦିଗ୍ରାମ ଆସନ ଜିତିଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଜଣେ ଦୃଢ଼ ରଣନୀତିଜ୍ଞ । ଏଥର ବିଧାନସଭା ନିର୍ବାଚନରେ ବିଜେପି ୨୦୭ ଆସନ ଜିତି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଛି ଏବଂ ଆଜି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ବାଜିଛି ମୋହର ।

ବେଙ୍ଗଲ ରାଜନୀତିରେ, ରାଜନେତାଙ୍କ ଶିକ୍ଷା ପ୍ରାୟତଃ ଆଲୋଚନାର ବିଷୟ ହୋଇଥାଏ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ଡିଗ୍ରୀ ଏବଂ ବିଶ୍ୱବିଦ୍ୟାଳୟ ବି ଧ୍ୟାନ ଆକର୍ଷଣ କରୁଛି । ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ କ୍ୟାରିୟର ସହିତ ତାଙ୍କର ଶିକ୍ଷା ଏବଂ ଡିଗ୍ରୀ ମଧ୍ୟ ବେଶ ରୋଚକମୟ । ସେ ତାଙ୍କ ନିର୍ବାଚନ ଶପଥ ପତ୍ରରେ ନିଜ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସୂଚନା ଦେଇଛନ୍ତି, ଯେଉଁଥିରେ ତାଙ୍କର ଦୀର୍ଘ ରାଜନୈତିକ ସମ୍ପୃକ୍ତି ସତ୍ତ୍ୱେ ସେ ତାଙ୍କର ପାଠପଢାକୁ କିପରି ଗୁରୁତ୍ଵ ଦେଇଛନ୍ତି ତାହା ଜଣାପଡ଼ିଛି ।

  • କେତେ ପାଠ ପଢିଛନ୍ତି ବେଙ୍ଗଲର ନୂଆ ମୁଖ୍ୟମନ୍ତ୍ରୀ ?
ଶୁଭେନ୍ଦୁଙ୍କ ନାମ ଘୋଷଣା ହେବା ପରେ ଅନେକ ଏହି ନେତାଙ୍କ ଶିକ୍ଷାଗତ ପୃଷ୍ଠଭୂମି ଜାଣିବାକୁ ଚାହାଁନ୍ତି, ଯିଏ ରାଜ୍ୟ ରାଜନୀତିରେ ଯଥେଷ୍ଟ ପ୍ରଭାବ ପକାଇସାରିଛନ୍ତି । ଏଠାରେ କହିରଖୁଛୁ କି, ଶୁଭେନ୍ଦୁଙ୍କ ନିର୍ବାଚନୀ ଶପଥପତ୍ର ଅନୁଯାୟୀ ସେ ଜଣେ ଗ୍ରାଜୁଏଟ୍ ଏବଂ ସେ ଏମ୍ଏ ପାଠପଢା ସମାପ୍ତ କରିଛନ୍ତି । ତାଙ୍କର ସକ୍ରିୟ ରାଜନୈତିକ କ୍ୟାରିୟର ସତ୍ତ୍ୱେ, ସେ ତାଙ୍କର ପାଠପଢ଼ାକୁ କେବେ ଛାଡ଼ିନଥିଲେ ।

  • କେଉଁ ବିଶ୍ଵବିଦ୍ୟାଳୟରେ MA ପାଠ ପଢିଛନ୍ତି ଶୁଭେନ୍ଦୁ ?
ଶୁଭେନ୍ଦୁ ଅଧିକାରୀ ବର୍ଷ ୨୦୧୧ରେ ରବିନ୍ଦ୍ର ଭାରତୀ ୟୁନିଭର୍ସିଟିରେ ଏମ.ଏ ଡିଗ୍ରୀ ହାସଲ କରିଥିଲେ । ଏହି ବିଶ୍ଵବିଦ୍ୟାଳୟଟି ପଶ୍ଚିମବଙ୍ଗର ପ୍ରମୁଖ ବିଶ୍ଵବିଦ୍ୟାଳୟ ମଧ୍ୟରେ ସ୍ଥାନିତ । ସେ ଏହି ୟୁନିଭର୍ସିଟିରେ ନିଜର ସ୍ନାତକୋତ୍ତର ପାଠ୍ୟକ୍ରମ ମଧ୍ୟ ସମାପ୍ତ କରିଥିଲେ । ରାଜନୈତିକ ବ୍ୟସ୍ତତା ମଧ୍ୟରେ ଉଚ୍ଚ ଶିକ୍ଷା ହାସଲ କରିବା ତାଙ୍କର ଏକ ବଡ଼ ଉପଲବ୍ଧି । ସେ ଛାତ୍ର ଜୀବନରୁ ହିଁ ରାଜନୀତିରେ ଜଡ଼ିତ ଥିଲେ । ଧୀରେ ଧୀରେ ସେ ପଶ୍ଚିମବଙ୍ଗ ରାଜନୀତିରେ ସକ୍ରିୟ ହୋଇଥିଲେ ଓ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ପଢନ୍ତୁ ଏହି ଖବର: ବେଙ୍ଗଲରେ BJP ସରକାର, ଶୁଭେନ୍ଦୁ ଅଧିକାରୀ ହେଲେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ

  • ରାଜନୀତି ପରିବାରରୁ ଆସିଛନ୍ତି ଶୁଭେନ୍ଦୁ
ଶୁଭେନ୍ଦୁ ଅଧିକାରୀ ଏକ ରାଜନୀତି ପରିବାରରୁ ଆସିଛନ୍ତି । ତାଙ୍କ ପିତା ଶିଶିର କୁମାର ଅଧିକାରୀ ମଧ୍ୟ ବହୁ ସମୟ ଧରି ରାଜନୀତିରେ ସକ୍ରିୟ ଅଛନ୍ତି ଓ ବେଙ୍ଗଲ ରାଜନୀତିରେ ତାଙ୍କର ବଡ଼ ପ୍ରଭାବ ରହିଛି । ପରିବାରରେ ରାଜନୀତି ମାହୋଲ ଥିବାରୁ ସେ ଛୋଟବେଳୁ ରାଜନୀତି ସହ ଜଡ଼ିତ । ଏହି କାରଣରୁ ସେ କମ ସମୟ ମଧ୍ୟରେ ବଙ୍ଗ ରାଜନୀତିରେ ପରିଚିତ ଚେହେରା ପାଲଟିଥିଲେ । ବେଙ୍ଗଲ ରାଜନୀତିରେ ଅଧିକାରୀ ପରିବାର ବେଶ ଚର୍ଚ୍ଚାରେ ରହିଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Education Qualification of Suvendu Adhikari: University, Degree & Full Profile | Argus News