Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରୀ ପଡ଼ିଲା ସରକାର ବିରୋଧି ହାୱା; ଚିତପଟାଙ୍ଗ ମାରିଲେ ୨୨ ମନ୍ତ୍ରୀ

Politics

Anti Incumbency Factor in Bengal Poll 2026 / ଭାରୀ ପଡ଼ିଲା ସରକାର ବିରୋଧି ହାୱା; ଚିତପଟାଙ୍ଗ ମାରିଲେ ୨୨ ମନ୍ତ୍ରୀ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଭାରୀ ପଡ଼ିଲା ସରକାର ବିରୋଧି ହାୱା; ଚିତପଟାଙ୍ଗ ମାରିଲେ ୨୨ ମନ୍ତ୍ରୀ
Anti Incumbency Factor in Bengal Poll 2026

Key Points

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ସରକାରଙ୍କ ମୋଟ ୩୫ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୨ ଜଣ ଚିତପଟାଙ୍ଗ ମାରିଛନ୍ତି। ଯେଉଁଥିରେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ରହିଛନ୍ତି। ଯିଏ ତାଙ୍କର ପାରମ୍ପରିକ ଭବାନୀପୁର ଆସନରୁ ହାରି ଯାଇଛନ୍ତି।
22 minister defeated in bengal poll 2026: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛି ଶାସକ ଟିଏମସି।
ରାଜ୍ୟରେ ବିଗତ ୧୫ ବର୍ଷ ଧରି ଶାସନ କରୁଥିବା ତୃଣମୂଳ କଂଗ୍ରେସ ସରକାରଙ୍କ ୩୫ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୨ ଜଣ ଚିତପଟାଙ୍ଗ ମାରିଛନ୍ତି। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ତାଙ୍କର ପାରମ୍ପରିକ ଭବାନୀପୁର ଆସନରେ ପରାଜୟ ବରଣ କରିବାକୁ ପଡ଼ିଛି। ଏହି ନିର୍ବାଚନରେ ପ୍ରାୟ ୬୩ ପ୍ରତିଶତ ମନ୍ତ୍ରୀ ପରାସ୍ତ ହୋଇଥିବାର ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି। ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ରାଜ୍ୟବାସୀ ୧୫ ବର୍ଷର ଟିଏମସି ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏନେଇ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ଯେ ପଶ୍ଚିମବଙ୍ଗର ଜନସାଧାରଣ କେବଳ ଶାସକ ଦଳର ପ୍ରାର୍ଥୀଙ୍କୁ ନୁହେଁ, ବରଂ ସମଗ୍ର ଟିଏମସି ନେତୃତ୍ୱ ଏବଂ ଏହାର କାର୍ଯ୍ୟଶୈଳୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଚିତପଟାଙ୍ଗ ମାରିଲେ ଟିଏମସି ସରକାରଙ୍କ ବଡ଼ ବଡ଼ ମନ୍ତ୍ରୀ
୨୦୨୬ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ଅନେକ ଏପରି ନେତା ଅଛନ୍ତି ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହିଥିଲେ। ଏଥର ମହିଳା ଏବଂ ଶିଶୁ ବିକାଶ, ଶିଳ୍ପ, ଗୃହ, ଶକ୍ତି, ଶିକ୍ଷା, ପରିବହନ ଏବଂ ପଛୁଆ ବର୍ଗ କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ପରାସ୍ତ ହୋଇଛନ୍ତି। ଏହାକୁ ଟିଏମସି ସରକାରଙ୍କ ଶାସନ ମଡେଲ ବିରୋଧରେ ଜନସାଧାରଣଙ୍କ କ୍ରୋଧର ପ୍ରତିଫଳନ ଭାବେ ଦର୍ଶାଯାଉଛି।

ନିଜ ସିଟ୍ ବଞ୍ଚାଇ ପାରିଲେନି ମମତା ବାନାର୍ଜୀ
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ (ଭବାନୀପୁର) ଛାଡ଼ି ନିର୍ବାଚନ ହାରିଥିବା ଅନ୍ୟ ମନ୍ତ୍ରୀ ହେଉଛନ୍ତି ଅରୂପ ବିଶ୍ୱାସ (ଟଲିଗଞ୍ଜ), ବ୍ରତ୍ୟ ବସୁ (ଦମ୍ ଦମ୍), ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ (ଦମ ଦମ୍ ଉତ୍ତର), ଶଶି ପଞ୍ଜା (ଶ୍ୟାମପୁକୁର), ସୁଜିତ ବୋଷ (ବିଧାନନଗର), ଇନ୍ଦ୍ରାନିଲ ସେନ୍ (ଚନ୍ଦନନଗର), ବେଚେରାମ ମନ୍ନା (ସିଙ୍ଗୁର), ସ୍ୱପନ ଦେବନାଥ (ପୂର୍ବସ୍ଥଳୀ ଦକ୍ଷିଣ), ବୁଲୁ ଚିକ ବଡ଼ାଇକ (ମାଲ), ପ୍ରଦୀପବ କୁମାର ମଜୁମଦାର (ଦୁର୍ଗାପୁର ପୂର୍ବ), ବିରବାହା ହାଂସଦା (ବିନପୁର), ମାନସ ରଞ୍ଜନ ଭୂୟାଁ (ସାବଙ୍ଗ), ମଳୟ ଘଟକ (ଆସନସୋଲ ଉତ୍ତର), ସିଦ୍ଦିକୁଲ୍ଲାହ ଚୌଧୁରୀ (ମଣ୍ଟେଶ୍ୱର), ଉଦୟନ ଗୁହା (ଦିନହାଟା), ସନ୍ଧ୍ୟାରାନୀ ଟୁଡୁ (ମାନବଜାର), ବଙ୍କିମ ଚନ୍ଦ୍ର ହଜରା (ସାଗର), ଉଜ୍ୱଳ ବିଶ୍ୱାସ (କୃଷ୍ଣାନଗର ଦକ୍ଷିଣ), ସ୍ନେହାସିସ୍ ଚକ୍ରବର୍ତ୍ତୀ (ଜଙ୍ଗିପଡା), ଶ୍ରୀକାନ୍ତ ମହାତୋ (ସାଲବୋନି), ସତ୍ୟଜିତ୍ ବର୍ମନ୍ (ହେମତାବାଦ)।

ଏହି ନିର୍ବାଚନରେ ​କିଛି ଆସନରେ ପରାଜୟର ବ୍ୟବଧାନ ବହୁତ ବଡ଼ ରହିଥିଲା। ଶିଳ୍ପ ମନ୍ତ୍ରୀ ଶଶି ପଞ୍ଜା ଶ୍ୟାମପୁକୁର ଆସନରେ ବିଜେପି ପ୍ରାର୍ଥୀ ପୂର୍ଣ୍ଣିମା ଚକ୍ରବର୍ତ୍ତୀଙ୍କ ଠାରୁ ୧୪,୬୦୦ ରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନନ୍ତି। ପୂର୍ବତନ ମନ୍ତ୍ରୀ ନିର୍ମଳ ମାଝୀ ଗୋଗାହଟ ଆସନରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଡିଗରଙ୍କ ଠାରୁ ୪୯,୫୦୦ ରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ଉଦୟନ ଗୁହା ଦିନହାଟା ଆସନରେ ବିଜେପି ପ୍ରାର୍ଥୀ ଅଜୟ ରାୟଙ୍କ ଠାରୁ ୧୭,୪୦୦ ରୁ ଅଧିକ ଭୋଟ୍ ରେ ପରାସ୍ତ ହୋଇଛନ୍ତି।

ସେହିପରି ମଣ୍ଟେଶ୍ୱର ଆସନରେ ସିଦ୍ଧିକୁଲ୍ଲା ଚୌଧୁରୀ ୧୪,୭୦୦ ରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସୈକତ ପଞ୍ଜାଙ୍କ ଠାରୁ ପରାସ୍ତ ହୋଇଛନ୍ତି।ସେହିପରି ଦୁର୍ଗାପୁର ପୂର୍ବ ଆସନରେ ପ୍ରଦୀପ ମଜୁମଦାର ୩୦,୯୦୦ ରୁ ଅଧିକ ଭୋଟ୍ ରେ ବିଜେପି ପ୍ରାର୍ଥୀ ଚନ୍ଦ୍ର ଶେଖର ବାନାର୍ଜୀଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଦମ୍ ଦମ୍ ଉତ୍ତର ଆସନରେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୬,୪୦୦ ରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସୌରଭ ସିକଦରଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ନିର୍ବାଚନ ହାରିଥିବା ମନ୍ତ୍ରୀଙ୍କ ତାଲିକା
ମମତା ବାନାର୍ଜୀ (ମୁଖ୍ୟମନ୍ତ୍ରୀ)- ଭବାନୀପୁର (୧୫୯)
ଅରୁପ ବିଶ୍ୱାସ (ଗୃହ ଏବଂ ବିଦ୍ୟୁତ୍)- ଟାଲିଗଞ୍ଜ (୧୫୨)
ବ୍ରତ୍ୟ ବସୁ (ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷା)- ଦମ୍ ଦମ୍ (୧୪୪)
ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ (ପରିବେଶ, ଅର୍ଥ, କାର୍ଯ୍ୟକ୍ରମ ରୂପାୟନ)- ଦମ୍ ଦମ୍ ଉତ୍ତର (୧୧୦)
ଶଶି ପାଞ୍ଜା (ଶିଳ୍ପ, ବାଣିଜ୍ୟ ଏବଂ ଉଦ୍ୟୋଗ, ମହିଳା ଏବଂ ଶିଶୁ ବିକାଶ, ସାମାଜିକ କଲ୍ୟାଣ)- ଶ୍ୟାମପୁକୁର (୧୬୬)
ସୁଜିତ୍ ବୋଷ (ଅଗ୍ନିସମ ଏବଂ ଜରୁରୀକାଳୀନ ସେବା)- ବିଧାନନଗର (୧୧୬)
ଇନ୍ଦ୍ରାନିଲ ସେନ୍ (ବୈଷୟିକ ଶିକ୍ଷା, ତାଲିମ ଏବଂ ଦକ୍ଷତା ବିକାଶ, ପର୍ଯ୍ୟଟନ)- ଚନ୍ଦନ ନଗର (୧୮୯)
ବେଚାରାମ ମନ୍ନା (କୃଷି ବିପଣନ)-ସିଙ୍ଗୁର (୧୮୮)
ସ୍ୱପନ୍ ଦେବନାଥ (ପଶୁ ସମ୍ପଦ ବିକାଶ)- ପୂର୍ବସ୍ଥଳୀ ଦକ୍ଷିଣ (୨୬୮)
ବୁଲୁ ଚିକ୍ ବଡ଼ାଇକ୍ (ପଛୁଆବର୍ଗ କଲ୍ୟାଣ ଏବଂ ଜନଜାତି ବିକାଶ)- ମାଲ୍ (୨୦)
ପ୍ରଦୀପ କୁମାର ମଜୁମଦାର (ସମବାୟ ସମିତି, ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ)- ଦୁର୍ଗାପୁର ପୂର୍ବ (୨୭୬)
ବିରୱାହା ହାଂସଦା (ଜଙ୍ଗଲ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ୱରୋଜଗାର)- ବିନପୁର (୨୩୭)
ମାନସ ରଞ୍ଜନ ଭୁନିଆ (ଜଳସେଚନ ଏବଂ ଜଳପଥ, ଜଳ ସମ୍ପଦ ଅନୁସନ୍ଧାନ ଏବଂ ବିକାଶ)- ସବଙ୍ଗ (୨୨୬)
ମଳୟ ଘାଟକ (ଶ୍ରମ)- ଆସାନସୋଲ ଉତ୍ତର (୨୮୧)
ସିଦ୍ଦିକୁଲ୍ଲା ଚୌଧୁରୀ (ଜନ ଶିକ୍ଷା ବିସ୍ତାର ଏବଂ ଲାଇବ୍ରେରୀ ସେବା) - ମଣ୍ଟେଶ୍ୱର (୨୬୩)
ଉଦୟାନ୍ ଗୁହା (ଉତ୍ତର ବଙ୍ଗ ବିକାଶ)- ଦିନହାଟା (୭)
ସନ୍ଧ୍ୟାରାଣୀ ଟୁଡୁ (ପଶ୍ଚିମଞ୍ଚଳ ବିକାଶ)- ମନବଜାର (୨୪୩)
ବଙ୍କିମ୍ ଚନ୍ଦ୍ର ହାଜରା (ସୁନ୍ଦରବନ ବ୍ୟାପାର)- ସାଗର (୧୩୨)
ଉଜ୍ଜଳ ବିଶ୍ୱାସ (ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ବାୟୋଟେକ୍ନୋଲୋଜି)- କୃଷ୍ଣାନଗର ଦକ୍ଷିଣ (୮୫)
ସ୍ନେହାସିସ୍ ଚକ୍ରବର୍ତ୍ତୀ (ପରିବହନ)- ଜାଙ୍ଗିପଡ଼ା (୧୯୫)
ଶ୍ରୀକାନ୍ତ ମହତୋ- ରାଜ୍ୟ ମନ୍ତ୍ରୀ (ଉପଭୋକ୍ତ ବ୍ୟାପାର)- ସାଲବୋନି (୨୩୪)
ସତ୍ୟଜିତ୍ ବର୍ମନ୍- ରାଜ୍ୟ ମନ୍ତ୍ରୀ (ବିଦ୍ୟାଳୟ ଶିକ୍ଷା)- ହେମତାବାଦ (୩୩)
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
22 Out of 35 TMC Ministers Lose in Bengal: Mass Anti-Incumbency Wave | Argus News