Mass Resignation Hits BJD / ଭଦ୍ରକରେ ବିଜେଡିକୁ ବଡ଼ ଝଟ୍କା; ଦଳ ଛାଡ଼ିଲେ ପୂର୍ବତନ ସାଂସଦ, ବିଧାୟକ
·4 months ago·2 min read

Key Points
ବିଜେଡିକୁ ଭଦ୍ରକରେ ଲାଗିଛି ଶକ୍ତ ଝଟ୍କା । ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସାଂସଦ, ପୂର୍ବତନ ବିଧାୟକଙ୍କ ସହିତ ଶତାଧିକ ଛାମୁଆ କର୍ମକର୍ତ୍ତା ।
ଭଦ୍ରକ: ଶୋଭାଯାତ୍ରାରେ ଆସିଲେ, ମଞ୍ଚରେ ବସିଲେ... ଆଉ ସାମୂହିକ ଭାବେ ଦଳ ଛାଡ଼ିଲେ । ବିଜେଡିକୁ ଭଦ୍ରକରେ ଲାଗିଛି ଶକ୍ତ ଝଟ୍କା । ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସାଂସଦ, ପୂର୍ବତନ ବିଧାୟକଙ୍କ ସହିତ ଶତାଧିକ ଛାମୁଆ କର୍ମକର୍ତ୍ତା ।
ଭଦ୍ରକ ବାଇପାସ ଠାରେ ଭଦ୍ରକ ଲୋକସଭା କ୍ଷେତ୍ରର ବିଜେଡି ନେତା ଓ କର୍ମୀମାନେ ଏକ ସଭା କରି ଦଳରୁ ସାମୂହିକ ଇସ୍ତଫା ଦେଇଛନ୍ତି । ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେଡିର ପ୍ରାର୍ଥିନୀ ସୁବାସିନୀ ସାହୁ, ଶଶୀ ସାହୁ, ପୂବର୍ତନ ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଚିନ୍ତାମଣି ଦାସ, ପୂର୍ବତନ କାଉନସିଲର ପ୍ରଣୟ ଦାସଙ୍କ ସହିତ ଶତାଧିକ ଛାମୁଆ କର୍ମକର୍ତ୍ତା ଦଳ ଛାଡ଼ିଛନ୍ତି ।
ଏଥିସହ ପଢ଼ନ୍ତୁ: ବିଜେଡିର ଗତି କୁଆଡେ, ଇଣ୍ଡି ମେଣ୍ଟ ସହ ହୋଇଛି କି ଅଘୋଷିତ ମେଣ୍ଟ ?
ଭିନ୍ନ ଭିନ୍ନ ଭାବେ ନିଜର ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କୁ ପଠାଇଛନ୍ତି । କହିଛନ୍ତି, ବିଜେଡିର କୁଚକ୍ରୀମାନଙ୍କ ଯୋଗୁଁ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଦଳ ଦିନକୁ ଦିନ ସମ୍ପୂର୍ଣ ଦୁର୍ବଳ ହେଉଛି । ଏପରିକି ଅନ୍ୟାୟ, ଅନୀତି ଭାବେ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ।
ଏବେ ସମର୍ଥକମାନଙ୍କ ସହିତ ଆଲୋଚନା କରି କେଉଁ ଦଳକୁ ଯିବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି ଶଶୀ ସାହୁ । ସେ କହିଛନ୍ତି, ଆମେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବୁ । ମଣ୍ଡଳ ଦମ୍ପତି ବିଜେଡି ଜିଲ୍ଲା ସଭାପତିଙ୍କୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି, "ବିଜେଡିକୁ ସଫା କରିବାର ଚକ୍ରାନ୍ତ ଚଳାଇଛନ୍ତି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ବିଜୁ ଶ୍ରାଦ୍ଧ ଦିବସରେ ବିଜେଡି ବନାମ ବିଜୁ ଲିଗାସୀ, ଟ୍ରଷ୍ଟ କଥା ଉଠାଇ ନବୀନ-ପାଣ୍ଡିଆନଙ୍କୁ ବିଜୟଙ୍କ ବାଣ
ଏହି ସାମୂହିକ ଇସ୍ତଫା କାର୍ଯ୍ୟକ୍ରମରେ ଭଦ୍ରକ, ବାସୁଦେବପୁର, ଧାମନଗର, ତିହିଡି଼ ଏବଂ ସିମୁଳିଆ ନିର୍ବାଚନ ମଣ୍ଡଳୀରୁ ଅନେକ ସରପଞ୍ଚ, ପୂର୍ବତନ ସରପଞ୍ଚ, ସମିତିସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମାନେ ଯୋଗ ଦେଇ ନିଜର ଏହି ନେତା ମାନଙ୍କୁ ସମର୍ଥନ ଜଣାଇ ଥିଲେ ।
ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ କହିଛନ୍ତି, "ଗତ ୬ ତାରିଖ ସନ୍ଧ୍ୟାରେ ନ୍ୟୁଜ୍ରୁ ଜାଣିବାକୁ ପାଇଲି ମୋତେ ନିଲମ୍ବନ କରାଯାଇଛି । ଯାହା ପରେ ମୁଁ ମୋ ସମର୍ଥକଙ୍କ ମତାମତ ନେଇଥିଲି । ଆମେ ସାମୂହିକ ଭାବେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛୁ । ଆମ ପ୍ରତି ଲୋକଙ୍କ ଭଲ ପାଇବା ଦେଖି କୁଚକ୍ରୀ ଆମ ପଛରେ ପଡ଼ି ନିଲମ୍ବନ କରିଥିଲେ । ସମୟ କହିବ ଆଗାମୀ ରାଜନୈତିକ ପଦକ୍ଷେପ କ'ଣ ରହିବ । ସମର୍ଥକଙ୍କ ସହ ଆଲୋଚନା ପରେ ଅନ୍ୟ ଦଳରେ ଯୋଗ ଦେବୁ ।"

Related Topics
Explore more stories