Videos
|
Politics

Bharat Summit 2026 Controversy / 'ଭୋଟ୍ ଚୋର, ଗାଦି ଛାଡ଼' ସ୍ଲୋଗାନକୁ ନେଇ ବିବାଦ, ସୁପ୍ରିମକୋର୍ଟରେ ପହଞ୍ଚିଲା ଭାରତ ସମ୍ମିଳନୀ ମାମଲା

Subhramjit Ray
Browse all articles by Subhramjit Ray
·1 hour ago·3 min read
'ଭୋଟ୍ ଚୋର, ଗାଦି ଛାଡ଼' ସ୍ଲୋଗାନକୁ ନେଇ ବିବାଦ, ସୁପ୍ରିମକୋର୍ଟରେ ପହଞ୍ଚିଲା ଭାରତ ସମ୍ମିଳନୀ ମାମଲା
Bharat Sammelan 2026 Controversy (Photo Source: Social Media/AI)

Key Points

ହାଇଦ୍ରାବାଦରେ ଆୟୋଜିତ କଂଗ୍ରେସର ଭାରତ ସମ୍ମିଳନୀ ୨୦୨୬କୁ ନେଇ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଇଟାଲୀୟ ନେତା ଗିଆକୋମୋ ଫିଲିବେକଙ୍କ 'ଭୋଟ୍ ଚୋର, ଗାଦି ଛାଡ଼' ସ୍ଲୋଗାନକୁ ନେଇ SIT ତଦନ୍ତ ଦାବି ହୋଇଛି। ଏଥିସହ ତେଲେଙ୍ଗାନା ସରକାରଙ୍କ କ୍ଷମା ପ୍ରାର୍ଥନା ଓ ସୋସିଆଲ ମିଡିଆରୁ ଭିଡିଓ ହଟାଇବାକୁ ଆବେଦନରେ ଦାବି କରାଯାଇଛି।

ହାଇଦ୍ରାବାଦ (17/11): ଗତ ଶନିବାର (୧୪ ନଭେମ୍ବର) ହାଇଦ୍ରାବାଦ ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ସମ୍ମିଳନୀ ବିବାଦ ସହ ଜଡ଼ିତ ମାମଲା ଏବେ ସୁପ୍ରିମକୋର୍ଟ ରେ ପହଞ୍ଚିଛି। ଏହି ସମ୍ମିଳୀନରେ ଯୋଗ ଦେଇଥିବା ଜଣେ ବିଦେଶୀ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ସମର୍ଥନରେ ସ୍ଲୋଗାନ ଦେବାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ଏହାର ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏହି ବିବାଦ ମାମଲାରେ ତେଲେଙ୍ଗାନା ସରକାରଙ୍କ ପାଖରୁ ସାର୍ବଜନୀନ କ୍ଷମା ପ୍ରାର୍ଥନା ଦାବି କରାଯାଇଛି। ବିଭିନ୍ନ ସୋସିଆଲ ମିଡ଼ିଆ ରୁ ଏହାର ଭିଡିଓ ହଟାଇବାକୁ ଦାବି କରାଯାଇଛି।

ନିକଟରେ ହାଇଦ୍ରାବାଦ ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ, ଜଣେ ବିଦେଶୀ ରାଜନୈତିକ ପ୍ରତିନିଧି କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ବୟାନ ଦେଇଥିଲେ। ସେହି ବିଦେଶୀ ନେତା ଜଣଙ୍କ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ବିବାଦୀୟ ସ୍ଲୋଗାନ ଦେଇଥିଲେ। ଆବେଦନକାରୀ ଜାହିଦ ଅଲି ଧାରା ୩୨ ଅନୁଯାୟୀ ସୁପ୍ରିମକୋର୍ଟ ରେ ଏକ ରିଟ୍ ପିଟିସନ୍ ଦାୟର କରିଛନ୍ତି। ଯେଉଁଥିରେ ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିବାକୁ ଦାବି ହୋଇଛି। ଏହି ଆବେଦନ ନଭେମ୍ବର ୧୪ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିବା ଭାରତ ସମ୍ମିଳନୀ ୨୦୨୬ ସହ ଜଡ଼ିତ।

ଏହି ସମ୍ମିଳନୀରେ ଇଟାଲୀୟ ରାଜନୈତିକ ପ୍ରତିନିଧି ଏବଂ ୟୁରୋପୀୟ ସମାଜବାଦୀ ଦଳର ସାଧାରଣ ସମ୍ପାଦକ ଗିଆକୋମୋ ଫିଲିବେକ ଦେଇଥିବା ଭାଷଣ ଉପରେ ପ୍ରଶ୍ନ ଉଠିଛି। ଆବେଦନ ଅନୁଯାୟୀ, ଇଟାଲୀ ନେତା ଜଣଙ୍କ ଏହି ଶିଖର ସମ୍ମିଳନୀ ସମୟରେ "ଭୋଟ୍ ଚୋର, ଗାଦି ଛାଡ଼" (Vote Chor, Gaddi Chhod) ସ୍ଲୋଗାନ ଦେଇଥିଲେ ଏବଂ ଏହାକୁ ଇଂରାଜୀରେ ଅନୁବାଦ ମଧ୍ୟ କରିଥିଲେ। ସେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳକୁ ସମର୍ଥନ ଜଣାଇ କହିଥିଲେ ଯେ ସେ ଭାରତରେ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ସହିତ ସେ ଛିଡ଼ା ହୋଇଛନ୍ତି।

ମଞ୍ଚରୁ ବିଦେଶୀ ନେତାଙ୍କ ସ୍ଲୋଗାନ ଉପରେ ଉଠିଛି ଗମ୍ଭୀର ପ୍ରଶ୍ନ
ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ଜଣେ ବିଦେଶୀ ରାଜନୈତିକ ପ୍ରତିନିଧି ଏକ ଭାରତୀୟ ରାଜନୈତିକ ଦଳର ଘରୋଇ ରାଜନୈତିକ ଅଭିଯାନକୁ ସମର୍ଥନ କରୁଛନ୍ତି। ଏପରିକି ସେ ଦେଶର ନିର୍ବାଚନ ପ୍ରକ୍ରିୟା ସହିତ ଜଡି଼ତ ବିବାଦରେ ହସ୍ତକ୍ଷେପ କରୁଛନ୍ତି ଏବଂ ଏସମ୍ପର୍କରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେ ସମ୍ମିଳନୀ ଭିସା (Indian Conference Visa) ର ସର୍ତ୍ତାବଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଆବେଦନରେ କୁହାଯାଇଛି ଯେ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇଟାଲୀୟ ନେତା ଜଣଙ୍କ ଏକ ସମ୍ମିଳନୀ ଭିସାରେ ଭାରତ ଆସିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଭାରତ ସମ୍ମିଳନୀରେ ଇଟାଲୀ ନେତାଙ୍କ ବିବାଦୀୟ ସ୍ଲୋଗାନ! ରାହୁଲଙ୍କୁ ଘେରିଲା ବିଜେପି

ଗୃହ ମନ୍ତ୍ରଣାଳୟର ସମ୍ମିଳନୀ ଭିସା ନିର୍ଦ୍ଦେଶାବଳୀ ଅନୁଯାୟୀ, ଏପରି ଭିସାରେ ଯାତ୍ରା କରୁଥିବା ଜଣେ ବିଦେଶୀ ନାଗରିକଙ୍କ ଉଦ୍ଦେଶ୍ୟ ସମ୍ପୃକ୍ତ ସମ୍ମିଳନୀ, ସେମିନାର କିମ୍ବା କର୍ମଶାଳାରେ ଅଂଶଗ୍ରହଣ କରିବା ଆବଶ୍ୟକ। ଆବେଦନକାରୀ ପ୍ରଶ୍ନ କରନ୍ତି ଯେ ଗିଆକୋମୋ ଫିଲିବେକ, କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ସମ୍ମିଳନୀରେ (Bharat Summit 2026) ରାଜନୈତିକ ମନ୍ତବ୍ୟ ଏବଂ ଏକ ଭାରତୀୟ ରାଜନୈତିକ ଦଳର ଅଭିଯାନକୁ ସମର୍ଥନ କରିବା ତାଙ୍କ ଭିସାର ସର୍ତ୍ତାବଳୀ ଏବଂ ଭାରତରେ ଅଂଶଗ୍ରହଣ ପାଇଁ ଦିଆଯାଇଥିବା ଅନୁମତି ଅନୁଯାୟୀ ଥିଲା କି ନାହିଁ। ଆବେଦନରେ ୨୦୨୫ ପ୍ରବାସ ଏବଂ ବିଦେଶୀ ଆଇନର ଧାରା ୭ ଏବଂ ୨୩ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ଆବେଦନରେ କ'ଣ କରାଯାଇଛି ଦାବି?
ସୁପ୍ରିମକୋର୍ଟ ରେ ଦାୟର ହୋଇଥିବା ଏହି ଆବେଦନରେ ତେଲେଙ୍ଗାନା ସରକାରଙ୍କ ଠାରୁ ସାର୍ବଜନୀନ କ୍ଷମା ପ୍ରାର୍ଥନା ଏବଂ ଭବିଷ୍ୟତରେ ଏପରି କାର୍ଯ୍ୟକ୍ରମରେ ବିଦେଶୀ ରାଜନୈତିକ ପ୍ରତିନିଧିଙ୍କୁ ଭାରତୀୟ ଘରୋଇ ରାଜନୀତିରେ ହସ୍ତକ୍ଷେପ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ପ୍ରତିଶୃତି ଦେବାକୁ ଦାବି କରାଯାଇଛି। ଆବେଦନକାରୀ ୯ ଜଣ ପକ୍ଷଙ୍କୁ ତାଙ୍କ ପ୍ରତିପକ୍ଷ ଭାବରେ ନାମିତ କରିଛନ୍ତି। ଯେଉଁଥିରେ ଗୃହ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଭୁକ୍ତ। ମୁଖ୍ୟ ଆବେଦନ ସହିତ ଦାଖଲ ହୋଇଥିବା ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନରେ ମେଟା (ଫେସବୁକ୍ ଏବଂ ଇନଷ୍ଟାଗ୍ରାମ), ଏକ୍ସ କର୍ପ (X Corp) ଏବଂ ଗୁଗୁଲ୍ (ୟୁଟ୍ୟୁବ୍) କୁ ଏହି ସମ୍ମିଳନୀ ସହ ଜଡ଼ିତ ବିଭିନ୍ନ ଭିଡିଓ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହା ଭିଡିଓ ମୂଳ କପି, URL, ଆକାଉଣ୍ଟ ସୂଚନା, ଅପଲୋଡ୍ ବିବରଣୀ, ଟାଇମଷ୍ଟାମ୍ପ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ରେକର୍ଡ ସଂରକ୍ଷଣ କରିବା ପାଇଁ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ କୁ ନିର୍ଦ୍ଦେଶ ଦେବା ଲାଗି ଦାବି କରାଯାଇଛି। ଆବେଦନରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱାଧିନ SIT ଗଠନ କରିବାକୁ ମଧ୍ୟ ଦାବି କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥାକୁ ଭାରତ ସମ୍ମିଳନୀର ଆୟୋଜନ, ବିଦେଶୀ ପ୍ରତିନିଧିଙ୍କୁ ଦିଆଯାଇଥିବା ଭିସା, ଆବଶ୍ୟକୀୟ ଅନୁମତି ଏବଂ ରାଜନୈତିକ ଅନୁମତି ଏବଂ ସମ୍ପୃକ୍ତ ସରକାରୀ ଅଧିକାରୀ ଏବଂ ଆୟୋଜକଙ୍କ ଭୂମିକାର ତଦନ୍ତ କରିବାକୁ କୁହାଯାଇଛି। ଆବେଦନକାରୀ ତଦନ୍ତ ପାଇଁ ସମ୍ମିଳନୀ ସହ ଜଡି଼ତ ଦସ୍ତାବିଜ୍, ଅନୁମୋଦନ, ଚିଠିପତ୍ର ଏବଂ ଅନ୍ୟାନ୍ୟ ରେକର୍ଡ଼ ସଂରକ୍ଷଣ ଏବଂ ଉତ୍ପାଦନ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ଏବଂ ଆୟୋଜକ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରିଛନ୍ତି। ଏହି ଆବେଦନ ୨୦୨୬ ନଭେମ୍ବର ୧୬ ତାରିଖରେ ଦାୟର ହୋଇଥିଲା।