|
logo
Live
Argus News App
GET APP

Argus News - ନୂଆପଡ଼ାବାସୀଙ୍କ ବିଶ୍ଵାସ ଜିତିଲେ ଜୟ ଢୋଲକିଆ; ଉଡ଼ିଲା ବିଜେପିର ବିଜୟ ବାନା

Politics

Nuapada By Election / ନୂଆପଡ଼ାବାସୀଙ୍କ ବିଶ୍ଵାସ ଜିତିଲେ ଜୟ ଢୋଲକିଆ; ଉଡ଼ିଲା ବିଜେପିର ବିଜୟ ବାନା

Sushanta Sahoo
Browse all articles by Sushanta Sahoo
·4 months ago·2 min read
ନୂଆପଡ଼ାବାସୀଙ୍କ ବିଶ୍ଵାସ ଜିତିଲେ ଜୟ ଢୋଲକିଆ; ଉଡ଼ିଲା ବିଜେପିର ବିଜୟ ବାନା

Key Points

ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଶାଳ ବିଜୟ ହାସଲ କରିଛନ୍ତି । ୮୩ ହଜାରରୁ ଅଧିକ ଭୋଟ୍‌ରେ ନୂଆପଡ଼ା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ଜୟ ଢୋଲକିଆ ।
ନୂଆପଡ଼ା: ଜିତିଲେ ଜୟ, ନୂଆପଡ଼ାରେ ବାଜି ମାରିଲା ବିଜେପି । ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଶାଳ ବିଜୟ ହାସଲ କରିଛନ୍ତି । ୮୩ ହଜାରରୁ ଅଧିକ ଭୋଟ୍‌ରେ ନୂଆପଡ଼ା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ଜୟ ଢୋଲକିଆ ।

ନିକଟତମ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସର ଘାସିରାମ ମାଝୀଙ୍କ ଠାରୁ ୮୩ ହଜାର ୭୪୮ ଭୋଟ୍ ବ୍ୟବଧାନରେ ଜୟ ଢୋଲକିଆ ବିଜୟୀ ହୋଇଛନ୍ତି । ଜୟ ଢୋଲକିଆ ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ୍ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ଘାସିରାମ ଓ ସ୍ନେହାଙ୍ଗିନୀଙ୍କ ମୋଟ ଭୋଟ୍‌ରୁ ଜୟ ଢୋଲକିଆଙ୍କ ଭୋଟ୍ ବ୍ୟବଧାନ ଅଧିକ

ନୂଆପଡ଼ା ଉପନିର୍ବାଚନରେ ମୋଟ ୨୯ ରାଉଣ୍ଡ ଭୋଟ୍ ଗଣତି କରାଯାଇଛି । ବିଜେପିର ଜୟ ଢୋଲକିଆ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ୍ ପାଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ଥିବା କଂଗ୍ରେସର ଘାସିରାମ ମାଝୀ ୪୦ ହଜାର ୧୨୧ ଖଣ୍ଡ ଭୋଟ୍ ଓ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮ ହଜାର ୪୦୮ ଖଣ୍ଡ ଭୋଟ୍ ।

ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ନୂଆପଡ଼ାରେ ପ୍ରଥମ ଉପନିର୍ବାଚନ ହୋଇଥିଲା । ମୋହନ ମାଝୀ ସରକାରରେ ହୋଇଥିବା ପ୍ରଥମ ଉପନିର୍ବାଚନରେ ବିଜେପି ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛି । ନୂଆପଡ଼ା ନିର୍ବାଚନ ଇତିହାସରେ ନୂଆ ଇତିହାସ ଲେଖିଛନ୍ତି ବିଜେପିର ଜୟ ଢୋଲକିଆ ।

ସକାଳ ୮ରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣତି ପରେ ସାଢ଼େ ୮ଟାରେ ଖୋଲିଥିଲା ଇଭିଏମ୍ । ପ୍ରଥମ ରାଉଣ୍ଡ ଗଣତିରୁ ହିଁ ଆଗୁଆ ରହିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।

ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଲାଗି ମତଦାନ ହୋଇଥିଲା । ୮୩.୪୫ ପ୍ରତିଶତ ମତଦାନ ସହ ଏହା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା । ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ଭୋଟ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ବିହାର ନିର୍ବାଚନ: ଡବଲ୍‌ ସେଞ୍ଚୁରୀ ପାର୍‌ କଲା NDA, ଜାଣନ୍ତୁ କ'ଣ ରହିଛି କଂଗ୍ରେସ ସ୍ଥିତି

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ଥିବା ବେଳେ ମତ ସାବ୍ୟସ୍ତ କରିଛନ୍ତି ୨ ଲକ୍ଷ ୧୨ ହଜାର ୩୮୫ ଜଣ । ଅର୍ଥାତ ମତଦାନ କ୍ଷେତ୍ରରେ ୮୩.୪୫ ଭୋଟିଂ ସହ ନୂଆପଡ଼ା ସୃଷ୍ଟି କରିଛି ନୂଆ ଇତିହାସ । ସେହିପରି ମତ ସାବ୍ୟସ୍ତ କରିବାରେ ପୁରୁଷଙ୍କଠୁ ବହୁ ଆଗରେ ରହିଛନ୍ତି ମହିଳା ।

ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୧ ଲକ୍ଷ ୩ ହଜାର ୮୧୭ ଜଣ ପୁରୁଷ ନିଜର ମତ ସାବ୍ୟସ୍ତ କରିଥିବା ବେଳେ ସେହି ତୁଳନାରେ ମହିଳା ସଂଖ୍ୟା ହେଉଛି ୧ ଲକ୍ଷ ୮ ହଜାର ୫୬୩ । ଅର୍ଥାତ ପୁରୁଷଙ୍କ ସଂଖ୍ୟା ତୁଳନାରେ ଅଧିକ ୪ ହଜାର ୭୪୬ ଜଣ ମହିଳା ଭୋଟ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election: ନୂଆପଡ଼ାବାସୀଙ୍କ ବିଶ୍ଵାସ ଜିତିଲେ ଜୟ ଢୋଲକିଆ; ଉଡ଼ିଲା ବିଜେପିର ବିଜୟ ବାନା | Argus News