Bihar MLC Election 2026 / ନିର୍ବାଚନ ବେଳେ ଚର୍ଚ୍ଚାରେ ଏମଏଲସି ପ୍ରାର୍ଥୀଙ୍କ ଭାଷଣ; କହିଲେ...
·1 hour ago·2 min read

Key Points
ବିହାରରେ ଏମଏଲସି ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ଉଷ୍ମ ହେବାରେ ଲାଗିଛି। ଏହି ସମୟରେ, ତିରହୁତ ସ୍ନାତକ ନିର୍ବାଚନମଣ୍ଡଳୀର ଏମଏଲସି ବଂଶୀଧର ବ୍ରଜୱାସି ଏକ ଚର୍ଚ୍ଚିତ ବୟାନ ଦେଇଛନ୍ତି।
ବିଧାନ ପରିଷଦ (ଏମଏଲସି) ନିର୍ବାଚନକୁ ନେଇ ଏବ ସରଗରମ ରହିଛି ବିହାର ରାଜନୀତି। ଏହି ନିର୍ବାଚନ ପାଇଁ ଗତ ଶୁକ୍ରବାର (୨୩ ଅକ୍ଟୋବର) ଅନୁଷ୍ଠିତ ହୋଇଥିଲା ମତଦାନ। ଏହି କ୍ରମରେ ରାଜ୍ୟ ତିରହୁତ ସ୍ନାତକ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏମଏଲସି (MLC) ପ୍ରାର୍ଥୀ ବଂଶୀଧର ବ୍ରଜୱାସୀଙ୍କ ଏକ ବୟାନ ଏବେ ଚର୍ଚ୍ଚାରେ ରହିଛନ୍ତ। ନିର୍ବାଚନ ପ୍ରଚାର କରିବା ବେଳେ ସେ କହିଛନ୍ତି, "ଯଦି ମୁଁ ଶିକ୍ଷାମନ୍ତ୍ରୀ ହୋଇଥାନ୍ତି, ତାହେଲେ ମୁଁ ୪ ଘଣ୍ଟାରୁ ଅଧିକ ସମୟ ଧରି ହେଉଥିବା ପାଠପଢ଼ାକୁ ବନ୍ଦ କରି ଦେଇଥାନ୍ତି। କାରଣ ୪ ଘଣ୍ଟା ପରେ ଶିକ୍ଷକଙ୍କ ଧ୍ୟାନ ପାଠ ପଢାରୁ ହଟିଯାଏ। ସେମାନେ ପଢାଇବା ବଦଳରେ ମୋବାଇଲ୍ ଫୋନ୍ ବ୍ୟବହାର କରିଥାନ୍ତି। ଯଦି ଶିକ୍ଷାମନ୍ତ୍ରୀ ଏତେ ସମୟ ଧରି ପାଠ ପଢ଼ିଥାନ୍ତି, ତାହେଲେ ସେ ରାଜନେତା ନୁହେଁ ବରଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପ୍ରଫେସର ହୋଇଥାନ୍ତେ। ସକାଳ ୯ ଘଟିକାରୁ (09:00 AM) ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ପାଠପଢ଼ା ହୋଇଥାଏ। ହେଲେ ଏତେ ସମୟ ଧରି କିଏ ପାଠ ପଢ଼େ? ସେମାନେ ପାଗଳ ହୋଇଯିବେ।" ଏପରିକି ସେ ବର୍ତ୍ତମାନର ବିହାର ଶିକ୍ଷାମନ୍ତ୍ରୀ ମିଥିଳେଶ ତିୱାରୀଙ୍କ ଉପରେ ମଧ୍ୟ କଟାକ୍ଷ କରିଥିଲେ।
ଚର୍ଚ୍ଚାରେ ବଂଶୀଧର ବ୍ରଜୱାସୀଙ୍କ ବୟାନ
୨୦୨୬ MLC ନିର୍ବାଚନ ଲାଗି ପ୍ରଚାର କରିବା ସମୟରେ ବଂଶୀଧର ବ୍ରଜୱାସୀ କହିଥିଲେ, "ଯଦି ମୁଁ ବିହାର ଶିକ୍ଷାମନ୍ତ୍ରୀ ହୋଇଥାନ୍ତି, ତାହେଲେ ମୁଁ ୪ ଘଣ୍ଟାରୁ ଅଧିକ ସମୟ ଧରି ହେଉଥିବା ପାଠ ପଢ଼ାକୁ ବନ୍ଦ କରି ଦେଇଥାନ୍ତି।" ସେ ଆହୁରି ମଧ୍ୟ କହିଛନ୍ତି, "ପୂର୍ବରୁ ସକାଳ ନଅଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ପାଠ ପଢା ହେଉଥିଲା। ଯଦି ଏହାକୁ ଆହୁକି ୨ ଘଣ୍ଟା ଯୋଡାଯାଏ, ତାହେଲେ ଏହା ନଅଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ହୋଇଯିବ। ହେଲେ ଏତେ ସମୟ ପାଇଁ କିଏ ପାଠ ପଢ଼ିବ? ଯଦି ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ପିଲାଙ୍କୁ ଏତେ ସମୟ ଧରି ପାଠ ପଢ଼ାଯାଏ, ତାହେଲେ ସେମାନେ ପାଗଳ ହୋଇଯିବେ।"
ଶିକ୍ଷାମନ୍ତ୍ରୀଙ୍କୁ କରିଥିଲେ ଟାର୍ଗେଟ୍
ଏମଏଲସି ପ୍ରାର୍ଥୀ ବଂଶୀଧର ବ୍ରଜୱାସୀ, ଶିକ୍ଷାମନ୍ତ୍ରୀ ମିଥିଳେଶ ତିୱାରୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିତିଲେ। ଏନେଇ ସେ କହିଛନ୍ତି ମନ୍ତ୍ରୀ, "ଶନିବାର ସ୍କୁଲ ସମୟ ହ୍ରାସ କରି ଏହାର ଶ୍ରେୟ ନେବାକୁ ଚାହାଁନ୍ତି। ଏହା ସହିତ ସେ ନିଜେ, ତାଙ୍କର ବିଭାଗୀୟ ଅଧିକାରୀଙ୍କୁ ଏବଂ ଅନ୍ୟ ଛୋଟ ନେତାଙ୍କୁ ଏହାର ଶ୍ରେୟ ଦେବାକୁ ଚାହାଁନ୍ତି। ହେଲେ ଏହାର ପ୍ରକୃତ ଶ୍ରେୟ ନେବା ବ୍ୟକ୍ତି ହେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ। ଯିଏ ଏ ସମ୍ପର୍କରେ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କିତ ଆଦେଶ ଜାରି କରିଥିଲେ। ବିହାର ଶିକ୍ଷାମନ୍ତ୍ରୀ ମିଥିଳେଶ ତିୱାରୀ, ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ବଦନାମ କରିବାକୁ ଚାହୁଛନ୍ତି।" ବଂଶୀଧର ବ୍ରଜୱାସୀଙ୍କ ଏପରି ବୟାନକୁ ଏବେ ବିହାର ରାଜନୀତି ସରଗରମ ରହିଛି।
ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ବଂଶୀଧର ବ୍ରଜୱାସୀ
ବିହାର ବୈଶାଳୀ ଜିଲ୍ଲାର ଗୋରୌଲ ଠାରେ ପ୍ରଚାର କରିବାକୁ ପହଞ୍ଚିଥିଲେ ଏମଏଲସି ପ୍ରାର୍ଥୀ ବଂଶୀଧର ବ୍ରଜୱାସୀ। ଯିଏ ରାଜ୍ୟ ବିଧାନ ପରିଷଦର ତିରହୁତ ସ୍ନାତକ ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ବର୍ତ୍ତମାନ ଏହି ଆସନରୁ ବିହାର ବିଧାନ ପରିଷଦକୁ ପ୍ରତିନିଧିତ୍ୱ କରୁଛନ୍ତି। ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ସ୍ୱାଧିନ ପ୍ରାର୍ଥୀ ଭାବରେ ବିଧାନ ପରିଷଦ ନିର୍ବାଚନରେ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ହେଲେ ନିର୍ବାଚନ ପ୍ରଚାର ବେଳେ ତାଙ୍କର ବୟାନ ଏବେ ଚର୍ଚ୍ଚାରେ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: