Videos
|
Politics

Bihar MLC Election 2026 / ଅଲଗା ହୋଇଗଲେ ଆରଜେଡ଼ି-କଂଗ୍ରେସ; ଏକାଠି ଲଢିବେ ନାହିଁ ବିଧାନସଭା ପରିଷଦ ନିର୍ବାଚନ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଅଲଗା ହୋଇଗଲେ ଆରଜେଡ଼ି-କଂଗ୍ରେସ; ଏକାଠି ଲଢିବେ ନାହିଁ ବିଧାନସଭା ପରିଷଦ ନିର୍ବାଚନ
Bihar MLC Election 2026

Key Points

ଆରଜେଡି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ମାତ୍ରେ ମେଣ୍ଟରେ ଫାଟ ସ୍ପଷ୍ଟ ହୋଇଗଲା। କଂଗ୍ରେସ ମୁଖପାତ୍ର ଅସିତ ନାଥ ତିୱାରୀ ଆରଜେଡି ଉପରେ ମେଣ୍ଟ ଧର୍ମ ପାଳନ ନକରିବାର ଅଭିଯୋଗ ଆଣିଛନ୍ତି।
ବିହାର ରାଜନୀତିରେ ଏବେ ରାଜ୍ୟର ମୁଖ୍ୟ ବିରୋଧି ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ଏବଂ ଏହାର ମେଣ୍ଟ ସହଯୋଗୀ କଂଗ୍ରେସ ସମ୍ପର୍କରେ ଦେଖିବାକୁ ମିଳିଛି ଫାଟ। ରାଜ୍ୟ ବିଧାନ ପରିଷଦର ୮ ଆସନ ପାଇଁ ହେବାକୁ ଯାଉଥିବା ନିର୍ବାଚନରେ ମୁହାଁମୁହିଁ ହେଉଛନ୍ତି ଉଭୟ ଦଳ। ଶୁକ୍ରବାର (ସେପ୍ଟମ୍ବର ୧୧) ଆରଜେଡ଼ି (RJD) ୬ ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି। ଦଳ କହିଛି ଯେ ବାକି ୨ ଆସନ ପାଇଁ ପ୍ରାର୍ଥୀଙ୍କ ବିଷୟରେ ବିଚାର କରାଯାଉଛି।

ଏହା ପରେ ଶନିବାର (ସେପ୍ଟମ୍ବର ୧୨) ବିହାର କଂଗ୍ରେସ, ଏହାର ରାଜ୍ୟ ମୁଖ୍ୟାଳୟ ସଦାକତ ଆଶ୍ରମ ଠାରେ ଏକ ବୈଠକ କରିଥିଲା। ସୂତ୍ର ଅନୁସାରେ ରାଜ୍ୟ ନେତୃତ୍ୱ ସମସ୍ତ ୮ ଆସନରେ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଆସନ ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରାଯାଇଥିଲା। ଯେଉଁଥିରେ ଅନେକ ଶିକ୍ଷକ ନେତା ସାମିଲ ହୋଇଥିଲେ। ଦଳ ସମସ୍ତ ୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଦାଖଲ କରୁଛି। ଦଳୀୟ ପ୍ରାର୍ଥୀ ଚୟନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବେ।

କଂଗ୍ରେସ କହିଲା, "ବିଜେପି ସହିତ ମେଣ୍ଟ କରନ୍ତୁ ତେଜସ୍ୱୀ ଯାଦବ"
RJD ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ମାତ୍ରେ ବିରୋଧି ମେଣ୍ଟରେ ରହିଥିବା ଫାଟ ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ ମୁଖପାତ୍ର ଅସିତ ନାଥ ତିୱାରୀ ଆରଜେଡି ବିରୋଧରେ ମେଣ୍ଟ ଧର୍ମ ଉଲ୍ଲଂଘନ କରିଥିବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଆରଜେଡି ଗତ ଅନେକ ନିର୍ବାଚନରେ ​​ଏପରି କରିଛି। ଆରଜେଡି ଦ୍ୱାରା ନିଆଯାଉଥିବା ଏପରି ପଦକ୍ଷେପ ବିରୋଧି ମେଣ୍ଟ (NDA) ଲାଗି ଲାଭଦାୟକ ହେଉଛି। ଯଦି ଆପଣ NDA ପାଇଁ ଲାଭ ଦେବାକୁ ଚାହାଁନ୍ତି, ତାହେଲେ ସେମାନଙ୍କ ସହ ମେଣ୍ଟ କରିନିଅନ୍ତୁ। ନଚେତ୍ ଏକାଠି ହୋଇ ନିର୍ବାଚନ ଲଢ଼ନ୍ତୁ। 

ଅନ୍ୟପକ୍ଷରେ ଏହାର ପାଲଟା ଜବାବ ଦେଇଛି ଆରଜେଡି। ଏନେଇ ପ୍ରତିକ୍ରିୟା ଦଳର ମୁଖପାତ୍ର ଏଜାଜ୍ ଅହମ୍ମଦ କହିଛନ୍ତି ଯେ ଆରଜେଡି଼ ସବୁବେଳେ ବିଜେପି ସହିତ ଲଢ଼ିଛି। ସେଥିପାଇଁ ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କ ବିରୋଧରେ ଏତେ ମାମଲା ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ବଞ୍ଚି ଥାଉ ଥାଉ ଶ୍ରଦ୍ଧାଞ୍ଜଳି ଦେଇଦେଲେ ବିରୋଧି ଦଳ ନେତା; କେନ୍ଦ୍ରମନ୍ତ୍ରୀ କହିଲେ....

ସମନ୍ୱୟ ଅଭାବରୁ ରାଜ୍ୟସଭା ନିର୍ବାଚନରେ ​​କ୍ଷତି ସହିଥିଲେ ବିରୋଧି
ଆରଜେଡ଼ି-କଂଗ୍ରେସ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ୨୦୨୬ ରାଜ୍ୟସଭା ନିର୍ବାଚନରେ ବିରୋଧି ମେଣ୍ଟକୁ କ୍ଷତି ସହିବାକୁ ପଡ଼ିଥିଲା। ସେତେବେଳେ ୩ ଜଣ କଂଗ୍ରେସ ବିଧାୟକ ଆରଜେଡି଼ ପ୍ରାର୍ଥୀ ଅମରେନ୍ଦ୍ର ଧାରି ସିଂହଙ୍କୁ ଭୋଟ ଦେଇ ନଥିଲେ। ପର୍ଯ୍ୟାପ୍ତ ସଂଖ୍ୟା ରହିଥିବା ସତ୍ତ୍ୱେ, ବିରୋଧି ମେଣ୍ଟ ଗୋଟିଏ ହେଲେ ଆସନ ଜିତିପାରିଲା ନାହିଁ। ବିଧାନ ପରିଷଦ ନିର୍ବାଚନରେ ​​କଂଗ୍ରେସ ଗୋଟିଏ ଆସନ ପାଇଛି। ମଦନ ମୋହନ ଝା ଦରଭଙ୍ଗା ଶିକ୍ଷକ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ଏଥର ମଧ୍ୟ ତାଙ୍କର ଦାବି ମଜବୁତ ରହିଛି। ହେଲେ ତଥାପି, ଯଦି ଏହି ଆସନରେ ଆରଜେଡି ନିଜର ପ୍ରାର୍ଥୀ ଛିଡ଼ା କରେ, ତାହେଲେ ଏଠାରେ ଜୋରଦାର ଲଢେଇ ହୋଇପାରେ।

ଦୁଇଟି ଶିକ୍ଷକ ନିର୍ବାଚନ ମଣ୍ଡଳୀ ଏବଂ ଛଅଟି ସ୍ନାତକ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସଞ୍ଜୀବ ସିଂହଙ୍କୁ ପାଟନା ଏବଂ ଜୟରାମ ଯାଦବଙ୍କୁ ସାରଣ ଶିକ୍ଷକ ନିର୍ବାଚନ ମଣ୍ଡଳୀରୁ ମନୋନୀତ କରାଯାଇଛି। ପାଟନା ସ୍ନାତକ ନିର୍ବାଚନ ମଣ୍ଡଳୀରୁ ଦିଲୀପ କୁମାର, କୋଶୀ ସ୍ନାତକ ନିର୍ବାଚନ ମଣ୍ଡଳୀରୁ ନିତେଶ କୁମାର, ଦରଭଙ୍ଗା ସ୍ନାତକ ନିର୍ବାଚନ ମଣ୍ଡଳୀରୁ ଅନିଲ କୁମାର ଝା ଏବଂ ତିରହୁତ ସ୍ନାତକ ନିର୍ବାଚନ ମଣ୍ଡଳୀରୁ ରଶ୍ମି ଗୌତମଙ୍କୁ ପ୍ରାର୍ଥୀ କରାଯାଇଛି।