Nitish Kumar Resignation / ବିଧାନ ପରିଷଦରୁ ନୀତିଶ କୁମାରଙ୍କ ଇସ୍ତଫା; ବିହାରର ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ କିଏ ?
·5 months ago·2 min read

Key Points
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିଧାନ ପରିଷଦରୁ ଇସ୍ତଫା
ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ଦେଲେ ଇସ୍ତଫା
ଏବେ କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ?

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଗତ ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ନୀତିଶ । ରାଜ୍ୟସଭା ସଦସ୍ୟ ଭାବରେ ତାଙ୍କର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେଉଛି । ନୀତିଶ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଏବେ ଦିଲ୍ଲୀ ରାଜନୀତିରେ ଏକ ନୂତନ ଇନିଂସ ଆରମ୍ଭ କରିବେ । ଏହାସହିତ ନୀତିଶ ଚାରିଟି ଗୃହର ସଦସ୍ୟ ହେବାରେ ନିଜ ନାଁରେ ଏକ ବିରଳ ରେକର୍ଡ ସାମିଲ କରିଛନ୍ତି ।
ଏହା ପୂର୍ବରୁ ସକାଳେ ବିହାର ବିଧାନ ପରିଷଦର ଅଧ୍ୟକ୍ଷ ଅବଧେଶ ନାରାୟଣ ସିଂହ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ଏବଂ କହିଛନ୍ତି ଯେ ସେ ନୀତିଶ କୁମାରଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ନୀତିଶ ଗୃହର ଜଣେ ଦକ୍ଷ ନେତା ଥିଲେ ଏବଂ ବିହାରର ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିଥିଲେ ବୋଲି କହିଛନ୍ତି ବିହାର ବିଧାନ ପରିଷଦ ଅଧ୍ୟକ୍ଷ ।
ପଢନ୍ତୁ ଏହି ଖବର: ସ୍ବାଭାବିକ ହୋଇପାରୁନି ବିଧାନସଭା,ବିରୋଧୀ ଅଟଳ, ଗୃହ ଅଚଳ
ସଂସଦ ସଦସ୍ୟ ଭାବରେ କାର୍ଯ୍ୟକାଳ ଆରମ୍ଭ କରିବା ପରେ ସେ ବିହାରର ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେବେ । ନୀତିଶ କୁମାରଙ୍କ ଇସ୍ତଫା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ତେବେ ଏଥର ପ୍ରଥମ ଥର ପାଇଁ ବିହାରରେ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ ବୋଲି ବିଶ୍ୱାସ କରାଯାଉଛି । ତଥାପି, ବିହାରରେ ବିଜେପି କାହାକୁ ନିଜର ମୁହଁ ଭାବରେ ବାଛିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିଛି ନେତାଙ୍କୁ ଆଗୁଆ ବିବେଚନା କରାଯାଉଛି । ଆସନ୍ତୁ ନଜର ପକାଇବା ବିହାରର ମୁଖ୍ୟମନ୍ତ୍ରୀ ହେବା ପାଇଁ କିଏ ଦୌଡ଼ରେ ଅଛନ୍ତି...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମ୍ରାଟ ଚୌଧୁରୀ: ବିଜେପି ମୁଖ୍ୟମନ୍ତ୍ରୀ ପଦ ଲାଗି ପ୍ରାର୍ଥୀଙ୍କ କଥା ଆସିଲେ, ସମ୍ରାଟ ଚୌଧୁରୀଙ୍କ ନାମ ସବୁଠୁ ଆଗରେ ରହିଛି । ବର୍ତ୍ତମାନ ସେ ବିହାରର ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପି ବିଧାୟକ ଦଳର ନେତା ଅଛନ୍ତି । ତାଙ୍କ ପାଖରେ ଗୃହ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି । ୨୦୧୭ରେ ବିଜେପିରେ ଯୋଗଦାନ ପରେ ସମ୍ରାଟ ଚୌଧୁରୀ ଦଳ ଭିତରେ ଦ୍ରୁତ ଗତିରେ ନିଜର ସ୍ଵତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ସେ ଓବିସି ସମ୍ପ୍ରଦାୟର ଏବଂ କୁଶୱାହା ସମ୍ପ୍ରଦାୟର ଜଣେ ପ୍ରମୁଖ ବ୍ୟକ୍ତି ମଧ୍ୟ । ବିହାରରେ କୁଶୱାହା ସମ୍ପ୍ରଦାୟର ଜନସଂଖ୍ୟା ୪.୨୭%ରୁ ଅଧିକ । ଦଳ ସମ୍ରାଟଙ୍କୁ ପ୍ରାର୍ଥୀ କରି ଜାତି କାର୍ଡ ଖେଳିପାରେ ।
ନିତ୍ୟାନନ୍ଦ ରାୟ: ବିହାର ମୁଖ୍ୟମନ୍ତ୍ରୀ ଦୌଡ଼ରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ଅଛନ୍ତି । ବିହାର ରାଜନୀତିରେ ତାଙ୍କର ଏକ ଭଲ ଦବଦବା ରହିଛି । ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖ ଲୋକ ବୋଲି ମଧ୍ୟ କୁହାଯାଏ । ନିତ୍ୟାନନ୍ଦ ରାୟ ଯାଦବ ସମ୍ପ୍ରଦାୟର ହୋଇଥିବାବେଳେ ଏହି ବର୍ଗକୁ ରାଷ୍ଟ୍ରୀୟ ଜନତା ଦଳ (RJD)ର ପାରମ୍ପରିକ ଭୋଟର ବିବେଚନା କରାଯାଏ । ନିତ୍ୟାନନ୍ଦଙ୍କୁ ପ୍ରାର୍ଥୀ କରି ଭାଜପା ଆରଜେଡିର ଭୋଟରଙ୍କୁ ହାତେଇପାରେ ।
ନିଶାନ୍ତ କୁମାର: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମଧ୍ୟ ଏହି ଦୌଡ଼ରେ ଅଛନ୍ତି । ନିଶାନ୍ତ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିଛନ୍ତି । ନୀତିଶ କୁମାରଙ୍କ ଦିଲ୍ଲୀ ଯିବା ପରେ ନିଶାନ୍ତ ବିହାରରେ ଜେଡିୟୁର ନେତୃତ୍ୱ ନେବେ । ନୂତନ ସରକାରରେ ତାଙ୍କର ସାମିଲ ହେବାର ଆଶା କରାଯାଉଛି । ତେବେ ସେ ତାଙ୍କ ପିତାଙ୍କ ପଦବୀର ଉତ୍ତରାଧିକାରୀ ହେବେ କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ।

Related Topics
Explore more stories