Odisha Politics / ଭକ୍ତଙ୍କ ସଂକେତକୁ ନେଇ ବଢ଼ିଲା ଚର୍ଚ୍ଚା; ପଞ୍ଚାୟତରେ ଏକାଠି ଲଢିପାରନ୍ତି ବିଜେଡି-କଂଗ୍ରେସ
·3 hours ago·2 min read

Key Points
- ପିସିସି ସଭାପତି ସଂକେତକୁ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା
- ଭକ୍ତ କହିଥିଲେ ଉତ୍ତମ ବୁଝାମଣା ରହିଲେ ମେଣ୍ଟ ସମ୍ଭବ
- ବିଜେଡି କହିଲା ରାଜନୀତିରେ କିଛି ବି ଅସମ୍ଭବ ନୁହେଁ
ଭୁବନେଶ୍ଵର: ଓଡ଼ିଶା ରାଜନୀତିରେ ହେବାକୁ ଯାଉଛି କି ବଡ଼ ପରିବର୍ତ୍ତନ ? ଦିନେ ଯେଉଁ କଂଗ୍ରେସକୁ ବିରୋଧ କରି ବିଜେଡିର ଜନ୍ମ ହୋଇଥିଲା, ଏବେ ସେହି ଦୁଇ ଦଳ କ'ଣ ସବୁଦିନ ପାଇଁ ହାତ ମିଶାଇବେ ? ରାଜ୍ୟସଭା ନିର୍ବାଚନରୁ ଦେଖା ଯାଇଥିବା 'ବନ୍ଧୁତା' ଏବେ ପଞ୍ଚାୟତ ନିର୍ବାଚନ ବେଳକୁ 'ମେଣ୍ଟ'ର ରୂପ ନେଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ପିସିସି ସଭାପତି ଭକ୍ତ ଦାସଙ୍କ ସଂକେତ ଓ ବିଜେଡି ନେତାଙ୍କ ସକାରାତ୍ମକ ବୟାନ ପରେ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି କମ୍ପନ । ଶାସକ ବିଜେପି କଟାକ୍ଷ କରିଛି । କହିଛି, 'ଏକାଠି ହେଲେ ନିଶ୍ଚିହ୍ନ ହୋଇଯିବେ ବିଜେଡି ଓ କଂଗ୍ରେସ ।'
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏକ ହୋଇଥିଲେ ବିଜେଡି ଓ କଂଗ୍ରେସ । ମିଳିତ ପ୍ରାର୍ଥୀ ଦେଲେ, ଆଉ ମିଳିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦୁହେଁ ଏକ ମନରେ ବି ଲଢିଲେ । ପରେ ବିଧାନସଭାରେ ବି ବିଭିନ୍ନ ପ୍ରସଙ୍ଗରେ ଦୁହିଁଙ୍କ ସ୍ବର ଥିଲା ଏକ, ପ୍ରତିବାଦର ଢଙ୍ଗ ବି ଥିଲା ଏକ । ସେ ଚାଷୀ ସମସ୍ୟା ହେଉ ଅବା ଏସସିବି ମେଡିକାଲରେ ନିଆଁ । ଅଧିବେଶନ ଶେଷ ଆଡ଼କୁ ବିଜୁଙ୍କୁ ଅପମାନ ପ୍ରସଙ୍ଗ ହେଉ ଦୁଇ ବିରୋଧୀ ଏକ ହୋଇ ଶାସକ ଦଳକୁ କରିଥିଲେ ଆଟାକ୍ ।
ଏଥିସହ ପଢ଼ନ୍ତୁ: ରାଜ୍ୟ କଂଗ୍ରେସକୁ ପୁଣି ଘାରିଲା ପୁରୁଣା ରୋଗ,ଦିଲ୍ଲୀରେ ୬ ବିଧାୟକ
ଏ ଥିଲା ସ୍ବଳ୍ପ ସମୟ ପାଇଁ ମେଣ୍ଟ । କିନ୍ତୁ ଏହା ଭିତରେ ଭକ୍ତଙ୍କ ବୟାନ ଦୁହିଁଙ୍କ ଲମ୍ବା ମେଣ୍ଟ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଏମିତିକି ପଞ୍ଚାୟତ ନିର୍ବାଚନରେ ଦୁହେଁ ଏକ ହୋଇ ଲଢ଼ିପାରନ୍ତି ବୋଲି ଭକ୍ତ ଇସାରା କରିଛନ୍ତି । ବିଜେଡି ବି ଭକ୍ତଙ୍କ କଥାକୁ ଆଉ ପାଦେ ଆଗକୁ ନେଇ କହିଛି ରାଜନୀତିରେ ସବୁକିଛି ସମ୍ଭବ ହୋଇପାରେ ।
ଆଣ୍ଟି କଂଗ୍ରେସର ଏନ୍ତୁଡ଼ିଶାଳାରୁ ଜନ୍ମ ନେଇଥିଲା ବିଜେଡି । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ହେଉ ଅବା ୨୦୧୯ ପର୍ଯ୍ୟନ୍ତ ବିଜେଡି ସରକାର ହେଉ ମୁଖ୍ୟ ବିରୋଧୀ ଦଳ ଥିଲା କଂଗ୍ରେସ । ଏମିତି କି ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଦିଲ୍ଲୀରୁ ପଲ୍ଲୀ ଯାଏ ବିଜେଡି- ବିଜେପି ଭାଇ ଭାଇର ନାରା ଦେଉଥିଲା କଂଗ୍ରେସ । ଦଳର ନେତା ଏହାକୁ ପ୍ରସଙ୍ଗ ୨୦୨୪ ନିର୍ବାଚନ ବି ଲଢ଼ିଥିଲେ ।
ଏଥିସହ ପଢ଼ନ୍ତୁ: ଅଧରାତି ଯାଏ ଚାଲିଲା ବିଧାନସଭା, ପାରିତ ହେଲା ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ବିଲ୍
ହେଲେ ରାଜ୍ୟସଭାର ନିର୍ବାଚନର ଠିକ ପୂର୍ବରୁ ସବୁ ବିରୋଧାଭାସ ବନ୍ଧୁତ୍ଵରେ ରୂପାନ୍ତରିତ ହେଲା । କଂଗ୍ରେସ-ବିଜେଡି ବନ୍ଧୁତାକୁ ବିଜେପି କଟାକ୍ଷ କରିଛି । ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, 'ଏକାଠି ହେଲେ ନିଶ୍ଚିହ୍ନ ହୋଇଯିବେ ବିଜେଡି ଓ କଂଗ୍ରେସ ।'
ରାଜ୍ୟସଭା ନିର୍ବାଚନରେ ଦୁହିଁଙ୍କ ବନ୍ଧୁତାର ଫଳ ଖଟା ହେଲା । ଆଗକୁ ପଞ୍ଚାୟତ ନିର୍ବାଚନ । ପ୍ରଶ୍ନ ରାଜ୍ୟ ରାଜନୀତିରେ ହେବ କି ନୂଆ ସମୀକରଣ । ମିଶିଯିବେ କି ବିଜେଡି- କଂଗ୍ରେସ ? ଦୁଇ ବିରୋଧୀ ଏକାଠି ହେଲେ କିଏ କାହା କାନ୍ଧରେ ହେବ ଲାଉ । କାହାର ହେବ ଲାଭ ଆଉ କାହର କ୍ଷତି । ଗ୍ରାଉଣ୍ଡରେ ଉଭୟ ଦଳର କର୍ମୀଙ୍ ଉପରେ କ'ଣ ପଡ଼ିବ ପ୍ରଭାବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories