Odisha Politics / ବଦଳୁଛି କଟକ ରାଜନୀତିର ସମୀକରଣ; ପଦ୍ମ ଧରିଲେ ପ୍ରଭାତ
·2 months ago·2 min read

Key Points
ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ଵାଳ
ରାଜ୍ୟ କାର୍ଯ୍ୟାଳୟରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପଦ୍ମ ଧରିଲେ
ଶତାଧିକ ସମର୍ଥକଙ୍କ ସହ ବିଜେପିରେ ମିଶିଲେ ପ୍ରଭାତ
ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ

ଭୁବନେଶ୍ଵର: ପଦ୍ମ ଧରିଲେ ପ୍ରଭାତ ବିଶ୍ଵାଳ । ଚୌଦ୍ୱାର-କଟକର ପ୍ରଭାବଶାଳୀ ନେତା ପ୍ରଭାତ ବିଶ୍ଵାଳ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି ପ୍ରଭାତ । ଏହି ଅବସରରେ ମଞ୍ଚରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହିଥିଲେ ।
ପ୍ରଭାତ ବିଶ୍ଵାଳଙ୍କ ସହ ଶତାଧିକ ସମର୍ଥକ ବିଜେପିରେ ସାମିଲ୍ ହୋଇଛନ୍ତି । ପ୍ରଭାତ ବିଶ୍ଵାଳ ହେଉଛନ୍ତି ଚୌଦ୍ୱାର-କଟକର ପୂର୍ବତନ ପ୍ରଭାବଶାଳୀ ବିଜେଡି ନେତା । ବିଜେଡିରୁ ବହିଷ୍କାର ହେବା ପରେ ପ୍ରଭାତ ବିଜେପିରେ ମିଶିବା ନେଇ ବଡ଼ ରାଜନୈତିକ ନିଷ୍ପତ୍ତି ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ରାଜନୈତିକ ପ୍ରତିବାଦରେ ସ୍କୁଲ ପିଲାଙ୍କୁ ବ୍ୟବହାର କରି ଫସିଲା ବିଜେଡି
ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ ପ୍ରଭାତଙ୍କ ପୁଅ ସୌଭିକ ବିଶ୍ଵାଳ । ବାପା ବିଜେପିରେ ଯୋଗ ଦେବା ପୂର୍ବରୁ ସୌଭିକ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ ପାଇଁ ସୌଭିକଙ୍କୁ ବିଜେଡି ଦଳରୁ ନିଲମ୍ବିତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ପ୍ରଭାତ ବିଶ୍ଵାଳ ବିଜେପିରେ ସାମିଲ୍ ହେବା ନିଶ୍ଚିତ ଭାବେ ବିଜେଡିକୁ ଶକ୍ତ ଝଟ୍କା ଦେଇଛି । ପ୍ରଭାତଙ୍କ ପୁଅ ସୌଭିକଙ୍କୁ ବିଜେଡି ଦଳରୁ ନିଲମ୍ବନ କରଥିବାରୁ ସେ ମଧ୍ୟ ପରବର୍ତ୍ତୀ ସମୟରେ ବାପାଙ୍କ ରାସ୍ତାରେ ଆଗକୁ ବଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବିଜେପିରେ ଯୋଗଦେବା ପରେ ପ୍ରଭାତ ବିଶ୍ଵାଳ କହିଛନ୍ତି, "ଭାରତୀୟ ଜନତା ପାର୍ଟି ହେଉଛି ଜ୍ଞାନୀ, ଗୁଣି ଓ ସ୍ଵାଭିମାନୀ ଲୋକଙ୍କ ଦଳ । ବିଶ୍ଵାସ ଅଛି ଏଠି ସେବା କରିବାର ସୁଯୋଗ ମିଳିବ । ବିଶାଳ ସଂଗଠନରେ ମୁଁ ଜଣେ ସାଧାରଣ କର୍ମୀ । ସମସ୍ତଙ୍କ ସହ ମିଶି, ସହଯୋଗରେ କାର୍ଯ୍ୟ କରିବି ।"
ବିଜେପିରେ ମିଶିବା ପରେ ପ୍ରଭାତ ବିଜେଡିକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି । ପ୍ରଭାତ କହିଛନ୍ତି, "୨୪ ବର୍ଷ ବହୁତ ପରିଶ୍ରମ କରିଛି । ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିଲି । ବିଶ୍ଵାସ ଥିଲା ବଣିଆ ସାଜି ସୁନାକୁ ଚିହ୍ନିବେ । ହେଲେ ହେଲା ନାହିଁ, ବିଳମ୍ବ ହେଲା । ବରଂ ଭଲ ହୋଇଛି... ।"
ଏଥିସହ ପଢ଼ନ୍ତୁ: ରାଜ୍ୟ ରାଜନୀତିରେ ନୂଆ ଟ୍ବିଷ୍ଟ,ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ସୌଭିକ ବିଶ୍ବାଳ
ଏହା ପୂର୍ବରୁ ବାରବାଟୀ-କଟକର ନେତା ଦେବାଶିଷ ସାମନ୍ତରାୟ ବିଜେପିରେ ମିଶିଥିଲେ । ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ଦେବାଶିଷ । ଏବେ ପ୍ରଭାତ ବିଶ୍ଵାଳ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିବା ଦଳକୁ କଟକରେ ଆହୁରି ସୁଦୃଢ଼ କରିବ ।

Related Topics
Explore more stories