Videos
|
Politics

BJD Leaders Resign / ଖାଲି ହେଉଛି ବିଜେଡି, ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଦଳ ଛାଡ଼ୁଛନ୍ତି ନେତା ଓ କର୍ମୀ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ଖାଲି ହେଉଛି ବିଜେଡି, ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଦଳ ଛାଡ଼ୁଛନ୍ତି ନେତା ଓ କର୍ମୀ
BJD

Key Points

ଉତ୍ତର ଓଡ଼ିଶାରେ ଭୁଷୁଡୁଛି ବିଜେଡିର ଗଡ଼
ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଦଳ ଛାଡ଼ୁଛନ୍ତି ନେତା ଓ କର୍ମୀ
ବିଜେଡି ସୁପ୍ରିମୋଙ୍କ ଉପରେ କରିପାରୁନାହାନ୍ତି କି ଭରଷା
ଉତ୍ତର ଓଡ଼ିଶାରେ କାହିଁକି ଭୁଷୁଡୁଛି ବିଜେଡିର ଗଡ଼ । ବାଲେଶ୍ବର ସିମୁଳିଆରେ ୨୫ରୁ ଉର୍ଦ୍ଧ୍ବ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଦଳ ଛାଡିଲେ । ବିଜେପି ରାଜ୍ୟ ସଭାପତି କହିଲେ, ବିଜେଡି ବିଚାରଧାରା ଭଲ ଲାଗୁନି ସେଥିପାଇଁ ଦଳ ଛାଡୁଛନ୍ତି ନେତା । ସେପଟେ ବିଜେଡି କହିଲା, ଦଳ ଛାଡ଼ିଲେ କିଛି କ୍ଷତି ହବନି ।

ଉତ୍ତର ଓଡ଼ିଶାରେ ବିଜେଡିର ଏମିତି ସ୍ଥିତି କାହିଁକି । କାହିଁକି ଦଳ ଛାଡୁଛନ୍ତି ନେତା ଓ କର୍ମୀ । ସଙ୍ଗଠନକୁ ସଜାଡି ପାରୁନାହାନ୍ତି କି ଜିଲ୍ଲାର ବରିଷ୍ଠ ନେତା । ପୂର୍ବରୁ ଉତ୍ତର ଓଡ଼ିଶାରେ ବିଜେଡିର ଦବଦବା ଦେଖିବାକୁ ମିଳୁଥିଲା କିନ୍ତୁ ଏବେ ସେ ସ୍ଥିତି ନାହିଁ । ଗତ ଶନିବାର ଭଦ୍ରକ ବିଜେଡିରୁ ବହୁ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି । ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସହିତ ଶତାଧିକ ଛାମୁଆ କର୍ମକର୍ତ୍ତା ଦଳ ଛାଡିଛନ୍ତି ।

ଅଧିକ ପଢ଼ନ୍ତୁ: ଭଦ୍ରକରେ ବିଜେଡିକୁ ବଡ଼ ଝଟ୍‌କା; ଦଳ ଛାଡ଼ିଲେ ପୂର୍ବତନ ସାଂସଦ, ବିଧାୟକ


ସେହିପରି ଆଜି ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକର ୫ନଂ ଜୋନର ବିଜେଡି ଜିଲ୍ଲା ପରିଷଦ ମାନସ କୁମାର ଦାସଙ୍କ ସମେତ ୨୫ରୁ ଉର୍ଦ୍ଧ୍ବ ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଏବଂ ବିଜେଡି ନେତୃମଣ୍ଡଳୀ ଆଜି ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସୋର ବ୍ଲକର ଉପାଧ୍ୟକ୍ଷ ଭ୍ରମରବର ନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି ।

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ୯ ଜଣ କାଉନସିଲର ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେଡିରେ ବହୁ ବରିଷ୍ଠ ନେତା ଥିଲେ ମଧ୍ୟ ନିଜ ନେତା ଓ କର୍ମୀଙ୍କୁ ନିଜ ଦଳରେ ରଖି ପାରୁନାହାନ୍ତି । ବିଜେପି ରାଜ୍ୟ ସଭାପତି କହିଛନ୍ତି ବିଜେଡି ନେତାଙ୍କୁ ବିଜେଡି ବିଚାରଧାରା ଭଲ ଲାଗୁନି ସେଥିପାଇଁ ସେମାନେ ଦଳ ଛାଡୁଛନ୍ତି । ଅନ୍ୟପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ବିଜେଡିର ଉତ୍ତର ଓଡ଼ିଶା ନୁହେଁ ଦକ୍ଷିଣ ଓ ପୂର୍ବ ପଶ୍ଚିମ ସବୁ ଦିଗରୁ ଓଡ଼ିଶାରୁ ବିଜେଡି ଖାଲି ହେଉଛି । ପୂର୍ବରୁ ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ମିଶିଥିଲେ । ଅନ୍ୟପଟେ ରାଜନୈତିକ ସମୀକ୍ଷକ କହିଛନ୍ତି ଖାଲି ଉତ୍ତର ଓଡ଼ିଶା ନୁହେଁ ସବୁ ଦିଗରୁ ବିଜେଡି ଛାଡିବାର ରହିଛି ଅନେକ କାରଣ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJD Faces Mass Exodus as Leaders Quit Across Odisha Districts | Argus News